25 October ଭୟଙ୍କର ସୂର୍ଯ୍ୟପରାଗ, ଜାଣନ୍ତୁ ହାଣ୍ଡିଛାଡର ସଠିକ ସମୟ, କେଉଁ ରାଶି ଉପରେ ପଡିବ ଶୁଭ ଓ କେଉଁ ରାଶି ଉପରେ ଅଶୁଭ ପ୍ରଭାବ…

ବନ୍ଧୁଗଣ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଦିନ ଅର୍ଥାତ ପବିତ୍ର ଦୀପାବଳୀ ଦିନ ବର୍ଷର ଅନ୍ତିମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଏହି ପରାଗ ଏକ ଆଂଶିକ ହୋଇପାରେ । ଏହି ପରାଗ ଲମ୍ବା ପରାଗ ମଧ୍ୟ ହେବ । ଏହା ଓଡିଶା ସମେତ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେବ । ଆଜି ଆମେ ଆପଣଙ୍କୁ କହିବୁ ସୂର୍ଯ୍ୟପରାଗର ସମୟ ସୀମା, ଗ୍ରାସ ସମୟ, ହାଣ୍ଡିଛାଡ ଓ ପାକ ନିଷେଧ, ଗର୍ଭବତୀ ମହିଳାଙ୍କ କଣ କରିବେ କଣ ନାହି, କେଉଁ ରାଶିଙ୍କ ପାଇଁ ଶୁଭ ଓ ଅଶୁଭ ପ୍ରଭାବ ରହିବ ।

ବନ୍ଧୁଗଣ ସାଧାରଣତ ଗ୍ରହଣ ଲାଗିବାର ନଅ ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ଘଣ୍ଟା ବା ଚାରି ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଇଥାଏ । ଏହି ସମୟ ସୀମାକୁ ସୁତକ ସମୟ ବୋଲି ମଧ୍ୟ କୁହାଯାଇଥାଏ । ଏହି ଗ୍ରହଣ ବା ପରାଗ ଲାଗୁଥିବା ସମୟରେ ଖାଦ୍ଯ ଗ୍ରହଣ କରିବାକୁ ବାରଣ କରାଯାଇ ଅଛି । ତେଣୁ ସୂର୍ଯ୍ୟ ପରାଗ ହେବାର ୧୨ଘଣ୍ଟା ପୂର୍ବରୁ ହାଣ୍ଡିଛାଡ କରାଯାଇଥାଏ ।

ପାକ ନିଷେଧ ବା ହାଣ୍ଡିଛାଡ ସମୟ ହେଉଛି, ୨୪ ଅକ୍ଟୋବର ସୋମବାର ରାତ୍ରି ୯:୨୫ ମିନିଟରୁ ଆରମ୍ଭ ହୋଇ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨:୩୧ ମିନିଟ ପର୍ଯ୍ୟନ୍ତ । ସୂର୍ଯ୍ୟ ପରାଗ ଲାଗିବାର ସମୟ: ୨୫ ଅକ୍ଟୋବର ୨୦୨୨ ମଙ୍ଗଳବାର ଆରମ୍ଭ: ଦିନ ୧୨:୧୧ ମିନିଟ । ସର୍ବାଧିକ ସୂର୍ଯ୍ୟ ପରାଗ: ଦିନ ୧:୨୧ ମିନିଟ । ସର୍ବାଧିକ ସୂର୍ଯ୍ୟ ପରାଗ ଅବଧି: ମାତ୍ର ୩୪ ସେକେଣ୍ଡ । ଶେଷ ବା ମୋକ୍ଷ ପ୍ରାପ୍ତି: ଦିନ ୨:୩୧ ମିନିଟ ।

ଏହି ସମୟଟି ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ସୂର୍ଯ୍ୟ ପରାଗ ଦେଖିବା ପାଇଁ ମଧ୍ୟ ବାରଣ କରାଯାଏ । ଏହି ପରାଗ ସମୟରେ ଆପଣ କୌଣସି ଜିନିଷ କଟାକଟି ବା ସିଲେଇ କରନ୍ତୁ ନାହିଁ । ପରାଗ ଲାଗୁଥିବା ସମୟରେ କଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଏହି ସମୟରେ ରନ୍ଧା ଖାଦ୍ଯ ଖାଆନ୍ତୁ ନାହିଁ । ଏହି ସମୟରେ ଶୁଖିଲା ଖାଦ୍ୟ ବା ଫଳ ମୂଳ ଖାଇପାରିବେ । ସୂର୍ଯ୍ୟପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କେବେ ମଧ୍ୟ କରନ୍ତୁ ନାହିଁ ।

ଏହାଦ୍ଵାରା ପରିବାରରେ ଅନିଷ୍ଟ ହୋଇଥାଏ । ଠାକୁର ପୂଜା କେବେ ବି କରନ୍ତୁ ନାହିଁ । ଏହି ସମୟରେ କୌଣସି ଗଛକୁ ସ୍ପର୍ଶ କରନ୍ତୁ ନାହିଁ । ଏହି ସମୟକୁ ଅର୍ଣ୍ଣ ଦାନ କରିବାର ଉତ୍ତମ ସମୟ ମାନା ଯାଇଥାଏ । ଏମିତି କରିଲେ ଶରୀରରେ କୌଣସି ରୋଗ ହୋଇନଥାଏ । ସୂର୍ଯ୍ୟ ପରାଗ ଶେଷ ହେବା ପରେ ସ୍ନାନ କରନ୍ତୁ ଏବଂ ପିନ୍ଧିଥିବା ବସ୍ତ୍ରକୁ ଧୋଇ ନେବା ଉଚିତ । ଘରେ ଗଙ୍ଗାଜଳ ସିଞ୍ଚା କରନ୍ତୁ । ଏହି ସମୟରେ ଶାରୀରିକ ସମ୍ପର୍କ ନାହି ।

ସେହି ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ ରାଶି, ମିଥୁନ ରାଶି, ବିଛା ରାଶି, ଧନୁ ରାଶି, ମକର ରାଶି, କୁଭା ରାଶି ଓ କର୍କଟ ରାଶି । ଏହା ସହ ବୃଷ ରାଶି, ତୁଳା ରାଶି, କନ୍ୟା ରାଶି ଓ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପରାଗର ଖରାପ ପ୍ରଭାବ ପଡିବାକୁ ଯାଉଛି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *