କାର୍ତ୍ତିକ ଅମାବାସ୍ୟା ଦିନ ସୂର୍ଯ୍ୟପରାଗର ସଠିକ ସମୟ, ହାଣ୍ଡିଛାଡର ସମୟ ଓ ଗର୍ଭବତୀ ମହିଳା କିପରି ପାଳନ କରିବେ ? ଦେଖନ୍ତୁ ସମ୍ପୁର୍ଣ୍ଣ ବିବରଣୀ

ବନ୍ଧୁଗଣ କାର୍ତ୍ତିକ ମାସରେ ପଡୁଅଛି ସୂର୍ଯ୍ୟପରାଗ । ଚଳିତ ବର୍ଷ ଅକ୍ଟୋବର ୨୫ ତାରିଖରେ ପଡୁଛି ଅମାବାସ୍ୟା ଆଉ ଏହି ଦିନ ଲାଗୁଛି ସୂର୍ଯ୍ୟପରାଗର । କିନ୍ତୁ ଅକ୍ଟୋବର ୨୪ ରେ ଦୀପାବଳି ପର୍ବ ପଡୁଛି ଜାହ ପଞ୍ଜିକା ରେ ଲେଖା ଯାଇଛି । ଦୀପାବଳି ରେ ଦୀପ ଦାନ କରି ଯାହା ଯେମିତି ପୂଜା କରିବା ଦରକାର ସେମିତି କରି ପାରିବା । ଏହି ସୂର୍ଯ୍ୟପରାଗକୁ ୩ ଦିନ ଧରି ପାଳନ କରିବା । ଅକ୍ଟୋବର ୨୪ ତାରିଖ ସୋମବାର, ୨୫ ମଙ୍ଗଳବାର ଓ ୨୬ ବୁଧବାର ଦିନ ୪ଟା ୫୮ ମିନିଟ ରୁ ପାକ ନିଷେଧ ହେବ ।

ଅର୍ଥାତ ଖାଦ୍ଯ ପ୍ରସ୍ତୁତ କରିବେ ନାହି । ଯଦି ଆପଣ ଏହି ସମୟ ପୂର୍ବରୁ ଠାକୁର ପୂଜା କରିବାକୁ ଚାହୁଁଛନ୍ତି ତେବେ କରି ପାରିବେ । ପୂଜା ଓ ରୋଷେଇ ରାତି ୪ଟା ୫୮ ମିନିଟରୁ ବନ୍ଦ କରାଯିବ । ଅକ୍ଟୋବର ୨୫ରେ ରୋଷେଇ କରିବେ ନାହି କି ଠାକୁର ପୂଜା କରିବେ ନାହି । ଅକ୍ଟୋବର ୨୬ ରେ ସୂର୍ଯ୍ୟ ଉଦୟ ପରେ ସ୍ନାନ କରି ଦେବା ପୂଜା କରିବେ ଆଉ ରୋଷେଇ ମଧ୍ୟ କରିବେ । ଅକ୍ଟୋବର ୨୬ରେ ସୂର୍ଯ୍ୟ ଉଦୟର ସମୟ ହେଉଛି ୫ଟା ୪୬ ମିନିଟ ୩୦ ସେକେଣ୍ଡ ।

ସୂର୍ଯ୍ୟପରାଗ ଲାଗିବା ସମୟରେ ପାକ ନିଷେଧ ଖାଇବା ନିଷେଧ ଅଟେ । ସେଦିନ ଫଳ ବା ଶୁଖିଲା ଜିନିଷ ଖାଇ ପାରିବେ । ଶୁଖିଲା ଚୂଡା, ମୁଢି ଦିନ ରାତି ଅକ୍ଟୋବର ୨୫ରେ ରହିବାକୁ ହେବ । ଯେଉଁ ମାନେ ଗର୍ଭବତୀ ମହିଳା ସେମାନଙ୍କୁ ସୂର୍ଯ୍ୟପରାଗ ସମୟରେ ବାହାରକୁ ଯିବେ ନାହି । ସୂର୍ଯ୍ୟଙ୍କ କିରଣ ଯେମିତି ଗର୍ଭବତୀ ମହିଳାଙ୍କ ଉପରେ ପଡିବ ନାହି କି ଖୋଲା ଆକାଶକୁ ଦେଖିବେ ନାହି । ଏହି ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷ କଟାକଟି ବା ସିଲେଇ କରିବା ଉଚିତ ନୁହେଁ ।

କାରଣ ଏହାର ପ୍ରଭାବ ଗଭରେ ଥିବା ଶିଶୁ ଉପରେ ପଡିଥାଏ । ଗର୍ଭବତୀ ମହିଳା ମାନେ ତୁଳସୀ ପତ୍ର ପାଣିରେ ପକାଇ ପରାଗ ସମୟରେ ସେବନ କରିପାରିବେ । ଗର୍ଭବତୀ ମହିଳା ନଡିଆ କୋଳରେ ଧରି ବସିବା ଉଚିତ । ଏହା ସହ ଭଗବାନଙ୍କ ନାମ ସ୍ମରଣ କରିବା ଉଚିତ । ଦିନ ସମୟରେ ନିଶ୍ଚୟ ଗର୍ଭବତୀ ମହିଳା ଶ୍ରୀଫଳ ରଖିଥିବେ । ତା ପର ଦିନ ଅର୍ଥାତ ଅକ୍ଟୋବର ୨୬ରେ ଗର୍ଭବତୀ ମହିଳା ମାନେ ସ୍ନାନ କରି ଠାକୁରଙ୍କ ଛଡା ତୁଳସୀ ପାଇ ଖାଦ୍ୟ ଗ୍ରହଣ କରିପାରିବେ ।

କାର୍ତ୍ତିକ ଅମାବାସ୍ୟା ଦିନ ଗୟା ଶ୍ରାଦ୍ଧ ରହିଛି ଏଥିରେ କୌଣସି ବାରଣ ନାହି । ଏହା ପରେ ଗୋମାତାଙ୍କ ଗୋବର ପକାଇ ବସ୍ତ୍ର ଧୋଇବା ସହ ଆଉ ସ୍ନାନ କରିବେ । ଏହା ପରେ ପଞ୍ଚାମୃତ ପକାଇ ଘରେ ସିଂଚନ କରିବା ସହ ଠାକୁରଙ୍କ ପାଖରେ ଛିଞ୍ଚିବେ ଆଉ ନିଜେ ମଧ୍ୟ ସେବନ କରିବେ । ଠାକୁରଙ୍କୁ ସ୍ନାନ କରାଇ ବସ୍ତ୍ର ପିନ୍ଧା ଆଉ ପୁରୁଣା ବସ୍ତ୍ର ଓଲହାଇ ଦେବେ । ଏହା ପରେ ରୋଷେଇ ଘରେ ଅଗ୍ନି ପୂଜା କରି ରୋଷେଇ ଆରମ୍ଭ କରିବେ । ଯେଉଁ ଖାଦ୍ୟ ପ୍ରସ୍ତୁତ କରିବେ ସେଥିରେ ତୁଳସୀ ପତ୍ର ପକାଇବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *