ଧନତେରସ ଦିନ ଘରକୁ ଆଣନ୍ତୁ ଏହି 13 ଟି ଜିନିଷ ମଧ୍ୟରୁ ଯେ କୌଣସି ଗୋଟିଏ ଜିନିଷ, ମା ଲକ୍ଷ୍ମୀଙ୍କ କୃପା ଲାଭ ହେବ

ବନ୍ଧୁଗଣ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶ ତିଥିରେ ଧନତେରସ ପାଳନ କରାଯାଇଥାଏ । ଏହି ଦିନ ମାତା ଲକ୍ଷ୍ମୀ, ଭଗବନା ଗଣେଶ, କୁବେର ମହାରାଜଙ୍କ ପୂଜା କରାଯାଏ ଯାହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇଥାଏ । ଏହା ଛଡା କିଛି ଜିନିଷକୁ ନେଇ ଖାସ ଉପାୟ କରିଲେ ଏହି ଦିନ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଧନ ଆପଣଙ୍କ ଗୃହରେ ଭାରି ରହିଥାଏ । ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣି ପାଳନ କରାଯାଏ । ସେଥିମଧ୍ୟରୁ ଦୀପାବଳି ଅନ୍ୟତମ ଯାହା କି ଆଲୋକର ପର୍ବ ଅଟେ । ଚଳିତ ବର୍ଷ ଅକ୍ଟୋବର ୨୩ରେ ପଡିବାକୁ ଧନତେରସ । ଏହି ଦିନ ଘରକୁ କେଉଁ କେଉଁ ଜିନିଷ ଆଣିଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ମାନ୍ୟତା ଅଛି ଭଗବାନ ଧନତାରି ଯେବେ ପ୍ରକଟ ହୋଇଥିଲେ ସେତେବେଳେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ । ଧନତେରସ ଦିନ ପିତଳ ପାତ୍ର ବହୁତ ଶୁଭ ହୋଇଥାଏ ।

୨- ଧନତେରସ ଦିନ ରୂପାର କିଛି ଜିନିଷ ଘରକୁ ଆଣିବା ଶୁଭ ହୋଇଥାଏ । ଏହି ଦିନ ରୂପା ଜିନିଷ କିଣିଲେ ଯଶ, କୀର୍ତ୍ତି ଓ ସମ୍ମାନ ବୃଦ୍ଧି ହୋଇଥାଏ ।

୩- ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମଙ୍କ ସହ କଉଡି ପ୍ରକଟ ହୋଇଥିଲେ । ଧନତେରସ ଦିନ କଉଡି ଘରକୁ ଆଣିଲେ ଶୁଭ ହେବା ସହ ଧନରେ ବୃଦ୍ଧି ହୋଇଥାଏ ।

୪- ଧନତେରସ ଦିନ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣି ସ୍ଥାପନ କରିଲେ ବର୍ଷ ସାରା ଧନର ଅଭାବ ରୁହେ ନାହି ।

୫- ଧନତେରସ ଦିନ ଗୋଟା ଧନିଆ ଘରକୁ ଆଣିଲେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଦୀପାବଳି ଦିନ ଧନିଆ ପୂଜା କରି ଘରର ଚାରିଦିଗରେ ସିଂଚନ କରନ୍ତୁ ।

୬- ଧନତେରସ ଦିନ ଘରକୁ ଶଙ୍ଖ ଆଣି ଦୀପାବଳି ଦିନ ପୂଜା କରି ବଜାଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୭- ଧନତେରସ ଦିନ ଝାଡୁ ଘରକୁ ଆଣି ଦୀପାବଳିରେ ଏହାର ବ୍ୟବହାର କରନ୍ତୁ । ଏହା ଦ୍ଵାରା ଘରୁ ନେଗେଟିଭ ଊର୍ଜା ବାହାରିଯାଏ ।

୮- ଧନତେରସ ଦିନ ଲୁଣ ଘରକୁ ଆଣି ପାଣିରେ ପକାଇ ସିଂଚନ କରିଲେ ପୁରୁଣା ରୁଣରୁ ମୁକ୍ତି ମିଳିଥାଏ ।

୯- ଧନତେରସ ଦିନ ମାଟିରେ ତିଆରି ହୋଇଥିବା କଳସ ବା ମାଠିଆ ଘରକୁ ଆଣି ଉତ୍ତର ଦିଗରେ ଜଳ ଭରି ରଖନ୍ତୁ । ଏପରି କରିଲେ ଧନର ଅଭାବ ହୁଏ ନାହି ।

୧୦- ଧନତେରସ ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣିଲେ ଶୁଭ ହୋଇଥାଏ । ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତିକି ଏହି ଶଙ୍ଖରେ ପାଣି ଭାରି ସ୍ନାନ କରନ୍ତୁ ।

୧୧- ଧନତେରସ ଦିନ ଜଡିବୁଟି ଆୟୁର୍ବେଦିକ ଘରକୁ ଆଣିବା ଦ୍ଵାରା ପରିବାରେ କାହାକୁ ବଡ ଧରଣର ରୋଗ ହେବ ନାହି ।

୧୨- ଧନତେରସ ଦିନ କଇଁଛ ଘରକୁ ଆଣିଲେ ଶୁଭ ହେବ ସହ ମା ଲକ୍ଷ୍ମୀଙ୍କ ଆଗମନ ଗୃହକୁ ହୋଇଥାଏ ।

୧୩- ଧନତେରସ ଦିନ ଶ୍ରୀଜନ୍ତ୍ର ଘରକୁ ଆଣି ଦୀପାବଳିରେ ପୂଜା କରିଲେ ଧନର ଅଭାବ ହୁଏ ନାହି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *