ଏହି 4 ଜଣଙ୍କୁ କେବେବି ଘରୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ- Chanakya Niti

ବନ୍ଧୁଗଣ ଆମ ଶାସ୍ତ୍ର ରେ ଲେଖା ଅଛି କି ଦାନ କରିବା ଦ୍ଵାରା ଆମ ଧନ କେବେ କମେ ନାହି । କେତେ ଜଣ ଭାବିଥାନ୍ତି ଦାନରେ କିଛି ଧନ ଦେଇ ଦେଲେ ଧନ କମି ଯାଇଥାଏ । କିନ୍ତୁ ଏମିତି ହୁଏ ନାହି । କାରଣ ଯେଉଁ ଧନ ଆମ ପାଖରେ ଅଛି ତାହା ଆମର ନୁହେଁ । ତାହା ଭଗବାନ ଆମକୁ ଦେଇଛନ୍ତି ତେଣୁ ଏହାର ଦାନ କରିବା ଉଚିତ । ଏଥିଦ୍ବାରା ଆମେ ଯାହା ପାପ କରିଥାଉ ତାହା ଖଣ୍ଡନ ହେବା ସହ ଭଗବାନଙ୍କ କୃପା ଲାଭ ହୋଇଥାଏ ।

ସେଥିପାଇଁ ନିଜର ଧନର କିଛି ଅଂସ ଦାନ କରନ୍ତୁ । ଆଜି ଆମେ ଆପଣଙ୍କୁ କେଉଁ ମାନଙ୍କୁ ଘରୁ ଖାଲି ହାତରେ ଯିବାକୁ ଦେବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ଯଦି ଆପଣଙ୍କ ଘରକୁ କୌଣସି ଭିକାରି ଆସୁଛନ୍ତି ତେବେ ତାଙ୍କୁ କେବେ ବି ଖାଲି ହାତରେ ଯିବାକୁ ଦିଅନ୍ତୁ ନାହି । ସେମାନଙ୍କୁ କିଛି ନା କିଛି ନିଶ୍ଚୟ ଦାନ ଦିଅନ୍ତୁ । କାରଣ ଭଗବାନଙ୍କ ସେବା ହିଁ ନାରାୟଣ ସେବା ଅଟେ । ଭିକାରି ମାନେ ନିଜର ଦାରିଦ୍ରାତ୍ୟା କାରଣରୁ ଭିକ ମାଗିଥାନ୍ତି ।

ଏହି କାରଣରୁ ଦରିଦ୍ର ନାରାୟଣ କୁହାଯାଏ ସେମାନଙ୍କୁ । ମାନ୍ୟତା ଅଛି ଆମେ ଯାହା ଭିକାରି ଙ୍କୁ ଦାନ କରିଥାଉ ତାହା ସିଧା ଭଗବାନ ବିଶୁଣୁ ଙ୍କୁ ଦେଇଥାଉ ।  ଅପାନ ଯେତିକି ଧନ ଦାନ କରିଥିବେ ତାହା ହଜାର ଗୁଣା ଆପଣଙ୍କୁ ନିଶ୍ଚୟ ମିଳିବ ।

୨- ଯଦି ଆପଣଙ୍କ ଘରକୁ କେବେ କିନ୍ନର ଆସୁଛନ୍ତି ତେବେ ତାଙ୍କୁ ନିଶ୍ଚୟ ଦାନ ଦିଅନ୍ତୁ । ଜ୍ଯୋତିଷ ଶାସ୍ତ୍ରରେ କିନ୍ନର ମାନଙ୍କୁ ବୁଧ ଗ୍ରହର ପ୍ରତୀକ ମନା ଯାଏ । ଏତିକି ତାଙ୍କର ଆଶୀର୍ବାଦ ବହୁତ ଜଲ୍ଦି ପୂଣ୍ୟ ଦେଇଥାଏ । ତେଣୁ ନିଶ୍ଚୟ ସେମାନଙ୍କୁ କିଛି ନା କିଛି ଦାନ ନିଶ୍ଚୟ ଦିଅନ୍ତୁ ।

୩- ଯଦି ଆପଣଙ୍କ ଘରକୁ କେହି ରୋଗୀ ବା ଅପାହିଜ ଆସିଥାନ୍ତି ତେବେ ନିଜର ସକ୍ଷମ ଅନୁଯାୟୀ କିଛି ବି ଦାନ ଦିଅନ୍ତୁ । ସେମାନଙ୍କୁ ଦାନ ଦେବା ଦ୍ଵାରା ସେମାନେ ଆରୋଗ୍ଯ ହେବା ସହ ଶନି ଓ ରାହୁ ଙ୍କ ପ୍ରକୋପରୁ ରକ୍ଷା ମିଳିଥାଏ । ସେଥିପାଇଁ ଅପାହିଜ ବା ରୋଗୀ ଆସିଥିଲେ ନିଶ୍ଚୟ ଦାନ କରନ୍ତୁ ।

୪- ଯଦି ଆପଣଙ୍କ ଘରକୁ କେହି ବୃଦ୍ଧ ବ୍ୟକ୍ତି ଆସୁଛନ୍ତି ତେବେ ନିଶ୍ଚୟ ତାଙ୍କୁ ଦାନ କରନ୍ତୁ । ଶାସ୍ତ୍ର ରେ କୁହାଯାଏ କି ସେମାନଙ୍କର ଆଶୀର୍ବାଦ ନିଶ୍ଚୟ ପଡ଼ିଥାଏ ବା ଆମର ଭଲ ହୋଇଥାଏ ।

ଏବେ ଆସନ୍ତୁ ଜାଣିବା କଣ ଦାନ କରିଲେ କଣ ଲାଭ ହୁଏ ? ବହି ଦାନ କରିଲେ ସୁପୁତ୍ର ଲାଭ ହୁଏ । ଧନ ଦାନ କରିଲେ ସୌଭାଗ୍ୟ ବୃଦ୍ଧି ହୁଏ । ଜଳ ଦାନ କରିଲେ ମହିମା ବୃଦ୍ଧି ହୁଏ । ଦୀପ ଦାନ କରିଲେ ଆଖି ତେଜୀୟାନ ହୁଏ । ସୁନା ଦାନ କରିଲେ ଆୟୁଷ ବଢିଥାଏ । ରୂପା ଦାନ କରିଲେ ଭୂଷଣ ବୃଦ୍ଧି ହୁଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *