ଏହି ସବୁ କରିବା ଦ୍ୱାରା ଆପଣ ସିଗାରେଟ ଛାଡିପାରିବେ ମାତ୍ର ୫ ଦିନରେ। ଏବେ ହିଁ ଦେଖନ୍ତୁ

ସିଗାରେଟ ଟାଣିବା ଏକ କୁଅଭ୍ୟାସ। ଏହା ଦ୍ୱାରା କ୍ୟାନସର ଭଳି ବଡ଼ ରୋଗ ହେବାର ସମ୍ଭାବନା ରହିଛି। ଦିନକୁ ଦିନ ସିଗାରେଟ ଟାଣିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ଦ୍ୱାରା ସ୍ୱାସ୍ଥ୍ୟକୁ କ୍ଷତି ପହଁଞ୍ଚିଥାଏ ଜାଣି ବି ଲୋକେ ଏହାକୁ ଛାଡିପାରନ୍ତି ନାହିଁ।

ତେବେ ଆପଣ ବି ଯଦି ଏହି ସିଗାରେଟ ଟାଣିବା ଅଭ୍ୟାସରେ ଜଡିତ ଏବଂ ଏହି ଅଭ୍ୟାସକୁ ଯଥା ଶୀଘ୍ର ଛାଡିବାକୁ ଚାହାନ୍ତି ତେବେ ଆଜି ଆପଣଙ୍କ ପାଇଁ ଆମେ ନେଇ ଆସିଛୁ କିଛି ଏମିତି ଟିପସ ଯାହାକୁ ଆପଣାଇ ଆପଣ ଏହି କୁଅଭ୍ୟାସରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା

୧- ଆପଣଙ୍କ ସିଗାରେଟ ଅଭ୍ୟାସ ବିଷୟରେ ଆପଣଙ୍କ ସବୁଠାରୁ ନିକଟତର ଲୋକଙ୍କୁ କୁହନ୍ତୁ। ଆପଣଙ୍କୁ ଯେବେ ଏହା କରିବାକୁ ଇଚ୍ଛା ହେବ ଆପଣ ତାଙ୍କ ପାଖକୁ ଯାଇ କୁହନ୍ତୁ। ଏହା କରିବା ଦ୍ୱାରା ସେ ଆପଣଙ୍କୁ ସିଗାରେଟ ପିଇବାର ଖରାପ ଗୁଣ ଗୁଡିକ କହିବେ ଯାହା ପରେ ସେହି ସମୟରେ ଆପଣଙ୍କର ଇଚ୍ଛା ସେହି ସମୟରେ ଆଉ ହେବ ନାହିଁ।

୨- ନିଜକୁ ଏତେ ବ୍ୟସ୍ତ ରଖନ୍ତୁ ଯେ, ଆପଣଙ୍କୁ ସିଗାରେଟ ଟାଣିବା ତ ଦୂର କଥା ଭାବିବାକୁ ବି ସମୟ ମିଳିବନି।

୩- ସିଗାରେଟ ପିଇବାକୁ ଇଛା ହେଲେ ଏମିତି ଏକ ଜାଗାକୁ ଯାଆନ୍ତୁ ଯେଉଁଠି ସିଗାରେଟ ଟାଣିବା ମନା ଥିବ ଏବଂ ସେହିଠାରେ ନିଜର କିଛି କାମ କରନ୍ତୁ। ଏହା ଦ୍ୱାରା ଆପଣ ସିଗାରେଟ ବିନା ରହିପାରିବେ।

୪- ରେଜା ପଇସାକୁ ପକେଟରୁ ବାହାର କରିଦିଅନ୍ତୁ। ରେଜା ଥିଲେ ସିଗାରେଟ ଟାଣିବାକୁ ଇଛା ହେବ।ତେଣୁ ନିଜ ପାଖରେ କେବେ ମଧ୍ୟ ରେଜା ପିଇସା ରଖନ୍ତୁ ନାହିଁ।

୫- ପ୍ରତିଦିନ ସିଗାରେଟ ପିଇବାର କୁପରିଣତି ବିଷୟରେ ନିଜ ଡାଏରି କିମ୍ବା ଖାତାରେ ଲେଖନ୍ତୁ ଯାହା ଦ୍ୱାରା ଏହାକୁ ଆପଣ ଘୃଣା କରିବାକୁ ଲାଗିବେ।

୬- କିଛିଦିନ ଯାଏଁ ପାନ ଦୋକାନ କିମ୍ବା ସିଗାରେଟ ବିକ୍ରି ହେଉଥିବା ଜାଗାକୁ ଯାନ୍ତୁ ନାହିଁ। ଆସ୍ତେଆସ୍ତେ ଆପଣ ସିଗାରେଟ କଥା ଭୁଲିଯିବେ।

ଏହି ସବୁ କରିବା ଦ୍ୱାରା ଆପଣ ସିଗାରେଟ ଅଭ୍ୟାସରୁ ଧୀରେ ଧୀରେ ବାହାରି ପାରିବେ।

Leave a Reply

Your email address will not be published. Required fields are marked *