ମାତ୍ର ୭ ଦିନରେ ମିଳିବ ଚୁଟି ଝଡ଼ିବାରୁ ମୁକ୍ତି, ଯଦି କରନ୍ତି ଏହି ସବୁ କାମ

ଚେହେରା ଯେତେ ସୁନ୍ଦର ହୋଇଥିଲେ ବି ଯଦି ଚୁଟି ନ ଥାଏ ତେବେ ମୁହଁର ସୌନ୍ଦର୍ଯ୍ୟର କୌଣସି ଲାଭ ରହିନଥାଏ।ଏହା ଏବେ ଏକ ମୁଣ୍ଡ ବ୍ୟଥା ସାଜିଥିବା ବେଳେ କାମର ଚାପ, ପରିବେଶ ପ୍ରଦୂଷଣ ଏବଂ କେମିକାଲର ପ୍ରୟୋଗ ଯୋଗୁଁ ସାଧାରଣତଃ ଏହା ହୋଇଥାଏ।

ଲୋକେ ଏଥିରୁ ମୁକ୍ତି ପାଇଁ ବିଭିନ୍ନ ଔଷଧ ଏବଂ ତେଲ ବ୍ୟବହାର କରନ୍ତି ଯାହା ସୁଫଳ ଦେବା ପରିବର୍ତ୍ତେ ଆହୁରି ଅଧିକ ଚୁଟି ଝଡାଇ ବ୍ୟକ୍ତିଙ୍କୁ ଚନ୍ଦା କରିଦିଏ।ଏସବୁ ବ୍ୟକ୍ତିଙ୍କୁ ଅଧିକ ବୟସ୍କ ମଧ୍ୟ କରେଇ ଦେଇଥାଏ। ଏଣୁ ଏଥିରୁ ବାହାରିବା ଲାଗି ସମସ୍ତେ ଆଜିକାଲି ଉପାୟ ଖୋଜୁଛନ୍ତି। ଜାଣିବା କିଛି ସରଳ ଉପଚାର ଯାହାକୁ କରି ଆପଣ ଚୁଟି ଝଡ଼ିବା ସମସ୍ୟାରୁ ଅଳ୍ପ ଦିନରେ ମୁକ୍ତି ପାଇପାରିବେ।

୧- ନିଜ ଚୁଟିକୁ ସବୁବେଳେ ସଫା ରଖନ୍ତୁ। ସଫା ରଖିବାକୁ ହେଲେ ଆପଣଙ୍କୁ ସପ୍ତାହରେ ଦୁଇଥର ସାମ୍ପୁ କରିବାକୁ ହେବ। ଧ୍ୟାନରଖନ୍ତୁ ସାମ୍ପୁ କରିବା ସମୟରେ ଚୁଟିକୁ ଆସ୍ତେଆସ୍ତେ ଘଷନ୍ତୁ ନଚେତ ଚୁଟି ଝଡ଼ିଯିବାର ସମ୍ଭାବନା ଅଧିକ ରହିଛି।

୨- ହେୟାର ଡ୍ରାୟରକୁ ଯେତେ ସମ୍ଭବ ବ୍ୟବହାର କମ କରନ୍ତୁ। ଏହା ଆପଣଙ୍କ ଚୁଟିକୁ ଶୁଷ୍କ କରିଦିଏ ଯାହା ଚୁଟି ଝଡ଼ିବାର ମୁଖ୍ୟ କାରଣ ହୋଇଥାଏ।

୩- ଚୁଟି ଧୋଇବା ପରେ ଏହାକୁ ସଙ୍ଗେସଙ୍ଗେ ନପୋଛି କିଛି ସମୟ ପରେ ପୋଛନ୍ତୁ ।କାରଣ ଓଦା ଥିବା ସମୟରେ ଚୁଟି କପଡ଼ାରେ ହିଁ ବାହାରି ଆସେ।

୪- ଯେତେ ପାରିବେ କେମିକାଲ ଯୁକ୍ତ ପଦାର୍ଥର ବ୍ୟବହାର କମ କରନ୍ତୁ। ଯଥା ହେୟାର ଜେଲ, ହେୟାର କଣ୍ଡିସନର, ହେୟାର ସ୍ପ୍ରେ ଆଦିକୁ ନିଜ ଚୁଟିରେ ଲଗାନ୍ତୁ ନାହିଁ।

୫- ସପ୍ତାହକୁ ଗୋଟିଏ ଥର ଅଣ୍ଡାର ବ୍ୟବହାର ନିଜ ଚୁଟିରେ କରନ୍ତୁ। ଏହାକୁ କରିସାରିବା ପରେ ଥଣ୍ଡା ପାଣିରେ ଧୋଇ ପୁଣି ସାମ୍ପୁରେ ସଫା କରି କଣ୍ଡିସନର ଲଗାନ୍ତୁ।

୬- ନିୟମିତ ଭାବରେ ଚୁଟିକୁ ସାଇଜ କରୁଥାନ୍ତୁ। ଏହା କରିବା ଦ୍ୱାରା କେଶ ସଫା ରହିବ ଏବଂ ଝଡିବାର ସମ୍ଭାବନା ରହିବ ନାହିଁ।

୮- ଅଧିକ ମାତ୍ରାରେ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ମଦ ସିଗାରେଟ ଆଦି ଜିନିଷକୁ ନିଜଠାରୁ ଯଥା ସମ୍ଭବ ଦୂରେଇ ରଖନ୍ତୁ।

୯- ସବୁବେଳେ ପାଣି ପିଅନ୍ତୁ। ରକ୍ତ ସଞ୍ଚାଳନ ପାଇଁ ନିୟମିତ ବ୍ୟାୟାମ କରିପାରିବେ। ରକ୍ତ ସଞ୍ଚାଳନ ହେଲେ ଚୁଟି ଝଡ଼ିବାର ଆଶଙ୍କା ରହି ନଥାଏ।

୧୦- ସର୍ବ ଶେଷରେ ଆପଣ ନିଜକୁ ଚିନ୍ତାମୁକ୍ତ ରଖନ୍ତୁ। ଚିନ୍ତା ମୁକ୍ତ ରହିଲେ ଆପଣଙ୍କ ଚୁଟି ସୁରକ୍ଷିତ ରହିବ।

Leave a Reply

Your email address will not be published. Required fields are marked *