ସକାଳେ ଡେରିରେ ଉଠୁଛନ୍ତି କି? ଏହି ଅଭ୍ୟାସ କଣ କରିପାରେ କ୍ଷତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ!

ଡେରିରେ ଉଥିବା ଅଭ୍ୟାସ ଅତି ଛୋଟ ଅଭ୍ୟାସ ଟିଏ ଲାଗିଲେ ମଧ୍ୟ ଏହା ଆଦୌ ଛୋଟ ନୁହେଁ । ଏହି ଅଭ୍ୟାସ ଆପଣଙ୍କ ଜୀବନ ବି ନେଇପାରେ । ତେବେ ଯଦି ଜଣେ ସବୁବେଳେ ଡେରିରେ ବିଛଣା ଛାଡେ ତେବେ ତାର କଣ ସବୁ କ୍ଷତି ହୋଇଥାଏ ଏବଂ ଏଥିପାଇଁ ମଣିଷ କେଉଁ କେଉଁ ସ୍ୱାସ୍ଥ୍ୟଜନିତ ସମସ୍ୟାର ସମୁଖୀନ ହୁଏ ତାହା ବିଷୟରେ ଆଜି ଜାଣିବା ।  ରାତିର ଶୋଇବା ଶରୀରକୁ ସୁସ୍ଥ ରଖିଥାଏ ।  ଦିନ ଜାକ ଯେତେ ଶୋଇଲେ ମଧ୍ୟ ଯଦି ଜଣେ ରାତିରେ ନ ଶୁଏ ତେବେ ସେ ଅସୁସ୍ଥ ହୋଇଯାଏ ।

ତେବେ ଆମ ଭିତରୁ କିଛି ଲୋକ ଡେରି ରାତି ପର୍ଯ୍ୟନ୍ତ ଅନିଦ୍ରା ରହି ଫୋନ କିମ୍ବା କମ୍ପୁଟରରେ ସମୟ ବିତାଇଥାନ୍ତି ଏବଂ ବହୁତ ବିଳମ୍ବରେ ଶୋଇ ବିଳମ୍ବରେ ଉଠନ୍ତି ।

ଏହା କିଛି ଜଣଙ୍କର ଅଭ୍ୟାସ ମଧ୍ୟ ଅଟେ । ? ଡେରିରେ ଉଠିବା ଆଜିକାଲି ଯୁବ ପିଢିଙ୍କର କ୍ଷେତ୍ରରେ ଅଧିକ ଦେଖାଯାଉଛି ।

୧- ରକ୍ତଚାପ ନିମ୍ନ କରାଇଦିଏ

ଅଧିକ ସମୟ ଶୋଇ ରହିଲେ ରକ୍ତ ସଞ୍ଚାଳନ ଠିକ ରୂପେ ନ ହେଇ ପାରିବାରୁ ରକ୍ତଚାପ ନିମ୍ନଗାମୀ ହୁଏ ଫଳରେ ବ୍ୟକ୍ତିଙ୍କଠାରେ ଏହି ସମସ୍ୟା ଦେଖାଦିଏ ।

୨- ଦେହରେ ଯନ୍ତ୍ରଣା

ଦେହର ବିଭିନ୍ନ ସ୍ଥାନରେ ଯଥା ପିଠି, ଗୋଡ଼,ହାତ ଏବଂ ଅନ୍ୟାନ୍ୟ ଗଣ୍ଠିରେ ଅନୁଭୁତ ଯନ୍ତ୍ରଣା ଡେରିରେ ଉଠିବା କାରଣରୁ ହୋଇଥାଏ । ଗୋଟିଏ ପୋଜିସନରେ ଅଧିକ ସମୟ ଶୋଇ ରହିଲେ ଏହା ହୋଇଥାଏ ।

୩- ହାର୍ଟ ଆଟାକ

ବିଳମ୍ବିତ ସମୟରେ ଶେଯରୁ ଉଥିବା ହାର୍ଟ ଆଟାକର କାରଣ ହୋଇପାରେ । ଡେରିରେ ଉଠିବାର ସିଧା ପ୍ରଭାବ ଆମ ହାର୍ଟ ଉପରେ ପଡିଥାଏ ଯାହାଫଳରେ ଏହା ହୋଇଥାଏ । ବେଳେବେଳେ ଏହା ଜୀବନ ପ୍ରତି ବି ବିପଦ ସୃଷ୍ଟି କରିପାରେ ।

୪- ମେଦ ବହୁଳତା

ଡେରି ପର୍ଯ୍ୟନ୍ତ ଶୋଇ ରହିଲେ ମେଦ ବହୁଲତା ଭଳି ରୋଗ ହୁଏ । ଅଧିକ ସମୟର ବିଶ୍ରାମ ଯୋଗୁଁ କ୍ୟାଲୋରୀ ବରନ ନହେଇପାରି ଦେହରେ ଚର୍ବି ଜମା ହୋଇଯାଏ ଯାହା ଫଳରେ ଏହି ସମସ୍ୟା ଦେଖା ଦେବା ସହ ଖୁବ ଜଲଦି ଅଧିକ ମୋଟା ହେଇଯିବାର ଆଶଙ୍କା ମଧ୍ୟ ରହିଥାଏ ।

୫- ମାନସିକ ବିକୃତି

ଅଧିକ ସମୟ ଧରି ଶୋଇରହିଲେ ମାନସିକ ବିକୃତି ମଧ୍ୟ ହେବାର ସମ୍ଭାବନା ରହିଛି । ଶୋଇବା ସମୟରେ ଆମ ମସ୍ତିଷ୍କ ସ୍ଥିର ରହିଥାଏ, କିନ୍ତୁ ମସ୍ତିଷ୍କ ଅଧିକ ସମୟ ଧରି ସ୍ଥିର ରହିବା କ୍ଷତିକାରକ ଅଟେ ତେଣୁ ଡେରି ଯାଏଁ ଶୋଇବା ମାନସିକ ଚାପ ବଢାଇବା ସହ ବିକୃତି ପାଇଁ ଦାୟୀ ହୋଇଥାଏ ।

୬- ଡିପ୍ରେସନ

ସକାଳେ ଲେଟରେ ଉଥିବା ପରେ ଦିନ ସାରା କୌଣସି କାମରେ ମନ ନ ଲାଗିବା ସହ ଚିଡିଚିଡା ଲାଗେ ଯାହା ଡିପ୍ରେସନରେ ବଦଳିଯାଏ ।

୭- ଡାଇବେଟିସ

ଡେରି ଯାଏଁ ଶୋଉଥିବା ବ୍ୟକ୍ତିଙ୍କ ଠାରେ ଡାଇବେଟିସ ରୋଗ ଦେଖାଦିଏ । କାରଣ ଏମିତି କରିବା ଦ୍ୱାରା ଦେହର ବ୍ଲଡ଼ ସୁଗାର ବଢିଥାଏ ଏବଂ ଏହା କ୍ରମଶଃ ଡାଇବେଟିସର ରୂପ ନିଏ ।

ଉପରୋକ୍ତ ସବୁ କ୍ଷତି ସକାଳେ ଡେରିରେ ଉଠିବା ଦ୍ୱାରା ହୋଇଥାଏ । ଯଦି ଆପଣଙ୍କର ବି ଏହି ଅଭ୍ୟାସ ରହିଛି ତାହାଲେ ଏକ ସୁସ୍ଥ ଜୀବନ ପାଇଁ ଏହାକୁ ଆଜିଠାରୁ ହିଁ ଛାଡ଼ନ୍ତୁ ନଚେତ ଆପଣଙ୍କୁ ଏହିସବୁ ଅସୁବିଧାର ସମ୍ନା କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *