ଏହି 5ଟି ଭୁଲ କରନ୍ତୁ ନାହିଁ, ନଚେତ ଆପଣଙ୍କ Partner ଆପଣଙ୍କୁ ଇଗନୋର କରିବେ- Love Tips

ବନ୍ଧୁଗଣ ଆପଣଙ୍କ ସାଥି କଣ ଦୁନିଆରେ ଏମିତି କେହି ବି ନାହି ଯିଏ ଆପଣଙ୍କୁ ଇଗନୋର କରିପାରିବ । ସେ ପୁଅ ହେଉ ବା ଝିଅ ହେଉ ଆପଣ ନିଜର ଭୁଲ ସୁଧାରିନେବେ ଓ ଇଗନୋର କରିବାକୁ ମୌକା ଦେବେ ନାହି । ଆପଣ ନିଜେ ଭୁଲ କରୁଛନ୍ତି ଆଉ ଇଗନୋର କରିବାକୁ ପୁରା ମୌକା ଦେଉଛନ୍ତି । ଲୋକେ ଏତେ ଅଧିକ ଭୁଲ କରିଥାନ୍ତି କି ତାଙ୍କ ସାଥି ବାଧ୍ୟ ହୋଇଥାଏ ତାଙ୍କୁ ଇଗନୋର କରିବାକୁ । ତେବେ କେଉଁ ୫ଟି ବଡ ଭୁଲ ପାଇଁ ଆପଣଙ୍କ ସାଥି ଆପଣଙ୍କୁ ଇଗନୋର କରିଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ଯେବେ ଆପଣଙ୍କ ସାଥି କେବେ ଅନଲାଇନ ଥିବେ ଆଉ ଆପଣଙ୍କ ସହ କଥା ନ ହୋଇ ଆଉ କାହା ସହ କଥା ହେଉଥିବେ ତେବେ ଆପଣଙ୍କ ଟେନସନ ବଢିଯାଇଥାଏ । ଆପଣଙ୍କ ମନରେ ନେଗେଟିଭ ବିଚାର ଆସିଥାଏ କି ଆପଣଙ୍କ ସାଥି ଆଉ କାହା ସହ କଥା ହେଉଛି । ଆପଣ ତାଙ୍କୁ ପଚାରିବେ ଅନଲାଇନ ହୋଇ ବି କାହିଁକି କଥା ହେଉନ ଥିଲ ଯାହା ଆପଣଙ୍କର ସବୁଠାରୁ ବଡ ଭୁଲ ।

୨- ଯଦି ଆପଣ ନିଜ ସାଥିଙ୍କ ପାଖରେ ଅଛନ୍ତି ତେବେ ଅନ୍ୟ ପୁଅ ବା ଝିଅର ପ୍ରଶଂସା କରନ୍ତୁ ନାହି ଯାହା ଦ୍ଵିତୀୟ ଭୁଲ । ନିଜ ସାଥିଙ୍କର ଭଉଣୀ ବା ବେଷ୍ଟ ଫ୍ରେଣ୍ଡର ତାରିଫ କରିଲେ ତାଙ୍କୁ ଖରାପ ଲାଗିବ । କାରଣ ତାଙ୍କୁ ଲାଗିବ ଆପଣ ତାଙ୍କ ଅପେକ୍ଷା ଅନ୍ୟର ଚିନ୍ତା କରୁଛନ୍ତି ତାଙ୍କ ବିଷୟରେ ନୁହେଁ ।

୩- ଅଧିକାଂଶ ଲୋକ ଅତୀତ ବିଷୟରେ କଥା ହେବା ସମୟରେ ନିଜର ପୂର୍ବତନ ପ୍ରେମର ନିନ୍ଦା କରିଥାନ୍ତି । କେବେ ବି ନିଜ ପୁରୁଣା ପ୍ରେମିକାର ନିନ୍ଦା କରନ୍ତୁ ନାହି । ନିଜ ସାଥିଙ୍କର ପ୍ରଶଂସା କରନ୍ତୁ । ଆପଣ ଯଦି ପୁରୁଣା ପ୍ରେମିକର ନିନ୍ଦା କରନ୍ତି ତେବେ ଆପଣଙ୍କ ସାଥିଙ୍କୁ ଲାଗିବ ଯଦି କାଲି ଆପଣ ଦୁହିଙ୍କର ବ୍ରେକପ ହୋଇଯାଏ ତେବେ ଆପଣ ତାଙ୍କ ବିଷୟରେ ବି ଏମିତି କହିବେ ।

୪- କେବେ ବି ନିଜ ସାଥୀଙ୍କୁ କୁହନ୍ତୁ ନାହି କି କେହି ଆପଣଙ୍କୁ ଛାଡି ଦେଇଛି ବା ଧୋକା ଦେଇଛି । ଏହାର କାରଣ ମଧ୍ୟ କେବେ ବି କୁହନ୍ତୁ ନାହି । ଆପଣ ଅନ୍ୟ କିଛି କାରଣ କହିପାରିବେ କି କେମିତି ଅଲଗା ହୋଇଛନ୍ତି । ଏମିତି ହେଲେ ଆପଣଙ୍କ ସାଥି ଆପଣଙ୍କୁ ଲୁଜର ଭାବିପାରନ୍ତି । ତାଙ୍କ ମନରେ ଏମିତି ଧାରଣ ଆସିବ କି ଆପଣଙ୍କୁ କେହି ଛାଡି ଦେଇଛି କିନ୍ତୁ ସତ କଥା ଆପଣ ନିଜେ ଅଲଗା ହୋଇଥିବେ । ଆପଣ ସତରେ ନିଜ ସାଥିଙ୍କ ଆଗରେ ଷ୍ଟ୍ରଙ୍ଗ ରହିବାକୁ ଚାହୁଁଛନ୍ତି ତେବେ ଏମିତି ଭୁଲ କରନ୍ତୁ ନାହି ।

୫- ଆପଣ ନିଜ ସାଥୀଙ୍କୁ କେବେ ବି ନିଜର ଦୁର୍ବଳତା ବିଷୟରେ କୁହନ୍ତୁ ନାହି ଯାହା ପାଇଁ ଆଗାମୀ ସମୟରେ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଆପଣଙ୍କୁ କେହି ନିଜ ଜୀବନରୁ ବାହାର କରି ଦେଇଛନ୍ତି ତାହା ସବୁଠାରୁ ବଡ କଥା । କେବେ ବି ଏହି କଥା ନିଜ ପ୍ରେମିକ ବା ପ୍ରେମିକା ଆଗରେ କୁହନ୍ତୁ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *