୭୪ ବର୍ଷ ବୟସରେ ମା ହେବାର ସ୍ଵପ୍ନ ହେଲା ପୁରା, ଦେଲେ ଦୁଇଟି ଯମଜ ସନ୍ତାନକୁ ଜନ୍ମ

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା । ଯାହା ଶୁଣି ଅପାନ ବିଶ୍ବାସ କରି ପରିବେନି ଯେ ଏହା କେମିତି ସମ୍ଭବ । ଯେଉଁଠି ଆଜିକାଲିର ବୟସ ଥିବା ମହିଳା ମାନେ ମା’ ହେଇ ପାରୁ ନାହାନ୍ତି ସେଠି ଏକ ୭୪ ବର୍ଷୀୟ ମହିଳା ମା’ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ତେବେ ଏହି ଘଟନା ବିଷୟରେ ଅସନତୁ ଜାଣିବା ସଂପୂର୍ଣ୍ଣ ତଥ୍ୟ । କେମିତି ଏହି ୭୪ ବର୍ଷୀୟ ମହିଳା ମା’ ହେବାର ସ୍ବଭାଗ୍ୟ ପାଇଲେ ସେ ବିଷୟରେ ଜାଣନ୍ତୁ ସଂପୂର୍ଣ୍ଣ ଖବର ।

ଆଜିକାଲିର ଟେକ୍ନୋଲୋଜୀ ବହତ କିଛି ସୁବିଢା କରିଦେଲାଣି । ଏହାର ଏକ ଉଦାହରଣ ହେଉଛି କି ୭୪ ବର୍ଷର ବୟସରେ ମଧ୍ୟ ମହିଳା ମା’ ହୋଇପାରିଛନ୍ତି । ଆନ୍ଧ୍ରପ୍ରଦେଶ ର ଗୁଣ୍ଟୁରରେ ରହୁଥିବା ମହିଳା ୭୪ ବର୍ଷ ବୟସରେ ଦୁଇଟି ଯାଅଁଳା ଝିଅଙ୍କୁ ଜନ୍ମ ଦେଇଛନ୍ତି । ଡାକତ୍ର ମାନେ ଏହି ମହିଳାଙ୍କର ସିଜରିୟାନ ଡେଲିଭରି କରାଇଛନ୍ତି । ବର୍ତ୍ତମାନ ମା’ ଓ ଛୁଆ ସମସ୍ତେ ସୁସ୍ଥ ଅଛନ୍ତି ।

୭୪ ବର୍ଷୀୟ ମଙ୍ଗମ୍ମାଙ୍କର ବିବାହ ୨୨ ମାର୍ଚ୍ଚ ୧୯୬୨ ରେ ରାଜା ରାଓ (ବର୍ତ୍ତମାନ ୮୦ ବର୍ଷର)ଙ୍କ ସହିତ ହୋଇଥିଲା । ମଙ୍ଗମ୍ମାଙ୍କର ସନ୍ତାନ ପାଇଁ ବହୁତ ଇଚ୍ଛା ଥିଲା, କିନ୍ତୁ ସେ କେବେ ମା’ ହୋଇପାରିନଥିଲେ । ବହୁତ ବର୍ଷ ପର୍ଯ୍ୟନ୍ତ ସେ ଅନେକ ଚେଷ୍ଟା କରି ମଧ୍ୟ କୌଣସି ସଫଳତା ପାଇ ନଥିଲେ । ଶେଷରେ ସେ ଗୁଣ୍ଟୁର ର ଅହଲ୍ୟା ନର୍ସିଙ୍ଗ ହୋମ ରେ ପହଞ୍ଚିଥିଲେ ଏବଂ ଏଠାରେ ତାଙ୍କର ଚିକତ୍ସା ପରେ ମଙ୍ଗମ୍ମା ଦୁଇଟି ସନ୍ତାନକୁ ଜନ୍ମ ଦେଲେ ।

ନର୍ସିଙ୍ଗ ହୋମ ର ଡାଃ. ସନାକ୍ୟାଲା ଉମାଶଙ୍କର ଏହି କେଶକୁ ନିଜ ହାତକୁ ନେଇଥିଲେ ଏବଂ IVF ମାଧ୍ୟମରେ ସେ ମଙ୍ଗମ୍ମାଙ୍କ ମା ହେବାର ସ୍ଵପ୍ନ ପୁରା କରିଥିଲେ । ସମ୍ଭବତଃ ମଙ୍ଗମ୍ମା ଭାରତର ପ୍ରଥମ ମହିଳା ହୋଇଥିବେ ଯିଏ ୭୪ ବର୍ଷ ବୟସରେ ପିଲା ଜନ୍ମ କରିଛନ୍ତି ।

Leave a Reply

Your email address will not be published. Required fields are marked *