ଆଜିଠୁ ଆରମ୍ଭ କାର୍ତ୍ତିକ ମାସ, 7ଟି ରାଶିଙ୍କର ଚମକିବ ଭାଗ୍ୟ, 5ଟି ରାଶି ରୁହନ୍ତୁ ସାବଧାନ!

ବନ୍ଧୁଗଣ ଆରମ୍ଭ ହୋଇ ସାରିଛି କାର୍ତ୍ତିକ ମାସ । ଏହି ପବିତ୍ର ମାସରେ ହବିସ କରାଯାଏ । ଏହା ସହ କାର୍ତ୍ତିକ ମାସର ବିଶେଷ ମହତ୍ଵ ରହିଛି ଜ୍ଯୋତିଷ ଶାସ୍ତ୍ରରେ । ଏହି ମାସରେ ପିଆଜ, ରସୁଣ ଓ ଅମାଇଶ ଖାଇବା ବର୍ଜନ ହୋଇଥାଏ । ଏହି ମାସକୁ ଧର୍ମ ମାସ ମଧ୍ୟ କୁହାଯାଏ । ଏହି ମାସରେ ବ୍ରତ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ମାସର ଆରମ୍ଭରୁ କେଉଁ ରାଶି ଉପରେ କେଉଁ ଭଳି ପ୍ରଭାବ ପଡିବାକୁ ଯାଉଛି ତାହା ବିଷୟରେ ଆଜି ଆମେ ଆପଣଙ୍କୁ ବିସ୍ତାର ଭାବେ କହିବାକୁ ଯାଉଛୁ ।

ମେଷ ରାଶି : ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଧନ ସମ୍ପତିରେ ବୃଦ୍ଧି ହେବ । ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି । ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ସଫଳ ହେବେ ।

ବୃଷ ରାଶି : କୌଣସି ଅବରୋଧ ହୋଇଥିବା କାର୍ଯ୍ୟରେ ସଫଳ ହେବେ । ଅର୍ଥ ଲାଭ ହୋଇପାରେ । ପାରିବାରିକ ଜୀବନ ସୁଖମୟ ରହିବ ।

ମିଥୁନ ରାଶି : ବେପାର ମାନ୍ଦା ରହିବ । ବୁଦ୍ଧି କୌଶଳ ଦ୍ଵାରା ବ୍ୟାପାରରେ ଉନ୍ନତି କରିବେ । ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ଧନ ଲାଭ ହେବ । ମହିଳା ଧର୍ମ ପରାୟଣ ହେବେ ।

କର୍କଟ ରାଶି : କର୍ମ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ ହେବେ । ଅର୍ଥ ବ୍ୟୟ ଅଧିକ ହେବ ତେଣୁ ଆୟ ଉପରେ ସଂଯମ ରଖନ୍ତୁ । ପରିବାରରେ ଅଶାନ୍ତି ଦେଖାଯିବ ।

ସିଂହ ରାଶି : ଦୈନିକ ରୋଜଗାର ବୃଦ୍ଧି ପାଇବ । ମାନ ସମ୍ମାନରେ ବୃଦ୍ଧି ହେବ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ । କର୍ମ କ୍ଷେତ୍ରରେ ସଫଳ ହେବେ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।

କନ୍ୟା ରାଶି : ବ୍ୟବସାୟରେ ଉନ୍ନତି ହେବ । ଧନ ସମ୍ପତି ବୃଦ୍ଧି ପାଇଁ । ବନ୍ଧୁ ସହଯୋଗ ପାଇବେ । ଆର୍ଥିକ ଅବସ୍ଥା ମଜବୁତ ହେବ । ମହିଳା ସନ୍ତାନ ସୁଖରେ ସୁଖୀ ହେବେ ।

ତୁଳା ରାଶି : ବ୍ୟବସାୟରେ ଲାଭବାନ ହେବେ । ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହେବେ । ଦୈନିକ ରୋଜଗାର ପରିଶ୍ରମ ଦ୍ଵାରା ସଫଳତା ପାଇବେ ।

ବିଛା ରାଶି : ବ୍ୟବସାୟରେ ସଫଳତା ଲାଭ କରିବେ । ଆଗାମୀ ଦିନରେ ଅଧିକରୁ ଅଧିକ ଲାଭ ପାଇବେ । ଦୈନିକ ରୋଜଗାର ବୃଦ୍ଧି ପାଇବେ । ପାରିବାରିକ ଜୀବନ ସୁଖମୟ ରହିବ ।

ଧନୁ ରାଶି : କର୍ମ କ୍ଷେତ୍ରରେ ବିବାଦ ଦେଖାଯିବ । ଶାରୀରିକ ଅସୁସ୍ଥା ବୃଦ୍ଧି ପାଇଁ । କଠିନ ପରିଶ୍ରମ ଦ୍ଵାରା ସଫଳ ହେବେ । ମହିଳା ଚିନ୍ତାରେ ରହିବେ ।

ମକର ରାଶି : ଯାହା ବି ଅସୁବିଧା ରହିଥିଲା ତାହା ଦୂର ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ । ଭଗବାନ ଶିବଙ୍କର ଦର୍ଶନ କରନ୍ତୁ ।

କୁମ୍ଭ ରାଶି : ମାତା ପିତାଙ୍କ ସହଯୋଗ ପାଇବେ । ବନ୍ଧୁଙ୍କ ସହ ସମୟ ବ୍ଯତୀତ କରିବେ । ଧନ ଲାଭ ହେବ । ଧର୍ମ ପରାୟଣ ହେବେ ।

ମୀନ ରାଶି : ବ୍ୟବସାୟରେ ଲାଭବାନ ହେବେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଦ୍ଵାରା ସଫଳ ହେବେ । ମାନସିକ ଚିନ୍ତା ରହିବ । ବନ୍ଧୁଗଣ ଆପଣଙ୍କର କେଉଁ ରାଶି ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *