ଫର୍ନିଚର ଆକାର ରେ ଗଛ ଚାଷ କରୁଛନ୍ତି ଏହି ଦମ୍ପତ୍ତି, ଦେଖନ୍ତୁ ସେମାନେ କେମିତି କରୁଛନ୍ତି ଏହି ଅଦ୍ଭୁତ କାମ

ଇଂଲେଣ୍ଡ ର ଜଣେ ଦମ୍ପତ୍ତି ଗେୱିନ ଓ ଏଲିସ ମୁନରୋ ଫର୍ନିଚର ଆକାର ରେ ଗଛ ଚାଷ କରୁଛନ୍ତି, ଗେୱିନ କହିବା ଅନୁଯାଇ ନୂଆ ଫର୍ନିଚର ପାଇଁ କାଠ କୁ କାଟିବାକୁ ପଡିବ । ତାଙ୍କ କହିବା ଅନୁଯାଇ ୫୦ବର୍ଷ ଗଛ କୁ କାଟିବା ଅପେକ୍ଷା ଗଛ ଫର୍ନିଚର ଆକାର ରେ ତିଆରି କରନ୍ତୁ । ଥ୍ରୀଡି ପ୍ରିନଟିଙ୍ଗ ଭଳି ଅଛି ଏହି ଫର୍ନିଚର ଗୋଟେ ଟେବୁଲ ଦାମ ୧୧ ଲକ୍ଷ ଟଙ୍କା ଅଟେ ।

ଫର୍ନିଚର ତିଆରି ହାବା ପାଇଁ ୧୮ମାସ ରୁ ବି ଅଧିକ ସମୟ ଲାଗି ଥାଏ :

ଗେୱିନ ଏହି ସବୁ ଆଇଡିଆ ନିଜ ଜୀବନ ରୁ ପାଇ ଛନ୍ତି ଯେତେବେଳେ ସେ ଛୋଟ ଥିଲେ ତାଙ୍କ ଘରେ ଗୋଟେ ବୋଞ୍ଜଇ ଗଛ ଏତେ ବଢି ଯାଇ ଥିଲା କି ଚେୟାର ଭଳି ଦେଖା ଯାଉ ଥିଲା ଏହା ଦେଖି ଗେୱିନ କୁ ଗଛ ରେ ଫର୍ନିଚର ବନେଇବା ର ଆଗ୍ରହ ହେଲା ।

ଗେୱିନଙ୍କର ଜନ୍ମ ରୁ ବ୍ୟାକବୋନ ତେଢା ଥିଲା ଯାହା ପାଇଁ ତାଙ୍କୁ ମେଟାଲ ଫ୍ରେମ ପିନ୍ଧିବାକୁ ପଡିଥିଲା ଓ ଏହି ସବୁ ଦେଖି ତାଙ୍କୁ ଗୋଟେ ନୂଆ ପ୍ରକାର କାମ କରିବା ଭାବନା ଆସିଲା । ଗେୱିନ କହିବା ଅନୁଯାଇ ଏହି କାମ ର ଆରମ୍ଭ ୨୦୦୬ରେ ହୋଇଥିଲା ଯେତେବେଳେ ସେ ନିଜ ଘର ଜମି ରେ ଦୁଇଟି ଚେୟାର ଗଢି ଥିଲେ ।

୨୦୧୨ରେ ଏଲିସ ସହ ବିବାହ ହେଲା ପରେ ଏହି ଆଇଡିୟା କୁ ବିଜନେସ ରେ ପରିବର୍ତ୍ତନ କରା ଗଲା, ପ୍ରଥମ ଥର ବିଜନେସ ପାଇଁ ଫର୍ନିଚର ଚାଷ ଗାଈ ଓ ଠେକୁଆ ଖାଇ ଗଲେ । ଗେବିନ ଅନୁଯାଇ ଏହି ଭଳି ଫର୍ନିଚର କୁ ରେଡି କରିବା ପାଇଁ ବହୁତ ସମୟ ଲାଗି ଥାଏ ।

ଏହି ଚେୟାର ଗଛ କୁ ବଢିବା ପାଇଁ ୬ମାସ ର ସମୟ ଲାଗିଥାଏ ଏବଂ ସେତିକି ସମୟ ଏହାକୁ ଶୁଖାଇକାରୀ ଉପଯୋଗ କରିବା ପାଇଁ ଲାଗିଥାଏ ସେଥି ପାଇଁ ଏହି ଫର୍ନିଚର ରେ ୧୮ମାସଠୁ ଅଧିକ ସମୟ ଲାଗି ଥାଏ । ଦମ୍ପତ୍ତି ନିଜ କାରୋବାର କୁ ବଢେଇବା ପାଇଁ ନୂଆ ଫାର୍ମ କିଣିବାକୁ ଚାହଁନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *