ଆମ ଜୀବନ ରେ ପାଣି ର ମହତ୍ୱ ବେଶୀ, ସୁସ୍ଥ ଶରୀର ପାଇଁ ଏହାର ଆବଶ୍ୟକତା ଅଧିକ । ଛୋଟ ପିଲା ବେଳୁ ଆମେ ଜାଣିଛୁ ଯେ ଜଳ ହିଁ ଜୀବନ ,ପାଣି ଅମୃତ ଅଟେ । ପାଣି ବିନା ଜୀବନର କଳ୍ପନା କରି ହେବନାହିଁ । ପାଣି ଆମ ଜୀବନ କୁ ଅନେକ ବେମାର ରୁ ରକ୍ଷା କରେ ଏବଂ ଗରମ ପାଣି ଆୟୁର୍ବେଦିକ ଔଷଧ ପରି କାମ କରେ । ଯାହା କି ସୁସ୍ଥ ଓ ସୌନ୍ଦର୍ଯ୍ୟ ଶରୀର ପାଇଁ ବହୁତ ଲାଭକାରୀ ।
ଯଦି ଆପଣ ସକାଳୁ ଗରମ ପାଣି ଏକ ଗ୍ଲାସ୍ ପିଇବେ ଆପଣଙ୍କ ଶରୀର ପାଇଁ ବହୁତ ଉପଯୋଗୀ । ପ୍ରତିଦିନ ଉଷୁମ ପାଣି ପିଇଲେ ମେଦବହୁଳତା ଓ ବଦହଜମି ବେମାରୀ ରୁ ରକ୍ଷା ପାଇପାରିବେ । ସକାଳୁ ଶୋଇକି ଉଠିବା ପରେ ଓ ରାତି ରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା କୁ ଡକ୍ଟର କୁହନ୍ତି । ଆମ ଦେହରେ ୭୦ ଭାଗ ପାଣି ଅଛି ହେଲେ ପାଣି ପିଇବା କମ୍ ପାଇଁ ବହୁତ ରୋଗ ହେଉଛି ।
ଆସନ୍ତୁ ଜାଣିବା ଉଷୁମ ପାଣି ପିଇବାର ୧୦ ଟି ଉପକାର ବିଷୟରେ
୧- ଗୁନ ଗୁନା ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରରେ ଟକସିନ ବାହାରିଥାଏ, ତା ପାଇଁ ଶରୀର ସୁସ୍ଥ ରହିଥାଏ ।
୨- ଉଷୁମ ପାଣି ପିଇଲେ ତ୍ୱଚା ସୁସ୍ଥ ରହିବ ଓ ବ୍ରଣ ଓ କଳଦାଗ ସମସ୍ୟାରୁ ମୁକ୍ତି ପାଇବ ।
୩- ଏହାଦ୍ବାରା ତୁମ କେଶ ର ମୂଳ ମଜୁବୁତ୍ ହୁଏ, କେଶ ଘନ ଓ ଲମ୍ବା ହୁଏ ।
୪- ସବୁଦିନ ପିଇବା ଦ୍ଵାରା ତଣ୍ଟି ମୂଳେ ଥିବା ବ୍ୟାକ୍ଟେରିଆ ମରି ଯାଆନ୍ତି । ଏଥିରେ ତଣ୍ଟି ଇମ୍ଫେକସନ୍ ସମସ୍ୟା ରୁ ମୁକ୍ତି ମିଳେ ।
୫ – ସବୁଦିନ ପିଇଲେ ପାଚନ ଶକ୍ତି ର ସମସ୍ୟା ଦୂର ହୁଏ ।
୬- ଏହାଦ୍ବାରା ପେଟ ସମ୍ବନ୍ଧୀୟ ରୋଗ ଦୂର ହୁଏ । ଏହାକୁ ସକାଳୁ ଉଠି ପିଇବା ଦରକାର ।
୭- ପ୍ରତିଦିନ ପିଇଲେ ଶରୀର ର ମେଦ ବହୁଳ କମିଯାଏ ।
୮-ପ୍ରତିଦିନ ପିଇଲେ ଏହା ଶରୀର ଭିତରକୁ ଯାଇ ୟୁମ୍ୟୁନିଟ୍ ବଢାଇ ଥଣ୍ଡା, କାଶ ଓ ଜର ସମସ୍ୟା ରୁ ଦୁରେଇରଖେ ।
୯- ପ୍ରତ୍ୟକ ଦିନ ଉଷୁମ ପାଣି ପିଇଲେ ଏସିଡିଟି ସମସ୍ୟା ଦୂର ହୁଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।