ପେଟ ସଠିକ ଥିଲେ ଆପଣଙ୍କ ପୁରା ଦିନ ଭଲ ଯାଇଥାଏ, କିନ୍ତୁ ପେଟ ମୁଖ୍ୟ ସମସ୍ୟା ଦୁର୍ବଳ ପାଚନ ତନ୍ତ୍ର, କବ୍ଜ, ଗ୍ୟାସ ହବା ଏହି ଗୁଡିକ ଥାଏ । ଏହି ରୋଗ ପାଇଁ ଡକ୍ଟରକୁ ଦେଖେଇବା ସହ ନିଜେ ଏହି ଘରୋଇ ଚିକିତ୍ସା ମଧ୍ୟ କରି ପାରିବେ । ଆଜି ଆମେ ଆପଣଙ୍କୁ ପେଟ ସମସ୍ୟା ପାଇଁ ଘରୋଇ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ । ଏହି ଘରୋଇ ଚିକିତ୍ସା ଦ୍ଵାରା ଆପଣ କେତେକ ସମସ୍ୟା ଦୂର କରି ପାରିବେ, ପେଟ ସମସ୍ୟାରୁ ସମସ୍ତେ ହଇରାଣ ଅଛନ୍ତି ।
କାହାକୁ ଖାଇବା ହଜମ ହେଉ ନାହିନ କାହାକୁ ଗ୍ୟାସ ଅସୁବିଧା ରହୁଛି ଏବଂ କେତେକ ଲୋକଙ୍କୁ ଏସିଡିଟି ରହୁଛି ।
ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଚୁରନ ବନେଇବା ଶିଖେଇବୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ରହିବ ଏବଂ ଏହାକୁ ଆପଣ ଭୋଜନ ପରେ ଖାଇ ପାରିବେ । ତେବେ ଆସନ୍ତୁ ଏହି ଆୟୁର୍ବେଦିକ ଚୁରନ ବିଷୟରେ ଜାଣିବା ଓ ବନେଇବା ବିଧି ଶିଖିବା ।
ଆବଶ୍ୟକ ଜିନିଷ :
– ଜୀରା ୧୨୦ଗ୍ରାମ
– କଳା ଲୁଣ ୧୦୦ଗ୍ରାମ
– ଧନିଆ ୮୦ଗ୍ରାମ
– ଗୋଲମରୀଚ ୪୦ଗ୍ରାମ
– ପୁରା ଶୁଖିଲା ଅଦା ୪୦ଗ୍ରାମ
– ଗୁଜୁରାତି ୨୦ଗ୍ରାମ
– ଲେମ୍ବୁ ସତ୍ଵ ୧୫ଗ୍ରାମ
– ପିପର ଛୋଟୀ ୨୦ଗ୍ରାମ
– ଖାଣ୍ଡ ଦେଶୀ ୧୬୦ଗ୍ରାମ
ବିଧି :
ଲେମ୍ବୁ ଓ ଖାଣ୍ଡ ଛାଡି ସବୁ ଜିନିଷ ଚୁରନ ତିଆରି କରନ୍ତୁ, ଏହା ପରେ ସେହି ଚୁରନ ରେ ଲେମ୍ବୁ ଚିପୁଡି ଖାଣ୍ଡ ମିଶାନ୍ତୁ । ଏହି ମିଶ୍ରଣକୁ ୩ଘଣ୍ଟା ପାଇଁ ଗୋଟେ କାଚ ବାସନ ରେ ରଖନ୍ତୁ, ଏହା ପରେ ଖାଇବା ପରେ ଏହାର ସେବନ କରନ୍ତୁ ଥରେ କେ ୨-୫ଗ୍ରାମ ସେବନ କରନ୍ତୁ ।
ଦ୍ଵିତୀୟ ଉପାୟ – ଆବଶ୍ୟକ ଜିନିଷ :
– ଜୀରା
– ଜୁଆଣୀ
– କଳା ଲୁଣ
– ମେଥି
– ପାନମଧୁରୀ
– ହିଂଗ
ବନେଇବା ବିଧି :
ସର୍ବ ପ୍ରଥମେ ଜୀରା, ଜୁଆଣୀ, ମେଥି ଓ ପାନମଧୁରୀ ଅଲଗା ଅଲଗା କରି ହଲ୍କା ଭାଜି ନିଅନ୍ତୁ, ଭାଜିଲା ପରେ ଏହାକୁ ଅଲଗା ଅଲଗା କରି ବାଟି ନିଅନ୍ତୁ । ଏହା ପରେ ଗୋଟେ ବାସନ ରେ କଳା ଲୁଣ ଓ ହିଂଗ ନିଅନ୍ତୁ, ଏଥର ଜୀରା, ସୋଫ, ଜୁଆଣୀ ପାଉଡର ପକାନ୍ତୁ । ଏହି ୩ଟି ଠାରୁ ମେଥି କମ ମାତ୍ରା ରେ ପକାନ୍ତୁ, ଏହି ମିଶ୍ରଣ ଭଲ ଭାବରେ ମିଶେଇ ନିଅନ୍ତୁ । ଏହି କଥା ଧ୍ୟାନ ଦିଅନ୍ତୁ ଯେ ଜୀରା, ସୋଫ ଓ ଜୁଆଣୀ ମାତ୍ରା ସମାନ ରହିବା ଉଚିତ । ଏହାକୁ ଭଲ ଭାବରେ ମିଶେଇ ଗୋଟେ ଡବା ରେ ରଖି ନିଅନ୍ତୁ ଓ ଖାଇବା ପରେ ବ୍ୟବହାର କରନ୍ତୁ ।