ଗୋଟେ ଥର ପ୍ୟାରିସର ଏକ ପ୍ରସିଦ୍ଧ ହୋଟେଲ କୁ ଜଣେ ବ୍ୟକ୍ତି ଆସିଲେ । ତାଙ୍କୁ ବହୁତ ଭୋକ ଲାଗୁଥିଲା ଏବଂ ସେ ଆସି କି ହିଁ ସବୁ ପ୍ରକାର ଖାଇବା ଅଡର କରି ଦେଲେ । ଖାଇବା ପାଇଁ ଆସିଲା ଏବଂ ସେ ଶାନ୍ତିରେ ଭୋଜନ କାଲେ । ଖାଇ ସାରିବା ପରେ ଯେତବେଳେ ବିଲ ଆସିବାର ସମୟ ହେଲା ସେତବେଳେ ସେ ବ୍ୟକ୍ତି ଚିନ୍ତାରେ ପଡିଗଲେ ଏବଂ ସେଠାରେ ବସି ଭାବିବାକୁ ଲାଗିଲେ ।
କିଛି ସମୟ ଭାବିବା ପରେ ସେହି ବ୍ୟକ୍ତି ହୋଟେଲର ଜଣେ ୱେଟରକୁ ଇସାରାରେ ନିଜ ପାଖକୁ ଡାକିଲା ଏବଂ ପୁଣି ତାକୁ ଏକ କୋଣକୁ ନେଇଗଲେ ।
ସେଠାରେ ସେ ୱେଟରକୁ ବିନର୍ମତା ଭାବେ କହିଲେ କି ଭାଇ ଗୋଟେ ସମସ୍ୟା ଅଛି । ମୋ ପାଖରେ ତୁମକୁ ଦେବା ପାଇଁ ଫୁଟି କଉଡି ଟିଏ ବି ନାହିଁ । ମୁ ଜଣେ ରାଜନୀତି କାର୍ଯ୍ୟକର୍ତା ଅଟେ ଏବଂ ଏବେ ରାଜନୀତିକ ନିର୍ବାସନ ଭୋଗୁଛି । ନା ମୋ ଖାଇବାର କିଛି ଠିକଣା ଅଛି ନା ହିଁ ରହିବାର । ମତେ ବହୁତ ଭୋକ ଲାଗୁଥିଲା ସେଥିପାଇଁ ମୁ ନିଜକୁ ସମ୍ଭାଳି ପାରିଲି ନାହିଁ । ତୁମେ ମତେ ବିଲ କରିବା ପାଇଁ କିଛି ପଇସା ଉଦ୍ଧାରରେ ଦିଅ । ମୁ ତୁମକୁ ଫେରାଇ ଦେବି । ମତେ ତୁମେ ଭଲ ମଣିଷ ପରି ଲାଗୁଚ୍ଛ ,ଭାବୁଛି ତୁମେ ମନା କରିବ ନାହିଁ ।
ୱେଟର କୁ ସେହି ବ୍ୟକ୍ତିଙ୍କ କଥା ସତ ବୋଲି ଲାଗିଲା । ସେ ସେହି ବ୍ୟକ୍ତିକୁ କିଛି ପଇସା ଦେଲା ଏବଂ ସେ ବ୍ୟକ୍ତି ବିଲ ଦେଇ ହୋଟେଲରୁ ଚାଲିଗଲା । ସେହି ବ୍ୟକ୍ତି ଆଉ କେହେ ନୁହେଁ ବରଂ ରୁସି କ୍ରାନ୍ତିର ଜନକ ବ୍ଳାଦିମିର ଲେନିନ ଥିଲେ । ରୁସି କ୍ରାନ୍ତି ପରେ ଯେତବେଳେ ଲେନିନ ଜଣେ ସର୍ବୋଚ ନେତା ହେଲେ ,ସେତବେଳେ ବି ତାଙ୍କୁ ପ୍ୟାରିସର ସେହି ୱେଟର ଠାରୁ ନେଇଥିବା ଉଧାର ମନେ ଥିଲା ।
ସେ ୱେଟର ପାଖକୁ ନା ହିଁ ଉଦ୍ଧାର ନେଇଥିବା ଟଙ୍କା ପଠାଇଲେ ବରଂ ତା ସହିତ ଅନେକ ଉପହାର ବି ପଠାଇଲେ କିନ୍ତୁ ସେହି ୱେଟର ଟଙ୍କା ଓ ଉପହାର ଫେରାଇ ଦେଇ କହିଲା ଏହି ଉଦ୍ଧାର ମୁ ଜଣେ ଭୋକିଲା ଏବଂ ବେହାଲ ବ୍ୟକ୍ତିଙ୍କୁ ଦେଇଥିଲି ,ନା ହିଁ କୌଣସି ଶକ୍ତିଶାଳୀ ରାଷ୍ଟ୍ରର ମହାନ ଶାସକ କୁ । ଏହା ଜାଣି ଲେନିନ ସେହି ୱେଟର ପ୍ରତି ମନରେ ମନରେ ନତମସ୍ତକ ହୋଇଗଲେ ।