ପ୍ରକୃତ କୃଷ୍ଣ ଭକ୍ତଙ୍କୁ ନିହାତି କରିବା ଦରକାର ଏହି ୫ଟି କାମ, କହ୍ନେୟା ପ୍ରସନ୍ନ ହୋଇ ସବୁ ଇଚ୍ଛା କରନ୍ତି ପୂରଣ

ଶ୍ରୀକୃଷ୍ଣ ଙ୍କ ମହିମା ବଡ ଅପୂର୍ବ ହୋଇଥାଏ । ସେ ଚାହ୍ନିଲେ କୌଣସି ବି ବ୍ୟକ୍ତି ଜୀବନରେ ଖୁସିର ବର୍ଷା କରି ପାରିବେ । କୃଷ୍ଣ ଭକ୍ତଙ୍କର ବି କର୍ତବ୍ୟ ହୋଇଥାଏ କି ସେ ଜୀବନରେ କେବଳ ସେହି କାମ କରନ୍ତୁ ଯାହା ଆମ କହ୍ନେୟାଙ୍କୁ ପସନ୍ଦ ଅଟେ । ଏହି କଥାକୁ ଧ୍ୟାନରେ ରକି ଆଜି ଆମେ ଆପଣଙ୍କୁ କିଛି ଏମିତି କାମ ବିଷୟରେ କହିବୁ ଯାହା କରିବା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା କୃଷ୍ଣ ପୂରଣ କରିବେ । ଏଥିପାଇଁ ଏହି ସବୁ କାମକୁ ହୃଦୟର ସହିତ କରନ୍ତୁ ।

ଗାଈର ସେବା

ଆପଣ ଜାଣିଥିବେ କି କୃଷ୍ଣ ସବୁବେଳେ ପଡିଆକୁ ଗାଈ ଚରାଇବାକୁ ଯାଉଥିଲେ । ଗାଈ ଏବଂ କୃଷ୍ଣଙ୍କ ଭିତରେ ସମ୍ପର୍କ ବଡ ମଜବୁତ ଥିଲା । ଏଥିପାଇଁ ଯଦି ଆପଣ ଗାଈର ସେବା କରନ୍ତି ଏବଂ ତାଙ୍କୁ ଖାଇବାକୁ ଦେଇଥାନ୍ତି ତାହେଲେ କୃଷ୍ଣ ଭଗବାନ ପ୍ରସନ୍ନ ହୋଇଥାନ୍ତି ।

ଲହୁଣି ମିଶ୍ରି ପ୍ରସାଦ

ଶ୍ରୀକୃଷ୍ଣ ଙ୍କୁ ଲହୁଣି କେତେ ପସନ୍ଦ ଥିଲା ଏହା ତ ସମସ୍ତେ ଜାଣିଛନ୍ତି । ତାଙ୍କୁ ଲୋକ ସ୍ନେହରେ ଲବଣୀ ଚୋର ବି କହୁଥିଲେ । ଯଦି ଆପଣ କୌଣସି ମନସ୍କାମନା ପୂର୍ଣ କରିବାକୁ ଚାହୁଁଛନ୍ତି ତାହେଲେ ସେଥିପାଇଁ କୌଣସି ବି କୃଷ୍ଣ ମନ୍ଦିରରେ ଲହୁଣି ଏବଂ ମିଶ୍ରିର ପ୍ରସାଦ ବାଣ୍ଟି ଦିଅନ୍ତୁ ।

ଗରିବଙ୍କର ସାହାଯ୍ୟ

କୃଷ୍ଣଙ୍କୁ ଗରିବ ମାନଙ୍କର ସେବା କରିବାକୁ ଭଲ ଲାଗିଥାଏ । ଠିକ ସେମିତି ଯଦି ଆପଣ କୌଣସି ଗରିବ ବ୍ୟକ୍ତିଙ୍କର ସାହାଯ୍ୟ କରିବେ ତାହେଲେ କୃଷ୍ଣଙ୍କ ହୃଦୟରେ ଜାଗା ତିଆରି କରିପାରିବେ । ଆପଣ ସେମାନଙ୍କର ସାହାଯ୍ୟ କୌଣସି ବି ପ୍ରକାରର କରିପାରିବେ ଖାଇବାକୁ ଦେଇ ହଉ ବା କପଡା ଦେଇ ।

ଅତ୍ୟାଚାରୀଙ୍କ ବିରୁଦ୍ଧରେ ସ୍ଵର

ଶ୍ରୀକୃଷ୍ଣ କୌଣସି ଭୁଲକୁ ଦେଖି ପାରନ୍ତି ନାହିଁ ନା ହିଁ ସହି ପାରନ୍ତି । ତାଙ୍କ ବିରୁଦ୍ଧରେ ସ୍ଵର ଉଠାଇଥାନ୍ତି । ଯଦି ଏହି ଗୁଣ ଆପଣଙ୍କ ଭିତରେ ଥିବ ତାହେଲେ ଆପଣ ଶ୍ରୀକୃଷ୍ଣଙ୍କର ପ୍ରିୟ ହୋଇ ପାରିବେ । ଆପଣ ଆପଣଙ୍କ ଆଖପାଖରେ କିଛି ଭୁଲ ହେଉଥିବାର ଦେଖୁଛ ତାହେଲେ ତା ବିରୁଦ୍ଧରେ ସ୍ଵର ଉଠାଅ ,ଯେଉଁ ଲୋକ ଅସୁବିଧାରେ ଥିବ ତାକୁ କୌଣସି ଅତ୍ୟାଚାରର ଶିକାର ହେବାକୁ ଦିଅନ୍ତୁ ନାହିଁ । ତାଙ୍କର ସାହାଯ୍ୟ କରିବା ପାଇଁ ଆଗକୁ ଆସନ୍ତୁ ।

ପ୍ରତିଦିନ ପୂଜାପାଠ

କୌଣସି ବି ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାପାଠ କରିବା ଆବଶ୍ୟକ ହୋଇଥାଏ । ଏହା କରିବା ଦ୍ଵାରା ଭଗବାନଙ୍କ ସହିତ ଆପଣଙ୍କ ସହିତ ଏକ ସଂଯୋଗ ତିଆରି ହୋଇଥାଏ । ଏଥିପାଇଁ ଆପଣ ନିଜ ଘରେ ପ୍ରତିଦିନ କୃଷ୍ଣଙ୍କର ପୂଜାପାଠ କରନ୍ତୁ । ଦେଖିବେ କୃଷ୍ଣ ଆପଣଙ୍କର ବି ଖେୟାଲ ରଖିବେ ।

Leave a Reply

Your email address will not be published. Required fields are marked *