ଏହି ଆଶ୍ରମରେ କୁକୁରର ସମାଧି ଉପରେ ମୁଣ୍ଡିଆ ମାରନ୍ତି ଲୋକ, ଜାଣନ୍ତୁ କାହିକି

ଝାରଖଣ୍ଡ ଆସ୍ଥା ର ଭୂମି ଅଛି । ଯାହାର କୋଣ କୋଣ ରେ ଶ୍ରଦ୍ଧା ଏବଂ ଆସ୍ଥା ବସି ରହିଛି । ଏମିତି ହିଁ ଲୋକ ଆସ୍ଥାର ଅସାଧାରଣ କାହାଣୀ ରେ ଯୋଡା ହୋଇଛି କୋକର ସ୍ଥିତ ପଗଳା ବାବା ଆଶ୍ରମ । ଏହାକୁ ମୁକ୍ତେସ୍ଵର ଧାମ ବୋଲି ବି କୁହାଯାଇଥାଏ । ଏଠାରେ ଏକ କୁକୁରର ସମାଧି ଅଛି ଯାହାର ଆଶ୍ରିବାଦ ନେଇ ଭକ୍ତ ଆଶ୍ରମକୁ ଭଗବାନଙ୍କ ଦର୍ଶନ କରିବା ପାଇଁ ଯାଆନ୍ତି । କୁହାଯାଏ କି ପଗଲା ବାବା ଭୋଳି ନାମକ ଏକ କୁକୁର ପାଳିଥିଲେ ।

ପାଗଲା ବାବା ଅଜୋଧ୍ୟା ଯାଇଥିଲେ । ଏହି ସମୟରେ ଗୋଟେ ଦିନ ଭୋଳି ଖାଇବା ପାଇଁ ଭୁକିବାରୁ ଖନସାମା ଚୂଲିରେ ଜଳୁଥିବା କାଠରେ ଭୋଳିର ମୁଣ୍ଡକୁ ପିଟିଦେଲେ ସେଥିରେ ଭୋଳିର ମୃତ୍ୟୁ ହୋଇଗଲା ।

ଯେତବେଳେ ପାଗଳା ବାବା ଫେରିଲେ ଏବଂ ତାଙ୍କୁ ଏହି ବିଷୟରେ ଜଣାପଡିଲା ,ସେ ରାଗିଯାଇ ଖନସାମା ନ୍କୁଆ ଆଶ୍ରମରୁ ବାହାର କରିଦେଲେ । ତାପରେ ସେ ଭୋଳିର ସମାଧି ସେହି ଆଶ୍ରମରେ କଲେ ଏବଂ ପ୍ରତିଦିନ ପୂଜା କଲେ। ସେବେଠାରୁ ଏହି ପୂଜା ଆରମ୍ଭ ହୋଇଛି ।

କୋକର ଚୌକରେ ଥିବା ଏହି ଆଶ୍ରମର ବଡ ପରିସର ରେ ଛୋଟ ବଡ ୩୫ମନ୍ଦିର ର ନିର୍ମାଣ ନିଜେ ପାଗଳା ବାବା କରିଥିଲେ । ଏଥିରେ ଅଧିକ ଶିବ ମନ୍ଦିର ଅଛି । ଏହାଛଡା ଦୂର୍ଗା ,କାଳି, ସରସ୍ଵତୀ ,ନାରାୟଣୀ ,ଲକ୍ଷ୍ମୀ ,ବିଷ୍ଣୁ ଆଦି ମନ୍ଦିର ଅଛି । ଆଶ୍ରମ ଭିତରେ ଏକ ଛୋଟ ପୋଖରି ଅଛି ଯାହାକୁ ପୁର୍ନ୍ୟ ପୋଖରି କୁହାଯାଇ ଥାଏ । ସେ ଏଠାରେ ୧୨ବର୍ଷ ତପସ୍ୟା କରିଥିଲେ ଏବଂ ସେଠାରେ ସମାଧି ନେଇଥିଲେ ।

ନାଳର ରୂପ ନେଇସାରିଛି ଜମୁନିୟା ନଦୀ

ପ୍ରଥମେ ବାବା କୋକର ର ଡିଶ୍ଟିଲରି ରେ କାମ କରୁଥିଲେ । ଧୀରେ ଧୀରେ ବାବାଙ୍କ ମନ ଆଧାତ୍ମ୍ୟ ଆଡକୁ ହୋଇଗଲା । ପୁଣି ଚାକିରି ଚାଲିଗଲା । ତାଙ୍କର ସ୍ଵଭାବ ,ଜ୍ଞାନ ଏବଂ ଧ୍ୟାନ କାରଣରୁ ଲୋକମାନେ ତାଙ୍କୁ ପାଗଳ ବାବା କହିବା ଆରମ୍ଭ କଲେ ।

ଏହି ଆଶ୍ରମରେ ତାଙ୍କୁ ପୂଜା କରାଯାଏ । ଏଠାରେ ଜେଷ୍ଠ ମାସର ସବୁ ମଙ୍ଗଳବାର ଦିନ ଚଣ୍ଡୀ ପାଠ କରାଯାଇଥାଏ । ଆଶ୍ରମ ଭିତରେ ଏକ କୂଅ ଅଛି ଯାହାର ପାଣି ପ୍ରଦୂଷିତ ହୋଇଯିବାରୁ ତାକୁ ବନ୍ଦ କରାଯାଇଛି । ଯେତବେଳେ ବାବା ଏହି ଆଶ୍ରମ କରିଥିଲେ ସେହି ସମୟରେ ଏଠାରେ ଏକ ସଫା ନଦୀ ଜମୁନିୟା ବହୁଥିଲା ,ଯାହା ଏବେ ନାଳର ରୂପ ନେଇ ସାରିଛି ।

ବର୍ଷରେ ଦୁଇଥର ହୋଇଥାଏ ସୁନ୍ଦର ଆୟୋଜନ

ଏଠାରେ ବର୍ଷକୁ ଦୁଇଥର ସୁନ୍ଦର ଆୟୋଜନ କରାଯାଏ । ଏହି ଆୟୋଜନାରେ ବଂଗାଲ ରୁ ବହୁତ ଭକ୍ତ ଆସିଥାନ୍ତି । ଆଶ୍ରମରେ ବହୁତ କୁକୁର ଏବଂ ବିରାଡି ବି ରହିଥାନ୍ତି । ବାବାଙ୍କ ଘରେ ଏକ ଶିବଲୀଙ୍ଗ ବି ଅଛି ।

Leave a Reply

Your email address will not be published. Required fields are marked *