ମାଇଗ୍ରେନ ର କଷ୍ଟ କରିଦେଉଛି ବ୍ୟସ୍ତ ତାହେଲେ ପ୍ରତିଦିନ କରନ୍ତୁ ଏହି ୪ଟି ଯୋଗାସନ, କିଛି ଦିନରେ ଫରକ ଅନୁଭବ କରିବେ

ଯଦି ଆପଣ ମାଇଗ୍ରେନ କଷ୍ଟ ପାଇଁ ଚିନ୍ତିତ ଅଛନ୍ତି ଏବଂ ଔଷଧ ଖାଇବା ପରେ ବି ଏହା ଭଲ ହେଉ ନାହିଁ ତାହେଲେ ଏହି ୪ଟି ଯୋଗାସନ ଆପଣଙ୍କର ସାହାଯ୍ୟ କରି ପାରିବ । ମାଇଗ୍ରେନ ବି ଏକ ପ୍ରକାରର ମୁଣ୍ଡ ବିନ୍ଧା ଅଟେ ,ଏହା ଦ୍ଵାରା ପୀଡିତ ଥିବା ବ୍ୟକ୍ତିମାନଙ୍କର ବାହୁତ ଜୋରରେ ମୁଣ୍ଡ ବିନ୍ଧା ହୋଇଥାଏ । ଏହା ହୋଇଥିଲେ ସଂପୂର୍ଣ୍ଣ ମୁଣ୍ଡ ବିନ୍ଧି ନଥାଏ ବରଂ ଅଧା ଫାଳ ହିଁ ବିନ୍ଧି ଥାଏ ଏବଂ ସେଠାରେ ଦରଜ ହୋଇଯାଏ ।

ବ୍ୟକ୍ତି ଙ୍କୁ ଏହି ଦରଜ ୪ ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।

ମାଇଗ୍ରେନ ନୁ ନେଇ ଏକ ପରୀକ୍ଷା କରାଯାଇଥିଲା ଏବଂ ସେଥିରୁ ଜଣା ପଡିଛି କି ପ୍ରାୟ ଚାରି ଜଣଙ୍କ ଭିତରୁ ଜଣେ ମହିଳାଙ୍କୁ ଏବଂ ୧୨ ଜଣରୁ ଜଣେ ପୁରୁଷ ମାଇଗ୍ରେନ ସାମସ୍ୟାରେ ପୀଡିତ ହୋଇଥାନ୍ତି । ଆସନ୍ତୁ ଜାଣିବା ଏହି ୪ଟି ଯୋଗାସନ ଦ୍ଵାରା କିପରି ମାଇଗ୍ରେନ କୁ ସହଜରେ ଦୂର କରିପାରିବା ।

ମାଇଗ୍ରେନ ଲକ୍ଷଣ

– ମାଇଗ୍ରେନ ହେଲେ ବାନ୍ତି ଲାଗିଥାଏ, ଶରୀର ବିଚଳିତ ଅନୁଭବ କରିଥାଏ ।

– ମୁଣ୍ଡରେ ଭାରି ପାନ ହେବାକୁ ଲାଗିଥାଏ ।

– ମୁଣ୍ଡ ପଛର ଭାଗ ଯାହା ବେକକୁ ଲାଗିଥାଏ ସେଥିରେ ଦରଜ ଅନୁଭବ ହୋଇଥାଏ ।

– ଲାଇଟ ପଡିବାରୁ ଆଖି ପୋଡିବା ।

– ଅଧିକ ଶବ୍ଦ ହେଲେ ଚିଡଚିଡା ଲାଗିଥାଏ ।

– ମାଇଗ୍ରେନ ରୁ ହେଉଥିବା ଦରଜ ଅଧିକ ସମୟ ସନ୍ଧ୍ୟା ରେ ହିଁ ହେଇଥାଏ ।

– ମାଇଗ୍ରେନ କାରଣରୁ ଆଖିରେ ବି କଷ୍ଟ ହୋଇଥାଏ ।

୧ -ପ୍ରାଣାୟାମ

ଏହାକୁ କରିବା ପାଇଁ ପ୍ରେଥମେ ଆରାମଦାୟକ ମୁଦ୍ରାରେ ବସନ୍ତୁ । ତାପରେ ଜୋର ନିଶ୍ଵାସ ନିଅନ୍ତୁ ଏବଂ ଛାଡନ୍ତୁ । ନିଶ୍ଵାସ ନେବା ସମୟରେ ଛାତି ଏବଂ ପେଟ ଫୁଲାନ୍ତୁ ଯେତବେଳେ ନିଶ୍ଵାସ ଛାଡିବା ପୂର୍ବରୁ ନିଜ ପେଟ ଏବଂ ଛାତି କୁ ଅନୁବନ୍ଧିତ କରନ୍ତୁ । ଏହା କୁ ଏମିତି ୧୦ ଥର କରନ୍ତୁ ।

୨ -ଅନୁଲୋମ ବିଲୋମ ପ୍ରାଣାୟାମ

ପ୍ରଥମେ ଆରମଦାୟକ ମୁଦ୍ରାରେ ବସନ୍ତୁ । ଏହା ପରେ ଡାହାଣ ହାତରେ ଡାହାଣ ପଟ ନାକକୁ ଧରନ୍ତୁ ଏବଂ ବାମ ପଟ ନାକରେ ନିଶ୍ଵାସ ନିଅନ୍ତୁ । ଏହା ପରେ ବାମ ପଟ ନାକକୁ ବନ୍ଦ କରନ୍ତୁ ଏବଂ ଡାହାଣ ପଟ ନାକରେ ନିଶ୍ଵାସ ଛାଡନ୍ତୁ ,ଏହି ପରି କରନ୍ତୁ ।

୩ -ଭ୍ରାମରୀ ପ୍ରାଣାୟାମ

ପ୍ରଥମେ ପ୍ରାଣାୟାମ ମୁଦ୍ରାରେ ବସି ଯାଇ ଆଖିକୁ ବନ୍ଦ କରନ୍ତୁ । ଦୁଇହାତର ଅନାମିକା ଆଙ୍ଗୁଠି ସାହାଯ୍ୟରେ ନିଜର କାନ ଦୁଇଟିକୁ ବନ୍ଦ କରନ୍ତୁ । ଏକ ଲମ୍ବା ନିଶ୍ଵାସ ନିଅନ୍ତୁ ଏବଂ ମୁହଁ ନ ଖୋଲି ଭ୍ରମର ପରି ଶବ୍ଦ କରନ୍ତୁ । ଏହାକୁ ୬-୭ ଥର କରନ୍ତୁ ।

୪ -ଯୋଗ ନିଦ୍ରା

ପ୍ରଥମେ ଢିଲା କପଡା ପିନ୍ଧି କମଳ ଉପରେ ଶୋଇ ପଡନ୍ତୁ । ତାପରେ ଦୁଇ ହାତ ଏବଂ ଗୋଡକୁ ସିଧା ରଖି ଆରମରେ ନିଶ୍ଚିନ୍ତ ଭାବରେ ଶୋଇପଡନ୍ତୁ ।

Leave a Reply

Your email address will not be published. Required fields are marked *