ମାଆ ନିଜର ୬ବର୍ଷର ପୁଅକୁ ହତ୍ୟା କରି ଲାସକୁ ସୁଟକେସ ରେ ଲୁଚାଇଥିଲା- ଯାହାକୁ ଦେଖି ଉଡିଲା ସମସ୍ତଙ୍କର ହୋସ

କେବେ କେବେ ଏମିତି ଘଟଣା ସାମ୍ନାକୁ ଆସିଯାଉଛି ଯେ ତାକୁ ବିଶ୍ଵାସ କରିବା ବହୁତ ମୁସ୍କିଲ ହେଇଯାଉଛି । ଆମ ସମଯରେ ମାଆକୁ ସବୁବେଳେ ବହୁତ ଉଚା ଜାଗା ଦିଆଯାଇଛି ତାକୁ ଭଗବାନଙ୍କ ରୂପ ବୋଲି କୁହାଯାଇଥାଏ ,କିନ୍ତୁ କେଏନ ଆପଣଙ୍କୁ ଏମିତି ଲାଗୁଛି କି କେଉଁ ମାଆ ନିଜ ପୁଅର ହତ୍ୟାକାରି ହେଇପାରେ ବିଶ୍ଵାସ ହେଉନାହିଁ ଏହି କଥାରେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ହିଁ ଘଟଣା ବିଷୟରେ କହିବାକୁ ଯାଉଛୁ ।

ଏହି ଘଟଣା ଗୁଜୁରାଟ ସୁରେନ୍ଦ୍ରନଗର ର କୁର୍ଷ୍ଣାନଗର ଇଲାକାର ଅଟେ । ଯେଉଁଠାରେ ଜଣେ ମାଆ ନିଜର ୬ବର୍ଷର ସାବତ ପୁଅର ହତ୍ୟା କରିଦେଇଛି ।

ଅପରାଧୀ ମହିଳା ହତ୍ୟା ପରେ ପିଲାର ଲାସକୁ ଏକ ସୁଟକେସରେ ଲୁଚାଇ ଘରର ଏକ କୋଣରେ ରଖିଦେଇଥିଲା । ସୁରେନ୍ଦ୍ରନଗରର କୃଷ୍ଣନଗର ଇଲ୍ଲକାରେ ରହୁଥିବା ଶାନ୍ତିଲାଲ ପରମାର ମଙ୍ଗଳବାର ସନ୍ଧ୍ୟାରେ ଥାନାକୁ ଯାଇ ନିଜ ୬ ବର୍ଷର ପୁଅ ଭଦ୍ରର ନିଖୋଜ ର ରିପୋର୍ଟ ଲେଖାଇଥିଲେ ଏହାପରେ ପୋଲିସ ପିଲାକୁ ଖୋଜିବା ଆରମ୍ଭ କରିଦେଲା ଏବଂ ବହୁତ ଖୋଜାଖୋଜି ପରେ ପୋଲିସ ଅପରାଧୀ ମହିଳାକୁ ଗିରଫ କରିନେଇଛନ୍ତି ।

ପ୍ରଥମେ ପୋଲିସ ପିଲାର ଘରେ ପହଞ୍ଚି ଦେଖିଲା କି ସିଢି ତଳେ ଦୁଇଟି ସୁଟକେସ ପଡିଛି ଏବଂ ପୋଲିସ ପରମାନ ଙ୍କ ସ୍ତ୍ରୀଙ୍କୁ ସେହି ସୁଟକେସ ବିଷୟରେ ପଚାରିଲେ ତ ସେ ତାଙ୍କ କଥାକୁ କାଟିବା ଭଳି ଉତ୍ତର ଦେଲା ପୋଲିସର ସନ୍ଦେହ ହେଲା ଏବଂ ସେ ସେହି ସୁଟକେସ ଖୋଲିଲେ ଏବଂ ଦେଖିଲେ କି ତା ଭିତରେ ୬ବର୍ଷ ପିଲାର ଲାସ ଅଛି । ପୋଲିସ ଆଗରେ ସବୁ ଘଟଣା ସଫା ହୋଇଗଲା ଏବଂ ସେ ସାଙ୍ଗେ ସାଙ୍ଗେ ସେହି ମହିଳାକୁ ଗିରଫ କଲେ ଏବଂ ଯେତବେଳେ ପୋଲିସ ତାକୁ ଭଲରେ ପଚରାପଚରି କଲେ ତ ପୁରା ଘଟଣା ସାମ୍ନାକୁ ଆସିଗଲା ସେ ନିଜର ଦୋଷ ମାନିଲା । ଏହି ପିଲାଟି ମହିଳାର ସାବତ ପୁଅ ଥିଲା । ମହିଳା ଜଣଙ୍କର ନିଜର ଗୋଟେ ଝିଅ ଥିଲା ।

ଜିନଲ ସବୁବେଳେ ନିଜ ଝିଅର ଭବିଷ୍ୟତ କୁ ନେଇ ଭାବୁଥିଲେ ତାଙ୍କୁ ଲାଗିଲାକି ତାଙ୍କ ଝିଅ ବାହା ହେବା ପରେ ଶାଶୁଘରକୁ ଚାଲିଯିବ ତ ତାକୁ ନିଜ ପିତାଙ୍କ ସମ୍ପତିରୁ କିଛି ମିଳିବ ନାହିଁ ଏବଂ ସବୁ ସମ୍ପତି ତାଙ୍କ ପୁଅ ଭଦ୍ରର ହୋଇଯିବ ଏହା ସବୁ ଭାବି ଜିନଲ ମଙ୍ଗଳବାର ଦୋପହରରେ ଭଦ୍ରର ତଣ୍ଟି ଚିପି ହତ୍ୟା କରିଥିଲା । ଯାହା ଫଳରେ ତାର ମୃତ୍ୟୁ ହୋଇଗଲା ଏହାପରେ ପିଲାର ଲାସକୁ ସୁଟକେସ ରେ ଲୁଚାଇ ଦେଇଥିଲା । ଏତିକି କରିବାପରେ ବାହାରକୁ ଆସି ଚିଲ୍ଲେଇଲା କି ତାଙ୍କ ପୁଅ ଦୁଇଘଣ୍ଟା ହେବ ମିଳୁନାହିଁ । ଏହା ଶୁଣି ବହୁତ ଲୋକ ଆଚାଜ୍ୟ ହୋଇଗଲେ ଏବଂ ସେତବେଳେ ଏହି ଘଟଣା ପୋଲିସ ପାଖରେ ପହଞ୍ଚିଗଲା ।

Leave a Reply

Your email address will not be published. Required fields are marked *