ଗୁଜୁରାଟର ଜଣେ ଧାର୍ମିକ ନେତା କହିଛନ୍ତି କି ପିରିୟଡ ସମୟରେ ସ୍ଵାମୀଙ୍କ ପାଇଁ ରୋଷେଇ କରୁଥିବା ମହିଳାମାନେ ଆଗାମୀ ଜନ୍ମରେ ପଶୁ ରୂପରେ ଜନ୍ମ ନେବେ ,ତାଙ୍କ ହାତରେ ତିଆରି ହୋଇଥିବା ଖାଦ୍ୟ ଖାଇଥିବା ପୁରୁଷ ମୂର୍ଖ ରୂପେ ଜନ୍ମ ନେବେ । ସ୍ଵାମୀନାରାୟଣ ମନ୍ଦିର ସହିତ ଯୋଡି ହୋଇଥିବା ସ୍ଵାମୀ କୃଷ୍ଣସ୍ୱରୂପ ଦାସ ଏହା କହିଛନ୍ତି । ଏହି କଥା ସାମ୍ନାକୁ ଆସିବା ପରେ ତମସା ସୃଷ୍ଟି ହୋଇଯାଇଛି ।
ଏଠାରେ ସ୍ଵାମୀନାରାୟଣ ମନ୍ଦିର ପାଖରେ ଥିବା ଶ୍ରୀ ସହଯାନନ୍ଦ ଗାର୍ଲ୍ସ ଇନ୍ସଟିଟିଉଟ ନାମକ ଏହି କଲେଜ କୁ ଚଲାଉଛନ୍ତି ।
ଯାହାର ପ୍ରଧାନଆଚାର୍ଯ୍ୟ ଏବଂ ଅନ୍ୟ ମହିଳା ଷ୍ଟାଫ ଏହା ଦେଖିବା ପାଇଁ ୬୦ରୁ ଅଧିକ ଝିଅମାନଙ୍କୁ କହିଥିବା କଥାକୁ ଆଧାର କରି ଅନ୍ତ ବସ୍ତ୍ର ଖୋଲିବା ପାଇଁ ବାଧ୍ୟ କଲେ କାଳେ ତାଙ୍କର ପିରିୟଡ ତ ହେଇନି । ଏହା ଏଥିପାଇଁ କରାଗଲା କାରଣ ଝିଅମାନେ କୁହାଯାଇ ଥିବା ହଷ୍ଟେଲର ସେହି ନିୟମ ଭାଙ୍ଗିଥିଲେ ଯେଉଁଥିରେ ପିରିୟଡ ସମୟରେ ଝିଅମାନେ ଅନ୍ୟ ଲୋକଙ୍କ ସହିତ ଖାଦ୍ୟ ଖାଇବା ପାଇଁ ମନା ।
ଏସଏସଜିଆଇ ର ପ୍ରଧାନଚାର୍ଜ୍ୟ, ହଷ୍ଟେଲ ରେକ୍ଟର ଏବଂ ଚପରାସୀ ଙ୍କ ଘଟଣା କୁ ନେଇ ସୋମବାର ଦିନ ଗିରଫ କରି ନିଆଯାଇ ଥିଲା । ସ୍ଵାମୀଙ୍କର ବିବାଦୀୟ ଟିପଣି ସହିତ ସମ୍ବନ୍ଧିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ଗୁଜୁରାଟୀ ରେ କହୁଥିବାର ନଜର ଆସିଛି ।
ସେ ଭାଷଣ ରେ କହିଛନ୍ତି ଏହା ପକ୍କା କି ଯଦି ପୁରୁଷ ପିରିୟଡ ହେଇଥିବା ମହିଳାମାନଙ୍କ ହାତ ତିଆରି ଖାଦ୍ୟ ଖାଇଥାନ୍ତି ତାହେଲେ ସେ ଆଗାମୀ ଜନ୍ମରେ ନିର୍ବୁଦ୍ଧିଆ ହେବେ । ସ୍ଵାମୀ କହିଛନ୍ତି ଯଦି ଆପଣଙ୍କୁ ମୋ ବିଚାର ପସନ୍ଦ ଆସୁନାହିଁ ତାହେଲେ ମତେ କିଛି ଫରକ ପଡୁନି । କିନ୍ତୁ ଏହାସବୁ ଆମ ଶାସ୍ତ୍ରରେ ଲେଖା ହୋଇଛି । ଯଦି ପିରିୟଡ ସମୟରେ ମହିଳା ଜିନ ସ୍ଵାମୀଙ୍କ ପାଇଁ ରୋଷେଇ କରେ ତାହେଲେ ସେ ଆଗାମୀ ଜନ୍ମରେ ପଶୁ ହୋଇ ଜନ୍ମ ନିଏ ।
ଭିଡିଓରେ ସେ ଏହା କହିଥିବାର ଶୁଣିବାକୁ ମିଳିଛି ମହିଳାମାନଙ୍କୁ ଜଣା ନାହିଁ କି ପିରିୟଡ ସମୟ ତପସ୍ୟା କରିବା ପରି ହୋଇଥାଏ । ମୁଁ ଆପଣଙ୍କୁ ଏହି ସବୁ ଜିନିଷ ଜଣାଇବାକୁ ଚାହୁଁନାହିଁ କିନ୍ତୁ ମୁ ଆପଣଙ୍କୁ ସୂଚିତ କରୁଛି କି ପୁରୁଷମାନଙ୍କୁ ରୋଷେଇ କରିବା ଶିଖାଇବା ଦରକାର ଏଥିରୁ ଆପଣଙ୍କୁ ସାହାଯ୍ୟ ମିଳିବ । ଭିଡିଓରୁ ସମୟ ଏବଂ ସ୍ଥାନ ଜଣାପଡୁ ନାହିଁ ,କିନ୍ତୁ ଏମିତି ଭିଡିଓ ମନ୍ଦିରର ୟୁଟୁବ ଚ୍ୟାନେଲେ ରେ ଉପଲବ୍ଧ ଅଟେ ।