ଏହି ୮ଟି ଜିନିଷକୁ ଭୁଲରେ ବି ଏକା ସହିତ ଖାଇବେ ନାହିଁ, ନ ହେଲେ ଯାଇପାରେ ଜୀବନ

ଏଥିରେ କୌଣସି ସନ୍ଦେହ ନାହିଁ କି ଯେଉଁ ବ୍ୟକ୍ତି ସନ୍ତୁଳିତ ଖାଦ୍ୟ ଏବଂ ନିୟମ ଅନୁସାରେ ଖାଦ୍ୟ ଖାଇଥାଏ ସେ ଜୀବନ ସାରା ନିରୋଗ ରହିଥାଏ । ଦିନସାରା ଆମେ ଯାହା ବି ଖାଇଥାଉ ତାହାର ଆମ ଶରୀର ଉପରେ ଅଲଗା ଅଲଗା ପ୍ରଭାବ ପକାଇଥାଏ । ଯଦି ଆମେ ଦୁଇଟି ଜିନିଷକୁ ଏକା ସାଙ୍ଗରେ ମିଶାଇ ଖାଉଛେ ଯାହା ପ୍ରବୃତି ଅଲଗା ଅଲଗା ହୋଇଥାଏ ଏହା ଦ୍ଵାରା ଆମକୁ ବଡ ରୋଗ ବି ହେଇପାରେ ।

ଆୟୁର୍ବେଦ ରେ ଏମିତି ଜିନିଷକୁ ବିରୁଦ୍ଧ ଆହାର ବି କୁହାଯାଇଥାଏ । ଆଜି ଆମେ କହିବୁ ସେହି ଜିନିଷ ବିଷୟରେ ଯାହାକୁ ଏକା ସହିତ ଖାଇବା ଉଚିତ ନୁହେଁ ।

୧ -କ୍ଷୀର ଏବଂ କ୍ଷୀରରେ ତିଆରି ଜିନିଷ

ଦୁଧ ଏକ ଏନିମଲ ପ୍ରୋଟିନ ହୋଇଥାଏ ଏହା ଆମକୁ ଯାନୁଆରଙ୍କ ଜରିୟାରେ ପାଇଥାଉ ଏବଂ ଏମିତି ବହୁତ କିଛି ଜିନିଷ ଯାହା ଆମକୁ ଅନ୍ୟ ଯାନୁଆର ଙ୍କ ଠାରୁ ମିଳିଥାଏ ଯେମିତି କି ଅଣ୍ଡା ,ମାଂସ ଆଦି ସବୁ ଜିନିଷର ସେବନ ବହୁତ ସାବଧାନ ସହିତ ଖାଇବା ଉଚିତ । କ୍ଷୀରକୁ କେବେ ବି ପିଆଜ ,କଦଳୀ ,ଲେମ୍ବୁ,ଦହି ,ମୂଳା ,ମାଛ ଏବଂ ମାଂସ ସହିତ ଖାଇବା ଉଚିତ ନୁହେଁ । ଏହାଦ୍ୱାରା ପେଟ ସମ୍ବନ୍ଧ ରୋଗ ହୋଇଥାଏ ।

୨ -ଦହି

ଦହି ସହିତ କେବେବି କଦଳୀ ,ହରଡ ଡାଲି ,ମାଛ ମାଂସ ଏବଂ ଟମାଟର ଆଦିର ସେବନ କରିବା ଉଚିତ ନୁହେଁ । ଏହାକୁ ଫଳ ସହିତ ଖାଇଲେ ବି ବଡ ରୋଗ ହେଇପାରେ । ରାତିରେ ବି କେବେ ଦହି ଖାଇବେ ନାହିଁ ।

୩ -ବିୟର, କୋଲ୍ଡଡ୍ରିଂକ୍ସ

ବିୟର ଏବଂ କୋଲ୍ଡ ଡ୍ରିଂକ୍ସ ସହିତ ଲୁଣିଆ ଜିନିଷ ଖାଇବା ଉଚିତ ନୁହେଁ । ଏହାଦ୍ୱାରା ଶରୀରରେ ସୋଡିୟମର ମାତ୍ରା ବଢିବାକୁ ଲାଗିଥାଏ ଏବଂ ବଢିଥିବା ସୋଡିୟମ ଶରୀରରେ ପାଣିର ମାତ୍ରାକୁ ହ୍ରାସ କରିଦେଇଥାଏ ।

୪ -ଘିଅ

ଘିଅକୁ କେବେ ତମ୍ବା ଏବଂ ରୂପା ପାତ୍ରରେ ରଖିବେ ନାହିଁ କାରଣ ଘିଅ ତମ୍ବା ସହିତ ମିଶିଲେ ଖରାପ ହୋଇଥାଏ ଏବଂ ଆମ ସ୍ୱାସ୍ଥ୍ୟ ପାଇଁ ବି ବହତୁ କ୍ଷତିକାରକ ହୋଇଥାଏ । ଯଦି ଘିଅ ଏବଂ ମହୁକୁ ମିଶାଇ ଖାଇବା ତାହେଲେ ଏହା ବିଷ ସହିତ ସମାନ ହୋଇଥାଏ ।

୫ -କାକୁଡି ଏବଂ ଟମାଟର

ଏହି ଜିନିଷକୁ ଏକାଠି ଖାଇଲେ ପେଟ ସମ୍ବନ୍ଧିତ ରୋଗ ହୋଇଥାଏ ଏବଂ ପେଟ ଫୁଲିଯାଇ ଥାଏ ।

୬ -ଗାଜର ଏବଂ ଲେମ୍ବୁ

ଏହାକୁ ଏକା ସହିତ ଖାଇଲେ ହାର୍ଟ ଏବଂ ୟୁରିନ ସମ୍ବନ୍ଧିତ ରୋଗ ହେଇ ପାରେ ।

୭ -ମୂଳା

ମୂଳା ଖାଇବା ପରେ କ୍ଷୀର ଓ କଦଳୀ ଖାଇବା ଉଚିତ ନୁହେଁ ଏହାଛଡା ମହୁ ସହିତ ଘିଅ, ମୂଳା ଏବଂ ଅଙ୍ଗୁର ବି ଖାଇବା ଅନୁଚିତ ।

୮ -ମାଛ ମାଂସ

ମାଛ ମାଂସ ସହିତ କେବେବି କ୍ଷୀର ଓ ଦହି ଖାଇବେ ନାହିଁ କାରଣ ଏହା ଦ୍ଵାରା ଆମ ଶରୀରକୁ ବହୁତ କ୍ଷତି ହୋଇଥାଏ ।

ଏହି ଜିନିଷ ଖାଇବା ପାଇଁ ସ୍ଵାଦିଷ୍ଟ ହୋଇଥାଏ କିନ୍ତୁ ଏହାକୁ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକା ସହିତ ମିଶାଇ ଖାଇବା ଉଚିତ ହୋଇନଥାଏ ।

Leave a Reply

Your email address will not be published. Required fields are marked *