ତୁଳସୀ ଗଛ କରିଦେବ ମାଲାମାଲ, କେବଳ କରନ୍ତୁ ଏଇ ଛୋଟଆ ଉପାୟ

ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ମହତ୍ୱ ରହିଥାଏ । ତୁଳସୀ ଗଛକୁ ନିୟମିତ ପୂଜା କଲେ ସବୁ ଦେବଦେବୀଙ୍କ କୃପା ମିଳିଥାଏ । ଏମିତି କି ଏହାକୁ କେତେ ଔଷଧ ପ୍ରସ୍ତୁତିରେ ବ୍ୟବହାର ମଧ୍ୟ କରାଯାଏ । ଗ୍ରନ୍ଥରେ ଏହାକୁ ନେଇ ଏମିତି ଉପାୟ କୁହାଯାଇଛି, ଯାହା କଲେ ସବୁ ବାଧା ଦୂର ହୁଏ ଓ ସୁଖ ସମୃଦ୍ଧି ମିଳିଥାଏ । ଆସନ୍ତୁ ଜାଣିବା ତୁଳସୀ ଗଛକୁ ନେଇ ଏଇ ବିଶେଷ ଉପାୟ ।

ଯଦି ବ୍ୟକ୍ତି କାମରେ ସଫଳତା ହାସଲ କରିବାକୁ ଚାହୁଥାଏ ତ ତୁଳସୀ ଚେରକୁ ବିଧିପୂର୍ବକ ବା ନିଜେ ନିୟନ୍ତ୍ରଣ ଦେଇ ଘରକୁ ଆଣନ୍ତୁ ।

ତାପରେ ଏହାକୁ ଗଙ୍ଗାଜଳରେ ଧୋଇ ପୂଜା କରନ୍ତୁ । ତାପରେ ଏହାକୁ ଡାହାଣ ହାତରେ ହଳଦିଆ କପଡ଼ାରେ ଗୁଡେଇ ବାନ୍ଧନ୍ତୁ । ଯଦି ପୂଜା ସମୟରେ ତୁଳସୀ ମନ୍ତ୍ର ଜପ କରନ୍ତି ତ ବେଶୀ ଭଲ ହେବ । ଏହା ଏକ ତାନ୍ତ୍ରିକ ଉପାୟ ଏହା କଲେ ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।

ଯଦି ହାଟାତ ଧନ ହାନି ହୁଏ, କାହାର ଖରାପ ନଜର ଲାଗିଥାଏ ବା ସ୍ବାସ୍ଥ୍ୟ ଖରାପ ରୁହେ ତ ଏ ଉପାୟ ନିଶ୍ଚିତ କରନ୍ତୁ । ଏହି ଉପାୟ ଅନୁସାରେ, ତୁଳସୀର ୭ଟି ପତ୍ର ଓ ୭ଟି ଗୋଲମରିଚ ହାତ ମୁଠାରେ ନିଅନ୍ତୁ । ଯେଉଁ ବ୍ୟକ୍ତିଙ୍କର ନଜର ଉତାରିବ ତାଙ୍କୁ ଶୁଆଇ ହାତ ମୁଠା ବନ୍ଦ କରି ତାଙ୍କ ମୁଣ୍ଡ ଠୁ ଗୋଡ଼ ଯାଏ 21 ଥର ଓଁ ଓଁ ଜପି ଝାଡ଼ନ୍ତୁ । ତାପରେ ବ୍ୟକ୍ତିଟିକୁ ଗୋଲମରିଚ ଚୋବେଇବାକୁ ଦେଇ , ତୁଳସୀ ପତ୍ରକୁ ହାତରେ ଘସି ଫୋପାଡି ଦେବାକୁ କହିବେ । ତାପରେ ଗୋଟେ କପଡ଼ାରେ 7 ବା 11 ଥର ଝାଡ଼ନ୍ତୁ ।

ଯଦି ମାଲାମାଲ ହେବାକୁ ଚାହାନ୍ତି ତ ଘରର ମୁଖ୍ୟ ଦ୍ଵାରର ଦୁଇ ପାଖରେ ତୁଳସୀ ଗଛ ମାଟି କୁଣ୍ଡିଆରେ ଲଗାନ୍ତୁ ଓ ସବୁବେଳେ ଯତ୍ନ ନିଅନ୍ତୁ । ଏହା କଲେ ପଇସା ସମସ୍ୟା ଦୂର ହେବା ସହ ଘରକୁ ଅଧିକ ପଇସା ମଧ୍ୟ ଆସିବ । ଏହାଦ୍ବାରା ଘରକୁ ସକାରାତ୍ମ ଉର୍ଜା ପ୍ରବେଶ କରିଥାଏ । ସନ୍ଧ୍ୟାବେଳେ ତୁଳସୀ ସାମ୍ନାରେ ଦୀପ ଜାଳନ୍ତୁ । ଏହି ଉପାୟରେ ମହାଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ସକାଳେ ତୁଳସୀ ମୂଳେ ପାଣି ଦିଅନ୍ତୁ । ଏମିତି କଲେ ଦେବଦେବୀ କୃପା ଲାଭ ସହ ସ୍ବାସ୍ଥ୍ୟବି ଭଲ ରହେ ।

ତୁଳସୀମାଳ ବେକରେ ପକେଇଲେ ଦେବଦେବୀ କୃପା ଲାଭ ହୁଏ । ଖରାପ ଶକ୍ତିର ପ୍ରଭାବ ପଡେନାହିଁ । କାର୍ଯ୍ୟରେ ସଫଳତା ମିଳେ । ତୁଳସୀ ଗଛ ସାମ୍ନାରେ ଦେଖିଥିବା ଅଶୁଭ ସ୍ବପ୍ନ କହିଲେ ଏହା ନିଷ୍ଫଳ ହୁଏ । ଯଦି ସନ୍ତାନ ଜିଦି ହୋଇଥାନ୍ତି ତ ଘରର ପୂର୍ବ ଦିଗରେ ଥିବା ତୁଳସୀ ଗଛରୁ 3 ଟି ପତ୍ର ଆଣି ରବିବାର କୁ ଛାଡ଼ି ଆଉ ସବୁ ଦିନ ପିଲାଙ୍କୁ ଖୁଆନ୍ତୁ । ପିଲାର ବ୍ୟବହାର ରେ ସୁଧାର ଆସିବ ।

ଯଦି ଘରେ କନ୍ୟାଟିର ବିବାହ ହେଉନଥାଏ ତ କନ୍ୟାଟି ଘରର ଦକ୍ଷିଣ ପୂର୍ବ ଦିଗରେ ତୁଳସୀ ଗଛ ରଖି ସବୁବେଳେ ପାଣି ଦିଅନ୍ତୁ । ଯଦି ଏହାକୁ ରୋଷେଇ ଘରେ ରଖିବେ ତ ଘରେ ସବୁବେଳେ ପ୍ରେମ ଓ ଉତ୍ତମ ବୁଝାମଣା ରହିବ ।

ହିନ୍ଦୁ ଶାସ୍ତ୍ରରେ ଏହାର 8 ଟି ନାମ- ବୃନ୍ଦା, ବୃନ୍ଦାବତୀ, ବିଶ୍ୱପୂଜିତା, ବିଶ୍ୱପାବନି, ପୁଷ୍ପସାରା, ନନ୍ଦିନୀ, ତୁଳସୀ ଓ କୃଷ୍ଣ ଜୀବନୀ। ତୁଳସୀ ମୂଳେ ପାଣି ଦେବା ବେଳେ ଏହାଙ୍କ ନାମ ନେଲେ ବ୍ୟକ୍ତିର ଜୀବନରେ କେବେ କଷ୍ଟ ଆସେନି ଓ ଭୌତିକ ସୁଖ ସୁବିଧା ମିଳିଥାଏ। ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *