ଯଦି ଆପଣଙ୍କ ହାତରେ ବି ଅଛି ଏମିତି ଚିହ୍ନ, ତାହେଲେ କମ ବୟସରେ ଆପଣଙ୍କୁ ଧନୀ ହେବାକୁ କେହି ରୋକିପାରିବେ ନାହିଁ

ଏଥିରେ କୌଣସି ସନ୍ଦେହ ନାହିଁ କି ଆଜିକା ସମୟରେ ସବୁ ବ୍ୟକ୍ତି ଧନୀ ହେବାକୁ ଚାହୁଁଛନ୍ତି । ଯେଉଁ ଲୋକ ଧନୀ ସେ ଆହୁରି ବି ଅଧିକ ଧନୀ ହେବାକୁ ଚାହେଁ । କଣ କରିବା ପଇସାର ଜାଦୁ ସମସ୍ତଙ୍କ ମୁଣ୍ଡ ଉପରେ ଚଢି ଯାଇଛି । ଆଜିର ସମୟରେ ମଣିଷକୁ ଯେତେ ଦରକାର ସେତେ ପଇସା ଦେଲେ ବି ତାକୁ କମ ଲାଗିଥାଏ । ଯଦି ଜ୍ୟୋତିଷ ଶାସ୍ତ୍ରର କଥା ହେବା ତାହେଲେ ଶାସ୍ତ୍ର ଅନୁସାରେ ଲୋକମାନଙ୍କର ଭାଗ୍ୟ ତାଙ୍କ ହାତରେ ହିଁ ଲେଖାଥାଏ ।

ଯଦି ଆପଣଙ୍କ ହାତରେ ପଇସା ମିଳିବାର ଲେଖା ଥାଏ ତାହେଲେ ଆପଣଙ୍କୁ ଧନୀ ହେବାକୁ କେହି ରୋକି ପାରିବେ ନାହିଁ । ଏହି କାରଣରୁ ଜ୍ୟୋତିଷ ଏବଂ ପଣ୍ଡିତ ମାନେ ଲୋକଙ୍କର ହାତ ଦେଖି ତାଙ୍କ ଭବିଷ୍ୟତ ବିଷୟରେ କହିଥାନ୍ତି ।

ଯେମିତି ସବୁ ଲୋକଙ୍କର ବ୍ୟବହାର ଅଲଗା ଅଲଗା ହୋଇଥାଏ ସେହିପରି ତାଙ୍କ ଭାଗ୍ୟ ବି ଅଲଗା ଅଲଗା ହୋଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ହାତରେ ଲୁଚିଥିବା ଏହି ଅଙ୍କାବଙ୍କା ରେଖା ମାନଙ୍କ ବିଷୟରେ ଏକ ଏମିତି ସତ କହିବୁ ,ଯାହା ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଚାଲନ୍ତୁ ଜାଣିବା ଏହି ବିଷୟରେ । ମଣିଷ ହାତରେ ଯେଉଁଠି କିଛି ଭଲ ରେଖା ରହିଥାଏ ସେଠାରେ କିଛି ହାନିକାରକ ରେଖାବି ରହିଥାଏ ।

ହାତର ଚାରୋଟି ମୁଖ୍ୟ ରେଖାକୁ ହୃଦୟ ରେଖା ,ଜୀବନ ରେଖା ,ଭାଗ୍ୟ ରେଖା ଏବଂ ବିବାହ ରେଖା ନାମରେ ଜଣାଯାଇଥାଏ । ଏହାଛଡା ରେଖା ସହିତ ହାତରେ କେତେ ପ୍ରକାର ଚିହ୍ନ ବି ରହିଥାଏ । ଜ୍ୟୋତିଷମାନେ କୁହନ୍ତି କି ଯଦି କୌଣସି ମଣିଷର ହାତରେ ଅନାମିକା ଆଙ୍ଗୁଠିର ଠିକ ଉପର ସୂର୍ଯ୍ୟ ପର୍ବତ ସ୍ତିର ଥାଏ ,ଏହି ପର୍ଯ୍ୟନ୍ତ ରେଖାକୁ ସୂର୍ଯ୍ୟ ରେଖା କୁହାଯାଏ । ଯେଉଁ ଲୋକଙ୍କ ହାତରେ ଏହି ରେଖା ଉପରେ ତାରା ଚିହ୍ନ ଥାଏ ,ସେ ବହୁତ ଧନୀ ସହିତ ପ୍ରସିଦ୍ଧବି ହୋଇଥାନ୍ତି ।

ଏହା ବ୍ଯତୀତ ଯଦି ମଧ୍ୟମା ଆଙ୍ଗୁଠି ଉପରେ ଶନି ର ସ୍ତାନ ଥାଏ ,ଏହି ସ୍ତାନ ପର୍ଯ୍ୟନ୍ତ ପହଞ୍ଚି ଥିବା ରେଖାକୁ ଭାଗ୍ୟ ରେଖା ବୋଲି କୁହାଯାଇଥାଏ । ଯେଉଁ ଲୋକ ହାତରେ ଭାଗ୍ୟ ରେଖା ଉପରେ ତ୍ରିଶୂଳ ଚିହ୍ନ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଚିହ୍ନ ତାଙ୍କୁ ଧନୀ ହେବାରେ ବହୁତ ସାହାଯ୍ୟ କରିଥାଏ । ଯେଉଁ ଲୋକଙ୍କ ହାତରେ ଏମ ଚିହ୍ନ ଥାଏ ,ସେ ଲୋକ ବି ଆର୍ଥିକ ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାଏ ।

ଯଦି ଆପଣଙ୍କ ହାତରେ ଏହି ସବୁ ଚିହ୍ନ ଥାଏ ତାହେଲେ ଏହାତ ମାନେ ନୁହେଁ କି ଆପଣ ପରିଶ୍ରମ କରିବା ଛାଡିଦେବେ । ଭଗବାନ କେବଳ ତାଙ୍କର ସାହାଯ୍ୟ କରିଥାନ୍ତି ,ଯିଏ ନିଜ ସାହାଯ୍ୟ ନିଜେ କରିଥାଏ । ଏଥିପାଇଁ ଭଲ ଭାଗ୍ୟ ସହିତ କଠିନ ପରିଶ୍ରମ କରିବା ଦରକାର ।

Leave a Reply

Your email address will not be published. Required fields are marked *