ନିର୍ଭୟାଙ୍କ ସହ ସେଇ ରାତିରେ କଣ ଘଟିଥିଲା, ମୁକେଶ ନିଜେ କହିଥିଲେ ସମ୍ପୂର୍ଣ ଘଟଣା- ବହୁତ ଘୃଣ୍ୟ ଅଟେ ଚିନ୍ତାଧାରା

2012 ରେ ଦିଲ୍ଲୀରେ ହୋଇଥିବା ନିର୍ଭୟା କାଣ୍ଡର ଦୋଷୀ ମୁକେଶ ଯାହାଙ୍କୁ 3 ମାର୍ଚ୍ଚ ରେ ଫାଶୀ ହେବାକୁ ଯାଉଛି । ମୁକେଶଙ୍କ ସହିତ ଯେବେ 2015 ରେ ବୀସୀସୀ ନ୍ୟୁଜ ଇନ୍ଟରଭିଉ କଲେ ତ ତାଙ୍କୁ ସେଇ ରାତିର ଘଟଣା ବିଷୟରେ ପଚରା ଯାଇଥିଲା । ମୁକେଶ ସେଇ ଦୋଷୀ ଯାହାକୁ 2015ରେ ବୀସୀସୀର ଏକ ଡକ୍ୟୁମେଣ୍ଟରେ ଦେଖିଥିଲେ ଓ ସେ ଦୁନିଆ ସାମ୍ନାରେ ନିଜ ବିଚାର ରଖିଥିଲେ । ସେଥିରେ ମୁକେଶର ଘୃଣ୍ୟ ଚିନ୍ତାଧାରା ସାମ୍ନାକୁ ଆସିଥିଲା ।

ଯେବେ ମୁକେଶଙ୍କୁ ପଚରାଯାଇଥିଲା, ସେ ଏତେ ବର୍ବରତା କାହିଁକି କରିଥିଲେ,ସେ କହିଥିଲେ ଖରାପ କାମ ପଛରେ ପୁଅଙ୍କଠୁ ଝିଅମାନେ ବେଶୀ ଦାୟୀ ହୋଇଥାନ୍ତି । ତାଙ୍କର କହିବାର କଥା ଥିଲାକି ନିର୍ଭୟାଙ୍କୁ ଖରାପ କାମର ବିରୋଧ ନକରି ଯାହା ହେଉଥିଲା ତାହା ହେବାକୁ ଦେବାର ଥିଲା ।

ସେ କହିଥିଲେକି ଝିଅମାନଙ୍କୁ ରାତି 9 ଟା ପରେ ବାହାରେ ନ ବୁଲି ଘରେ ରହିବା ଉଚିତ । ଝିଅମାନଙ୍କୁ ନିଜ ଇଜ୍ଜତ ନିଜେ ରଖିବା କଥା, ଛୋଟ ଛୋଟ କପଡା ପିନ୍ଧିବା ଅନୁଚିତ । ଝିଅମାନଙ୍କୁ ଡିସ୍କୋ ଓ କ୍ଲବକୁ ଯିବା ଉଚିତ ନୁହେଁ । ତେବେ ମୁକେଶ ନିଜେ ଏହି ସବୁ କହିଥିଲେ ଓ କହିଥିଲେ କେମିତି ରହିବା ଦରକାର ଝିଅ ମାନଙ୍କୁ ।

ଏବେ ଏହିଭଳି ଲୋକ ମାନେ ଯେଉଁ ମାନଙ୍କର ଏତେ ଛୋଟ ଚିନ୍ତାଧାରା ସେମାନେ କହିବେ ନାରୀ ମାନଙ୍କୁ କେମିତ ଚାଲିବା ଦରକାର । ଯାହାର ନିଜ କାମୁକତା ଉପରେ ନିୟନ୍ତ୍ରଣ ନାହିଁ ଯିଏ ନାରୀର ଇଜ୍ଜତ କରିବା ଶିଖିନି ସେମାନେ କହିବେ ନାରୀକୁ ସମାଜ ରେ କେମିତି ଚଳିବା ଦରକାର । ଆପଣ ହିଁ କୁହନ୍ତୁ ସେ କଣ ଯାହା କହିଛି ତାହା ଠିକ । କଣ ଗୋଟେ ନାରୀର ସ୍ଵାଧୀନ ଭାବରେ ବଞ୍ଚିବାର ଅଧିକାର ନାହିଁ । ତା ପସନ୍ଦର କପଡା ପିନ୍ଧିବାର କି କୁଆଡେ ଯିବା ଆସିବାର ଅଧିକାର ନାହିଁ ।

Leave a Reply

Your email address will not be published. Required fields are marked *