ଭଗବାନଙ୍କ ଠାରୁ ବି ଅତ୍ୟନ୍ତ ଶାନ୍ତ, ନମ୍ର ସନ୍ତ କବୀର କପଡା ବୁଣିବା କାମ କରୁଥିଲେ, କ୍ରୋଧ ତ ତାଙ୍କୁ କେବେ ଆସୁ ନଥିଲା । ଥରେ କିଛି ବାଳକମାନେ ଦୁଷ୍ଟାମି କରି ଏବଂ ସେମାନେ ସମସ୍ତେ କବୀରଙ୍କ ପାଖକୁ ଗଲେ ଏହା ଭାବି ପହଞ୍ଚିଲେ କି ଦେଖିବା ତାଙ୍କୁ ରାଗ କେମିତି ଆସିବ ନାହିଁ ସେମାନଙ୍କ ମଧ୍ୟରେ ଜଣେ ବାଳକ ଧନୀ ବାପା ମାଙ୍କର ପୁଅ ଥିଲା, ସେ କହିଲା ଏହି ଶାଢୀ କେତେରେ ଦେବେ? କବୀର କହିଲେ -୧୦ଟଙ୍କା ସେତବେଳେ ବାଳକଟି ତାଙ୍କୁ ଚିଡାଇବା ଉଦେଶ୍ୟରେ ଶାଢୀକୁ ଦିଖଣ୍ଡ କରିଦେଲା ।
ଏବଂ ଗୋଟିଏ ଖଣ୍ଡ ହାତରେ ଧରି କହିଲା -ମତେ ପୁରା ଶାଢୀ ଦରକାର ନାହିଁ, ଅଧା ହିଁ ଦରକାର, ଏବେ କୁହ ଏହାର ଦାମ କେତେ ନେବ ।
କବୀର ଦାସ ବଡ ଶାନ୍ତିରେ କହିଲେ ୫ଟଙ୍କା, ବାଳକଟି ସେହି ଶାଢୀକୁ ବି ଦୁଇ ଖଣ୍ଡ କରିଦେଲା ଏବଂ ଦାମ ପଚାରିଲା ? କବୀର ସେତବେଳେ ବି ଶାନ୍ତିରେ କହିଲେ ଅଢେଇ ଟଙ୍କା । ବାଳକ ଏହି ପ୍ରକାରରେ ଶାଢୀକୁ ଖଣ୍ଡ କରି ଚାଲିଲା । ଶେଷରେ କହିଲା ମତେ ଏହି ଶାଢୀ ଦରକାର ନାହିଁ, ଏହି ଖଣ୍ଡ ମୋର କେଉଁ କାମରେ ଲାଗିବ । କବୀର ଶାନ୍ତ ଭାବରେ କହିଲେ ପୁଅ ଏବେ ଏହି ଖଣ୍ଡ ତୁମର କଣ କାହାର ବି କାମରେ ଲାଗିବ ନାହିଁ । ଏବେ ବାଳକକୁ ଲାଜ ଲାଗିଲା ଏବଂ ସେ କହିଲା ମୁଁ ଆପଣଙ୍କର କ୍ଷତି କରିଛି, ଶେଷରେ ଆପଣଙ୍କର ଶାଢୀର ମୂଲ୍ୟ ଦେଉଛି । କବୀର କହିଲେ କି ତୁମେ ତ ଶାଢୀ ନେଇ ନାହଁ ତାହେଲେ ମୁ ତୁମ ଠାରୁ ପଇସା କେମିତି ନେବି । ବାଳକଟି କହିଲା କି ମୁଁ ଜଣେ ଧନୀ ଆପଣଙ୍କୁ କିଛି ପଇସା ଦେଲେ ମତେ କିଛି ଫରକ ପଡିବନି ।
କବୀର ହସି କହିଲେ କି ତୁମେ ଏହି କ୍ଷତି ପୂରଣ କରିପାରିବ ନାହିଁ, ଭାବ କୃଷକ କେତେ ପରିଶ୍ରମ କରିବା ପରେ କପା ସୃଷ୍ଟି ହେଲା । ମୋ ସ୍ତ୍ରୀ ପରିଶ୍ରମ କରି ସେହି କପାରୁ ସୂତା କାଟିଲା ଏବଂ ମୁଁ ତାକୁ ରଙ୍ଗ ଦେଲି ଏବଂ ବୁଣିଲି । ଏହି ପରିଶ୍ରମ ସେତବେଳେ ସଫଳ ହେବ ଯେତବେଳେ ଏହି ଶାଢୀକୁ କିଏ ପିନ୍ଧିବେ । କିନ୍ତୁ ତୁମେତ ଏହାକୁ ଖଣ୍ଡ ଖଣ୍ଡ କରିଦେଇଛ ।
ବାଳକଟି ଲଜ୍ଜିତ ହେଲା, ତା ଆଖି ଲୁହରେ ଭରିଗଲା ଏବଂ ସେ କବୀରଙ୍କ ପାଦରେ ପଡିଗଲା । କବୀର ତାକୁ ଉଠାଇ ତା ପିଠିରେ ହାତ ରଖି କହିଲେ କି ଯଦି ମୁଁ ତୁମ ଠାରୁ ପଇସା ନେଇଥାନ୍ତି ତାହେଲେ ମୋ କାମ ଚଳି ଯାଇଥାନ୍ତା, କିନ୍ତୁ ତୁମ ଜୀବନର ସେହି ଅବସ୍ଥା ହୋଇଥାନ୍ତା ଯାହା ଏହି ଶାଢୀର ହେଲା । ତୁମର ଏହି ଅନୁତାପ ମୋ ପାଇଁ ବହୁତ ଦାମି ଅଟେ ।