ବହୁତ ବଡ଼ ରିଲିଫ ପ୍ୟାକେଜର ଘୋଷଣା
ବିତ୍ତ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର କୋରାନା ବିରୁଦ୍ଧରେ ଲଢ଼ିବାକୁ ସହଯୋଗ କରୁଥିବା 20 ଲକ୍ଷ କର୍ମଚାରୀଙ୍କ ପାଇଁ ରିଲିଫ୍ ପ୍ୟାକେଜ ଦେବାର ଘୋଷଣା କରିଛନ୍ତି । ଏହି ପ୍ୟାକେଜ ପରି ଆଶା କର୍ମୀ, ପେରାମେଡିକାଲ୍ ଷ୍ଟାଫ, ଟେକ୍ନିସୀୟନ ଡକ୍ଟରସଙ୍କ ପାଇଁ 1 ଲକ୍ଷ 70 ହଜାର କୋଟିର ରିଲିଫ ପ୍ୟାକେଜ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଲକଡାଉନ ମଧ୍ୟରେ ମୋଦି ସରକାର ଜନହିତ ପାଇଁ ବଡ଼ ଘୋଷଣା କରିବା ସହିତ 8.70 ଲକ୍ଷ କୃଷକଙ୍କୁ ଏପ୍ରିଲ ର ପ୍ରଥମ ସପ୍ତାହରେ 2000 ଟଙ୍କାର ପ୍ରଥମ କିସ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଅନ୍ନ ଯୋଜନା
କୋରାନା ଭାଇରସ୍ ସଂକ୍ରମଣ ଦୁନିଆ ସାରା ବ୍ୟାପି ସାରିଛି, ଏହି କାରଣରୁ 21ଦିନିଆ ଲକଡାଉନରେ ଗରିବ ଜନତାଙ୍କୁ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ମାଧ୍ୟମରେ 5 ଟଙ୍କାରେ କିଲୋପ୍ରତି ଗହମ ଓ 1ଟଙ୍କାରେ କିଲୋପ୍ରତି ଚାଉଳ 3 ମାସ ଯାଏ ଦେବା ପାଇଁ ବିତ୍ତ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ପ୍ରତିଶ୍ରୁତି ଦେଇଛନ୍ତି ।
କୋରୋନା ଭାଇରସ୍ ସମ୍ବନ୍ଧିତ କୌଣସି ବି ପ୍ରକାରର ସହାୟତା ପାଇଁ ସବୁ ରାଜ୍ୟରେ କୋରାନା ହେଲ୍ପଲାଇନ ସେବା ଆରମ୍ଭ କରାଯାଇଛି । ପୁଲିସ କର୍ମଚାରୀ ମାନେ ଲକଡାଉନ ଉଲଂଘନ କରୁଥିବା ବ୍ୟକ୍ତି ଙ୍କ ସହ କ୍ରୁରତାରେ ସାମ୍ନା କରିବା ସହିତ କେଉଁଠି ଗରିବ ଓ ଆବଶ୍ୟକ ହେଉଥିବା ଲୋକଙ୍କୁ ସାହାଯ୍ୟ କରିବା ର ଦେଖାଯାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ଲୋକଙ୍କ ପାଇଁ ପ୍ରାର୍ଥନା ମାଗିବା ସହ ସେମାନଙ୍କ କାମକୁ ଉତ୍ସହିତ କରିଛନ୍ତି । ମଙ୍ଗଳବାର ଦିନ କରାଯାଇଥିବା ଘୋଷଣା ରେ ପିଏମ ମୋଦି ସ୍ବାସ୍ଥ୍ୟ ବିଭାଗକୁ 15000 କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କୋରାନାକୁ ରୋକିବା ପାଇଁ ସରକାର ଓ ପ୍ରଶାସନ ଲଗାତାର ପ୍ରୟାସ ଜାରି ରଖିଛନ୍ତି ।