ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର ଅମଲାପୁରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପେଥାଇ ପ୍ରଭାବରେ ଗତ ଦୁଇଦିନଧରି ପୂର୍ବ ଗୋଦାବରୀ ସହ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ବାତ୍ୟା ପେଥାଇ ଯୋଗୁଁ ଆକାଶକୁ ପାଣିରୁ ମାଛକୁ ଭିଡିନେଇଥିଲା ପ୍ରବଳ ଝଡ । ଏହା ପରେ ଆକଶରୁ ହୋଇଛି ମାଛବର୍ଷା । ଆକଶରୁ ମାଛ ବର୍ଷା ହୋଇଥିବା ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି ।
ମିଳିଥିବା ଖବର ଅନୁସାରେ, ଗତକାଲି ଦିନ ପ୍ରାୟ ୪ଟାବେଳେ ଏଭଳି ଭିଡିଓକୁ ମୋବାଇଲରେ ସୁଟ୍ କରି ସାଙ୍ଗମାନଙ୍କୁ ପଠାଇଥିଲେ ଜଣେ ଅମଲାପୁରମ ବାସିନ୍ଦା । ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ପାଖାପାଖି ୧୦୦ ମାଛ ଭୂଇଁରେ ପଡିଥିବା ଦେଖାଯାଇଥିଲା । ଏବଂ ବାତ୍ୟା ପାଇଁ ବହୁତ ବର୍ଷା ହେଉଥିଲା । ପ୍ରକୃତରେ ମାଛ ଆକାଶରୁ ପଡେନି । ସାଧାରଣତଃ ଦେଖାଯାଇଥାଏ ଯେ, ଯେତେବେଳେ ଜୋରରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୁଏ ସେତେବେଳେ ପାଣିରୁ ମାଛ ଅନ୍ୟାନ୍ୟ ଜଳଜୀବ ଆକାଶମାର୍ଗକୁ ପବନ ବେଗରେ ଉଠିଥାନ୍ତି ଓ ପୁଣି ତଳକୁ ପଡିବାର ଦେଖାଯାଇଥାଏ ।