ଠିକ ବୟସରେ ବିବାହ ନ କଲେ ଦେଖା ଦିଏ ଏହି ସବୁ ସମସ୍ୟା – ନିଶ୍ଚୟ ଜାଣନ୍ତୁ, ନଚେତ…

ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ସେ ଗୋଟେ ବହୁତ ଭଲ ଜୀବନ ସାଥୀ ପାଉ । ବିବାହ ମଣିଷ ଜୀବନର ଏକ ବିରାଟ ସତ୍ୟ ।  ବିବାହ ହେଉଛି ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି । ଜୀବନର ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଏହା ହୋଇଥାଏ ଜୀବନର ପୂର୍ଣ୍ଣତା ବିବାହରେ ହିଁ ଆସି ଥାଏ । ବହୁତ ଦିନରୁ ବାପା ମା ସ୍ୱପ୍ନ ଦେଖନ୍ତି ନିଜ ପିଲାଙ୍କୁ ବର ବା କନ୍ୟା ବେଶରେ ଦେଖିବା ପାଇଁ ଇଚ୍ଛା ରଖି ଥାନ୍ତି । ବିବାହ ଏକ ଛୋଟ କଥା ନୁହେଁ ।

ବିବାହ କରିବା ପରେ ପ୍ରାୟ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ ଆଉ ଜନ୍ମ ଜନ୍ମ ପାଇଁ ଦୁଇ ଜଣ ଗୋଟିଏ ସମ୍ପର୍କ ରେ ଆବଦ୍ଧ ହୋଇଯାନ୍ତି । କିନ୍ତୁ ବିବାହ ର ଏକ ନିର୍ଦ୍ଦିଷ୍ଟ ବୟସ ସୀମା ଥାଏ ।

ଯଦି ଅଧିକ ବୟସରେ ବିବାହ ହୁଏ ତେବେ ପୁଅ , ଝିଅ ପରସ୍ପର କୁ ବୁଝିବାରେ ଅସୁବିଧା ହୁଏ । ଫଳରେ ସମ୍ପର୍କରେ ମଳିନତା ଶୀଘ୍ର ଆସିଯାଏ । କିନ୍ତୁ ଏବେ ସମସ୍ତେ ଯେକୌଣସି ବୟସରେ ବିବାହ କରିପାରୁଛନ୍ତି । ବିବାହ କରିବାର ବୟସ ସୀମା ହେଲା ୨୫ ରୁ ୨୮ ବର୍ଷ ।

ଏହି ବୟସ ଭିତରେ ବିବାହ କଲେ ପୁଅ , ଝିଅ ଦୁଇ ଜଣଙ୍କ ପାଇଁ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ବୟସରେ ବିବାହ କଲେ କଣ ଅସୁବିଧା ହୋଇଥାଏ ।  ଯଦି ବିବାହ ବୟସ ଠାରୁ ଅଧିକ ବୟସରେ ଆପଣ ବିବାହ କରୁଛନ୍ତି ତେବେ ଆପଣ ଆଉ ଆଉ ଆପଣଙ୍କ ଜୀବନସାଥୀ ଙ୍କର ଭିନ୍ନ କଥାରେ ଭିନ୍ନ ମତ ରହିବ ।

ଦୁଇଜଣଙ୍କ କୌଣସି କଥାରେ ଅଧିକାଂଶ ସାମଞ୍ଜସ୍ୟ ରହିବନି ଏହା ଘରେ ଝଗଡା ସୃଷ୍ଟି କରାଇବା । ଯଦି ଏମିତି ହୁଏ ତେବେ ତ ଆପଣଙ୍କ ସମ୍ପର୍କ ଅଧିକ ଦିନ ରହିବନି । ସବୁର କିଛି ସମୟ ଥାଏ । କୁହାଯାଏ ଅତି ରୁ ଇତି । ତେଣୁ ଅଧିକ ବୟସ ଵିଵାହ ପାଇଁ କେବେ ବି ଠିକ ନୁହେଁ ।

ଅନ୍ୟ ଏକ କାରଣ ହେଉଛି ଶାରୀରିକ ସମ୍ପର୍କରେ ଅସୁବିଧା ଅଧିକ ବୟସ ହେବା ପରେ ଯୌବନ ଢଳି ଯାଏ ଓ ଶାରୀରିକ ଦକ୍ଷତା କମିଯାଏ ଏହା ଦ୍ୱାରା ସ୍ୱାମୀ ଅବା ସ୍ତ୍ରୀ କେହି ଯଦି କାହା ପାଖରୁ ଅସନ୍ତୁଷ୍ଟ ରହିଲେ ।

ଏହା ଏକ ମୁଖ୍ୟ କାରଣ ହୋଇଥାଏ ଜୀବନରେ ଅସୁବିଧା ବୃଦ୍ଧି କରିବାର ଅନ୍ୟ ଏକ କାରଣ ବହୁତ ବୟସ ହେଲେ ସନ୍ତାନ ଜନ୍ମରେ ମଧ୍ୟ ଅସୁବିଧାର ସମ୍ଭାବନା ଦେଖାଯାଏ ତେଣୁ ବେସି ଅଧିକ ବୟସରେ ବିବାହ କରିବା ଠିକ ନୁହେଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *