ଓଡିଆ ସିରିୟଲ ତାରାତାରିଣୀର ଅଭିନେତ୍ରୀ Namrata Das ଙ୍କ Family ଓ Biography

ଡୋଲି ଅପାଙ୍କୁ ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଥିବେ ତେବେ ବର୍ଷ ବର୍ଷ ଧରି ସେ ଓଡିଆ ଚଳଚିତ୍ର ଜଗତରେ କାମ କରି ଆସୁଛନ୍ତି ଆଜି ଆମେ ଆପଣ ମାନଙ୍କୁ ଡୋଲି ଅପାଙ୍କ ବିଷୟରେ ଏମିତି କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଥିବେ ।

ତେବେ ଆପଣ ଜଣେ ସାମାନ୍ଯ ଲୋକ ହେଲେ କେହି ଆପଣଙ୍କ ବିଷୟରେ ଜାଣିବାକୁ ଇଛା କରନ୍ତି ନାହିଁ କିନ୍ତୁ ଆପଣ ଜଣେ ଟିଭି ଜଗତ ମଣିଷ ହେଲେ ଓ ତାହା ମଧ୍ୟ ଭଲ କଳାକାର ତେବେ ଦର୍ଶକ ଆପଣଙ୍କ ବିଷୟରେ ଜାଣିବାକୁ ଇଛୁକ ହୋଇଥାନ୍ତି ।

Image Courtesy: Google

ଡୋଲି ଅପା ବହୁତ ଆଗରୁ ଓଡିଆ ଚଳଚିତ୍ରରେ କାମ କରି ଆସିଛନ୍ତି । ତାଙ୍କୁ ସମସ୍ତେ ଗେଲ୍ହରେ ଡୋଲି ଅପା ଡାକନ୍ତି ତାଙ୍କ ଜନ୍ମ କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିଲା ତାଙ୍କ ପୂର୍ବଜ ଜମିନ୍ଦାର ଥିଲେ ଓ ଡୋଲି ଅପା ବହୁତ ବଡ ପରିବାର ଝିଅ ଅଟନ୍ତି । ସେ ଜଏଣ୍ଟ ଫ୍ୟାମିଲିରେ ବଡ ହୋଇଛନ୍ତି, ତେବେ ଡୋଲି ଅପା ଯେତେବେଳେ ୭ ବର୍ଷର ଥିଲେ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା । ତେବେ ଡୋଲି ଅପାଙ୍କ ମାଙ୍କ ମୃତ୍ୟୁ ପରେ ତାଙ୍କ ବାପା ଦ୍ଵିତୀୟ ବିବାହ କରିଥିଲେ ଓ ଦୁଇ ମାଙ୍କର ୫ଟି ଛୁଆ ଅଛନ୍ତି ।

Image Courtesy: Google

ତେବେ ମା ବାପା ଦୁହିଙ୍କ ମୃତ୍ୟୁ ହବା ପରେ କେବଳ ବଡ ଭଉଣୀ ବିବାହ କରିଥିଲେ ଯାହା ପରେ ସବୁ ଦାଇତ୍ଵ ଡଲି ଅପାଙ୍କ ଉପରେ ଆସିଥିଲା ଓ ଡଲି ଅପା ନିଜ ଭାଇ ଭଉଣୀ ଜୀବନ ଭଲ କରିବା ପାଇଁ ବହୁତ କଷ୍ଟ ମଧ୍ୟ କରିଥିଲେ । ଡଲି ଅପାଙ୍କ କହିବା ଅନୁଯାଇ ତାଙ୍କ ଅଭିନୟ ଦୁନିଆକୁ ଆସିବାର ବହୁତ ଇଛା ଥିଲା ଓ ଏସବୁରେ ତାଙ୍କ ବାପା ଓ ବଡ ଭଉଣୀ ତାଙ୍କୁ ବହୁତ ସପୋର୍ଟ କରିଥିଲେ । କଣ ଆପଣ ଜାଣିଛନ୍ତି ଆପଣଙ୍କ ପ୍ରିୟ ଡଲି ଅପାଙ୍କ ଭଲ ନାମ ନମ୍ରତା ଦାସ ଅଟେ ।

Image Courtesy: Google

ନମ୍ରତା ଦାସଙ୍କ ପ୍ରଥମ ଚଳଚିତ୍ର ହେଉଛି ଧରିତ୍ରି ଯାହା ୧୯୭୩ ମସିହାରେ ଆସିଥିଲା । ଲୋକେ ଏହି ଚଳଚିତ୍ରରେ ନମ୍ରତାଙ୍କ ଅଭିନୟକୁ ବେସ ପସନ୍ଦ କରିଥିଲେ ଓ କଣ ଆପଣ ଜାଣିଛନ୍ତି ନମ୍ରତା ପ୍ରଥମ ଓଡିଆ ସିରିଏଲରେ ଥିଲେ ଯାହା ଡିଡିୱନରେ ପ୍ରସାରିତ ହେଉଥିଲା ଯାହାର ନାମ ଥିଲା ‘ଅଧିକାର’ । ନମ୍ରତା ଦାସଙ୍କ ଅଭିନୟ ଦର୍ଶକ ମାନଙ୍କୁ ଆଜିବି ବହୁତ ପସନ୍ଦ ଅଟେ ବର୍ତମାନ ନମ୍ରତା ଦାସ ତାରା ତାରିଣୀ ସିରିଏଲରେ ଜେଜେମା ଅଭିନୟ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *