ଖରାପ ସମୟ ଚାଲୁଛି ତ ଘରୁ ଏହି 3ଟି ଜିନିଷକୁ ଦୂର କରିଦିଅ- Chanakya Niti

ଆମ ସମସ୍ତ ଙ୍କ ଜୀବନ ରେ କିଛି ନା କିଛି ଖରାପ ସମୟ ଚାଲିଥାଏ, ଯାହା ଆମ ମାନଙ୍କ ର ଭୁଲ କର୍ମ ଯୋଗୁଁ ଘଟିଥାଏ । ଅସୁବିଧା ର ଲାଘବ ପାଇଁ କରିଥିବା ଭୁଲ କର୍ମ କୁ ସୁଧାରିବା ପାଇଁ କିଛି ନିତି କୁ ଅବଲମ୍ବନ କରିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ଅସୁବିଧା ଦୂର କରିବା ର କିଛି ତଥ୍ୟ ଯାହା ଚାଣକ୍ୟ ଙ୍କ ଦ୍ଵାରା ନିର୍ମିତ କରାଯାଇଛି ।

ଚାଣକ୍ୟ ଙ୍କ ନିତି ର ଅଷ୍ଟମ ଅଧ୍ୟାୟ ରେ କୁହାଯାଇଛି ଯେ,ମନୁଷ୍ୟ ସେ ପର୍ଯ୍ୟନ୍ତ ଅଶୁଦ୍ଧି ରହିଥାଏ ଯେପର୍ଯ୍ୟନ୍ତ ସେଶରୀର ରେ ତେଲ ଲଗାଇବା ପରେ, ଚିତା ରେ ନିଆଁ ଦେବାପରେ, ସ୍ତ୍ରୀ ପ୍ରସନ୍ନ କଲା ପରେ, ବାଳ କଟିଲା ପରେ ସ୍ନାନ କରିନଥାଏ । ସ୍ନାନ କଲା ପରେ ସେ ଶୁଦ୍ଧି ହୁଏ ।

Image Courtesy: Google

ମଣିଷ ଭଲ ରେ ବଞ୍ଚିବା କୁ ଓ ସମାଜ ରେ ମୁଣ୍ଡ ଉପରକୁ କରିକି ଚାଲିବାକୁ ହେଲେ ମାନ ସମ୍ମାନ ଅତ୍ୟନ୍ତ ଜରୁରୀ । ମାନ ସମ୍ମାନ ଧନ ଠାରୁ ବହୁତ ମୂଲ୍ୟବାନ । ନିକୃଷ୍ଟ ଲୋକ ମାନେ ଧନ ର କାମନା କରନ୍ତି, ମଧ୍ୟମ ଶ୍ରେଣୀ ର ଲୋକମାନେ ଧନ ଓ ସମ୍ମାନ ଏହି ଦୁଇଟି ଜିନିଷ ର କାମନା କରନ୍ତି । ଉତ୍ତମ ଶ୍ରେଣୀ ର ଲୋକମାନେ କେବଳ ସମ୍ମାନ ଚାହାନ୍ତି । କାରଣ ମହାତ୍ମା ମାନଙ୍କ ର ଧନ ହେଉଛି ସମ୍ମାନ ।

ଆଖୁ, କ୍ଷୀର,ଜଳ,ପାନ, ଫଳ ଓ ଔଷଧ ଆଦି ସେବନ କରି ଦାନ ଭଳି ପୁଣ୍ୟ କାର୍ଯ୍ୟ କରିପାରିବା, ଦୀପ ର ପ୍ରଯୋଲନ ଅନ୍ଧକାରକୁ ନଷ୍ଟ କରିଦିଏ ଓ କଳା କୁ ଜନ୍ମ ଦିନ । ସେହିପରି ମଣିଷ ଯେପରି ଅନ୍ନ ଖାଇଥାଏ ତାର ସନ୍ତାନ ମଧ୍ୟ ସେହିଭଳି ହୋଇଥାନ୍ତି ।

Image Courtesy: Google

ଧନ ସର୍ବଦା ଜଣେ ସଠିକ ଅଧିକାରୀଙ୍କୁ ମିଳିବା ଦରକାର ଅର୍ଥାତ ଧନ ଅନ୍ୟ କାହାକୁ ନ ମିଳି ଗୁଣଵାନ୍ ବ୍ୟକ୍ତି ଙ୍କୁ ମିଳିବା ଦରକାର । ଯେପରି ସମୁଦ୍ର ର ଜଳ ବାଷ୍ପ ହୋଇ ବର୍ଷା ଆକାର ରେ ପୃଥିୀ ପୃଷ୍ଟରେ ପଡ଼ିଥାଏ ଓ ସମସ୍ତ ପ୍ରାଣୀ ମାନଙ୍କୁ ଜୀବନ ଦାନ ଦେଇ କେତେ ପୁଣ୍ୟ କରି ପୁଣି ସମୁଦ୍ର କୁ ଚାଲିଯାଏ ।

ବଦହଜମୀ ସମୟରେ ପାଣି ଔଷଧୀ ରୂପେ କାମ କରେ ଓ ପରେ ହଜମ ପରେ ଆମକୁ ଶକ୍ତି ମିଳିଥାଏ । ଭୋଜନ ସମୟରେ ଜଳ ଅମ୍ବୃତ ସମାନ ହୋଇଥାଏ ଓ ଭୋଜନ ର ଶେଷରେ ଏହା ବିଷ ସମାନ ହୋଇଥାଏ । କର୍ମ ବିନା ଜ୍ଞାନ ବ୍ୟର୍ଥ, ଓ ଜ୍ଞାନହିନ ମନୁଷ୍ୟ ବ୍ୟର୍ଥ ହୋଇଥାଏ । ସେଭଳି ସେନାପତି ବିନା ସେନା ନଷ୍ଟ ହୋଇଯାଏ ଓ ପତି ବିନା ସ୍ତ୍ରୀ ନଷ୍ଟ ହୋଇଯାଏ ।

Image Courtesy: Google

ବୃଦ୍ଧ କାଳରେ ସ୍ତ୍ରୀ ର ମୃତ୍ୟୁ, ବନ୍ଧୁଙ୍କ ହାତରେ ଧନ ର ନଷ୍ଟ, ଅନ୍ୟ ଉପରେ ଭୋଜନର ଭରଷା, ଏହି ୩ ଟି ଜିନିଷ ପୁରୁଷ କୁ ବହୁତ୍ କଷ୍ଟ ଦେଇଥାଏ । ଯଜ୍ଞ ବିନା ବେଦ ପଢ଼ିବା ବ୍ୟର୍ଥ, ଦାନ ବିନା ଯଜ୍ଞ ବ୍ୟର୍ଥ, ଭାବ ବିନା ସିଦ୍ଧି ପ୍ରାପ୍ତ ନୁହେଁ ଏଥି ପାଇଁ ପ୍ରେମସବୁଠୁ ପ୍ରଧାନ ।

ଭଗବାନ ନା ପଥର, କାଠ ଓ ସୁନା ର ତିଆରି ମୂର୍ତ୍ତି ରେ ଅଛନ୍ତି ସେ ତ ସମସ୍ତେ ଙ୍କ ଭାବ ରେ ଅଛନ୍ତି , ମନୁଷ୍ୟ ତାଙ୍କୁ ଯେଭଳି ଭାବରେ ଡାକିବସେ ସେଭଳି ଫଳ ଲାଭ କରିବ । ଶାନ୍ତି ସମାନ କୌଣସି ତପ ନାହିଁ, ସନ୍ତୋଷ ଠୁ ବଡ଼ କୌଣସି ସୁଖ୍ ନାହିଁ, ଲୋଭ ଠୁ ବଡ଼ ରୋଗ ନାହିଁ ଓ ଦୟା ଠୁ ବଡ଼ ଧର୍ମ ନାହିଁ ।

Image Courtesy: Google

କ୍ରୋଧ ଜମରଜା ଙ୍କ ସମାନ, ଲୋଭ ବୈତରଣୀ ନଦୀ ସମାନ । ବିଦ୍ୟା ଓ ସନ୍ତୋଷ ଭଳି ଫଳ ପୃଥିବପୃଷ୍ଟରେ ରେ ସ୍ବର୍ଗ ଭଳି ଲାଗେ । ରୂପର ସୁନ୍ଦରତା କୁ ଗୁଣ ହିଁ ବୃଦ୍ଧି କରେ, ସିଦ୍ଧି ବିଦ୍ୟା କୁ ଓ ଭୋଗ ଧନ କୁ ଶୋଭା ବର୍ଦ୍ଧନ କରେ । ଭୂମିଗତ୍ ଜଳ ଓ ପ୍ରତିବ୍ରତା ସ୍ତ୍ରୀ ସୁଦ୍ଧ ହୋଇଥାନ୍ତି, କଲ୍ୟାଣ କରୁଥିବା ରାଜା ଓ ସନ୍ତୋଷୀ ବ୍ରାହ୍ମଣ ପବିତ୍ର ଅଟନ୍ତି ।

ବିଦ୍ୟାହୀନ ବ୍ୟକ୍ତି ଉଚ୍ଚ କୂଳରେ ଜନ୍ମ ହେଲେ ମଧ୍ୟ ସେ ଜଣେ ନିଚ୍ଚ କୂଳରେ ଜନ୍ମ ହେଏଥିବା ବିଦ୍ବାନ ଠୁ କମ୍ ସମ୍ମାନ ମିଳେ । ମଦ୍ୟ ଓ ମାଂସ ଭୋଜନ କରୁଥିବା ମୂର୍ଖ ଲୋକ ମାନେ ପୃଥିବୀ ଉପରେ ବୋଝ ସମାନ । ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *