କଇଁଛ ଘରେ କିପରି ଏବଂ କେଉଁଠି ରଖିବା ଦ୍ଵାରା ଧନର ବର୍ଷା ହୋଇଥାଏ- Vastu Tips

ବନ୍ଧୁଗଣ କଇଁଛ କୁ ଘରେ, ଦୋକାନ ଘରେ, ଅଫିସ ରେ କିଭଳି ଏବଂ କେଉଁ ଦିଗରେ ରଖିବା ଦ୍ଵାରା ଘରେ ଧନର ବର୍ଷା ହୋଇଥାଏ । ଏହା ସହିତ ଏହା ରୋଗ ଏବଂ ରୁଣ ରୁ ମୁକ୍ତି ଦେଇଥାଏ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ରରେ ଏହା ମାନ୍ୟତା ଅଛି ଯେ କଇଁଛ କୁ ଘରେ ରଖିବା ଅଥବା କଇଁଛ ର ପ୍ରତିମା କୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ଘରେ କଇଁଛ ର ପ୍ରତିମା ଅଥବା କଇଁଛ ରହିଥାଏ ସେହିଘରେ ମା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି । ଭଗବାନ ବିଷ୍ନୁଙ୍କର ଏକ ଅବତାର କଇଁଛ ଅଟେ ।

ଭଗବାନ ବିଷନୁ ସମୁଦ୍ର ମନ୍ଥନ ସମୟରେ କଇଁଛ ର ରୂପ ଧାରଣ କରି ମନ୍ଦରାଚଳ ପର୍ବତକୁ ପିଠିରେ ଧାରଣ କରିଥିଲେ । ଏହା ଦ୍ଵାରା ସମୁଦ୍ର ମନ୍ଥନ ସମୟର ସମସ୍ତ ସମସ୍ଯା ଦୂର କରିଥିଲେ । ବନ୍ଧୁଗଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେଉଁ ଘରେ କଇଁଛ କିମ୍ବା ତାହାର ପ୍ରତିମା ରହିଥାଏ, ସେହି ଘରେ ଶ୍ରୀ ବିଷନୁ ଙ୍କ ସହିତ ମାତା ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ । ବନ୍ଧୁଗଣ ଆସନ୍ତୁ ଜାଣିବା କଇଁଛ କିମ୍ବା କଇଁଛ ର ପ୍ରତିମା ଘରେ ରଖିବା ଦ୍ଵାରା କଣ ସବୁ ଲାଭ ମିଳିଥାଏ ।

କଇଁଛ କିମ୍ବା କଇଁଛର ପ୍ରତିମା କେବଳ ଗୁରୁବାର ଦିନ ଘରକୁ ଆଣି ସ୍ଥାପନ କରିବା ଉଚିତ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେ କଇଁଛଟିକୁ ଘରକୁ ଆଣି ତାକୁ ରଖି ତାହାର ଯତ୍ନ ନେଲେ ସେ ଯେତେ ଯେତେ ବଡ ହୋଇଥାଏ, ସେତେ ସେତେ ଦୁଖ କଷ୍ଟ ଆପଣଙ୍କ ଘରୁ ଚାଲିଯାଇଥାଏ । ଏହା ସହିତ ଆପଣଙ୍କ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ମାତ୍ର ସମସ୍ତଙ୍କ ଘରେ କଇଁଛ କୁ ରଖି ପାଳନ କରିବା ସେତେଟା ସମ୍ଭବ ହୋଇନଥାଏ ।

ଏହା ପରିବର୍ତେ କଇଁଛର ପ୍ରତିମାକୁ ଘରେ, ଅଫିସ ରେ, କିମ୍ବା ନିଜର ଦୋକାନ ଘରେ ଆପଣ ରଖି ପାରିବେ । ଏହା ଦ୍ଵାରା ସେତିକି ଫଳ ମିଳିଥାଏ ଯେତିକି ଜୀବିତ କଇଁଛ ରଖିବାରେ ମିଳିଥାଏ । ବନ୍ଧୁଗଣ ଆପଣ ପ୍ରାଏ ଦେଖିଥିବେ ଯେ ଦୋକାନ ଅଫିସ କିମ୍ବା ଘରେ କଇଁଛର ପ୍ରତିମା ରଖାଯାଇଥାଏ । ଏହା ଖୁସିରେ ରଖାଯାଇନଥାଏ । ଏହା ବାସ୍ତୁ ଅନୁସାରେ ରଖାଯାଇଥାଏ । ବାସ୍ତୁ ଶାସ୍ତ୍ର ର ନିୟମ ଅନୁଯାୟୀ ଏହାକୁ ରଖାଯାଇଥାଏ । ବନ୍ଧୁଗଣ ଏହି କଇଁଛ ର ପ୍ରତିମା ବିଭିନ୍ନ ସାଇଜ ର ବିଭିନ୍ନ ଧାତୁର ହୋଇଥାଏ । ଏହା ଠିକ ସେହି ଧାତୁ ଅନୁସାରେ ମଧ୍ୟ ଫଳ ଦେଇଥାଏ ।

ବନ୍ଧୁଗଣ କଇଁଛଟି ଯେଉଁ ଧାତୁର ହେଇଥାଉ ଏହାକୁ ରଖିବାର ନିୟମ ହେଉଛି;- ଉତ୍ତର ଦିଗ, ପୂର୍ବ ଦିଗ କିମ୍ବା ଉତ୍ତର ପୂର୍ବ କୋଣ ଏହା ଶେଷ୍ଠ ହୋଇଥାଏ । ଅଫିସ ହେଉ, ଦୋକାନ ହେଉ କିମ୍ବା ଘରେ ହେଉ କଇଁଛ ର ମୁଖକୁ ମଧ୍ୟ ଉତ୍ତର ପୂର୍ବ କିମ୍ବା ଅଇଶାନ କୋଣକୁ ରଖି ପାରିବେ । କିନ୍ତୁ ଯେଉଁ ଦିଗକୁ କବାଟ କିମ୍ବା ମୁଖ୍ୟ ଦ୍ଵାର ଥିବ ସେହି ଦିଗକୁ କଇଁଛର ମୁଖ କେବେ ମଧ୍ୟ ରଖିବେ ନାହିଁ । କଇଁଛ ର ପ୍ରତିମା ଯେଉଁ ପାତ୍ରରେ ରଖିଛନ୍ତି ସେଥିରେ ପ୍ରତିଦିନ ପାଣିକୁ ବଦଳାଇ ରଖିବେ । କଇଁଛଟି ଯେପରି ଅଧା ବୁଡିକି ରହିବ ସେଥିପ୍ରତି ଧ୍ୟାନ ରଖିବେ ।

କଇଁଛର ଆକାର ଅନୁଯାଇ ପାତରତି ନେବା ଉଚିତ । ଏହା ବ୍ଯତୀତ ଯେଉଁ ଜଳ ନେବେ ତାହା ଗଙ୍ଗା ଜଳ ଅଥବା ଗଙ୍ଗା ଜଳ ମିଶ୍ରିତ ସାଧାରଣ ଜଳ ହେବା ଉଚିତ । କିନ୍ତୁ ଯେଉଁ କଇଛଟିକୁ ବେଡରୁମ ଅଥବା ସୟନ କକ୍ଷରେ ରଖିବେ ସେଥିରେ ପାଣି ଦେବେ ନାହିଁ । ତାକୁ ଶୁଖିଲା ପାତ୍ରରେ ରଖିବେ ଏବଂ ପ୍ରତିଦିନ ପରିଷ୍କାର ଭାବରେ ରଖିବେ । ଏହା ଦ୍ଵାରା ଅନେକ ପ୍ରକାରର ଫାଇଦା ହୋଇଥାଏ ।

ଯଦି ଆପଣଙ୍କ ଘରେ ଧନର ଅଭାବ ହେଉଛି ଅଥବା ଧନ ର ସମସ୍ଯା ହେଉଛି ତେବେ ଆପଣ କ୍ରିଷ୍ଟାଲ ଧାତୁ ର କଇଁଛ ଆଣି କ୍ରିଷ୍ଟାଲ ପାତ୍ରରେ ଅଳ୍ପ ପାଣି ଦେଇ ଯେପରି କଇଁଛଟିର ପେଟ ବୁଡି ରହୁଥିବ, ଏହିଭଳି ଆପଣ ଅଫିସ କିମ୍ବା ଦୋକାନ ଘରେ ରଖନ୍ତୁ ବହୁତ ଲାଭ ମିଳିବ । ବନ୍ଧୁଗଣ ଯେ କୌଣସି କାର୍ଯ୍ୟ କଲେ ଆପଣ ତାହାକୁ ନିଷ୍ଠାର ସହିତ ନୀତିନିୟମ  ଭାବେ କରିବାକୁ ଚେଷ୍ଟା କରନ୍ତୁ, ନିଶ୍ଚିତ ସୁଫଳ ମିଳିବ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗୁଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *