ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ ।
ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଘରେ ଝାଡୁ ରଖିବା ର ଏକ ସଠିକ ନିୟମ ରହିଛି । ଜଫି ଆପଣ ଏହି ନିୟମ କୁ ପାଳନ କରନ୍ତି ତେବେ ଆପଣଙ୍କ ଘରେ ସୁଖଶାନ୍ତି ବଜାୟ ରହିଥାଏ । ତେବେ ଆସନ୍ତୁ ଏହି ବିଷୟରେ ଅଧିକ କଥା ଜାଣିବା । ବନ୍ଧୁଗଣ ଘର କୁ ସଫା ରଖିବା ପାଇଁ ଆମେ ଝାଡୁ ର ବ୍ୟବହାର କରିଥାଉ ।
ହିନ୍ଦୁ ଧର୍ମ ରେ ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ର ପ୍ରତୀକ ବୋଲି କୁହାଯାଇଥାଏ । ଝାଡୁ କୁ ସର୍ବଦା ଏପରି ଏକ ସ୍ଥାନ ରେ ରଖନ୍ତୁ ଯେଉଁ ସ୍ଥାନ ରେ କେହି ଯିବା ଆସିବା କରୁନଥିବେ । କାରଣ ଝାଡୁ ରେ ପାଦ ବାଜିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହା ଦ୍ଵାରା ଆପଣଙ୍କ ଘର ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଘର ର ନାରୀ ମାନେ କେବେ ବି ଝାଡୁ ରେ ନିଜ ଗୋଡ଼ ପୋଛିବେ ଉଚିତ ନୁହେଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ର ଅବମାନନା ହୋଇଥାଏ ଓ ଆପଣଙ୍କ ଘରେ ଅଶାନ୍ତି ଦେଖା ଦେଇଥାଏ ।
ଯଦି ଆପଣଙ୍କ ଘରେ କୌଣସି ଛୋଟ ପିଲା ଝାଡୁ କୁ ନିଜ ହାତ ରେ ଉଠାଉଛି ତେବେ ଆପଣ ବୁଝିଯାଅନ୍ତୁ ଯେ ଆପଣଙ୍କ ଘର କୁ କୌଣସି ଅତିଥି ଆସିବେ । ଏହା ଆପଣଂକୁ ଅତିଥି ଙ୍କ ର ଆଗମନ ର ସୂଚନା ଦେଇଥାଏ । ଘର ର ମହିଳା ମାନେ ସର୍ବଦା ଧ୍ୟାନ ଦିଅନ୍ତୁ ଯେ ସୂର୍ଯ୍ୟାସ୍ତ ସମୟ ରେ କେବେ ମଧ୍ୟ ଘରେ ଝାଡୁ ଦିଅନ୍ତୁ ନାହିଁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରିଥାନ୍ତି । ଯାହା ଦ୍ୱାରା ଆପଣଙ୍କ ଜୀବନ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଝାଡୁ କୁ କେବେ ମଧ୍ୟ ଘର ବାହାରେ କିମ୍ବା ଛାତ ଉପରେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ଚୋରି ହେବାର ସମ୍ଭାବନା ଥାଏ ।
ତେଣୁ ଏପରି ଆଦୌ କରନ୍ତୁ ନାହିଁ । ଘର ର କୌଣସି ବ୍ୟକ୍ତି ବାହାରକୁ ଯାଉଥିବା ସମୟ ରେ ଘରେ ଝାଡୁ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ସେହି ବ୍ୟକ୍ତି ର ଯାତ୍ରା ଅଶୁଭ ସାବ୍ୟସ୍ତ ହୋଇଥାଏ । ଭୁଲ ରେ ମଧ୍ୟ ରାତ୍ରି ସମୟ ରେ ଘରେ ଝାଡୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘର ର ସଦସ୍ୟ ମାନେ ସ୍ୱାସ୍ଥ୍ୟ ଗତ ସମସ୍ୟା ର ସମ୍ମୁଖୀନ ହୋଇପାରନ୍ତି । ଯେତେବେଳେ ଆପଣ ପୁରୁଣା ଘର ଛାଡ଼ି ନୂଆ ଘରକୁ ଯାଉଛନ୍ତି ସେତେବେଳେ ପୁରୁଣା ଘରେ ଥିବା ଝାଡୁ କୁ ନୂଆ ଘର କୁ ନିଅନ୍ତୁ ନାହିଁ ବରଂ ଏକ ନୂଆ ଝାଡୁ ନିଅନ୍ତୁ । ପୁରୁଣା ଝାଡୁ ନେବା ଦ୍ବାରା ଏହା ଆପଣଙ୍କ ଘର ଉପରେ କୁ ପ୍ରଭାବ ପକାଇଥାଏ ।
ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।