ଲିବର ଜନିତ କୌଣସି ସମସ୍ୟା ପାଇଁ ଏହି ଜୁସ ପିଅନ୍ତୁ, ତାପରେ ଦେଖନ୍ତୁ କମାଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କୁ ବର୍ତ୍ତମାନ ସମୟରେ ପେଟ ଜନିତ ବିଭିନ୍ନ ପ୍ରକାର ସମସ୍ୟା ରହିଛି । ଯାହା ଫଳରେ ଖାଦ୍ୟ ସଠିକ ଭାବରେ ହଜମ ହୋଇନଥାଏ, ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ, ଖଟା ହାକୁଠି ହୋଇଥାଏ, ପେଟ ବିନ୍ଧା ମଧ୍ୟ ହୋଇଥାଏ । ଏହିଭଳି ଅନେକ ପ୍ରକାର ସମସ୍ୟା ଦେଖା ଯାଇଥାଏ । ତେବେ ବନ୍ଧୁଗଣ ଏହି ସବୁ ସମସ୍ୟା ଲିବର କୁ ଖରାପ କରିଥାଏ ଏବଂ ଏହାଦ୍ଵାରା ଲିବର ଖରାପ ହେବା ପୂର୍ବରୁ ସଂକେତ ମିଳିଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କୁ ଏହି ସମସ୍ତ ସମସ୍ୟା ରୁ ମୁକ୍ତି ମିଳିବ ଏବଂ ଆପଣଙ୍କ ଲିବର କେବେବି ଖରାପ ହେବ ନାହିଁ । ତେବେ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଆପଣ ଗ୍ରାଇଣ୍ଡିଙ୍ଗ ପାଇଁ ପ୍ରଥମ ସାମଗ୍ରୀ ଗାଜର କୁ ଗ୍ରାଇଣ୍ଡର ରେ ପକାନ୍ତୁ । ଏହାପରେ ଦ୍ଵିତୀୟ ସାମଗ୍ରୀ ଲାଉ ପକାନ୍ତୁ । ଏହାପରେ ତୃତୀୟ ସାମଗ୍ରୀ ଅଳ୍ପ କିଛି ପାଳଙ୍ଗ ପତ୍ର ପକାନ୍ତୁ । ଏହାପରେ ଚତୁର୍ଥ ସାମଗ୍ରୀ ଟମାଟୋ କୁ ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ । ଏହାପରେ ଏଥିରେ ଅଦା ର ଏଜ ଖଣ୍ଡ ପକାନ୍ତୁ ଏବଂ ଏଥିରେ ଏକ ଲେମ୍ବୁ କୁ ଚୋପା ସହିତ ପକାଇ ଦିଅନ୍ତୁ । ଏହାପରେ ଏଥିରେ ଶେଷ ସାମଗ୍ରୀ ବିଟରୁଟ କୁ ନେଇ ପକାଇ ଦିଅନ୍ତୁ । ଆପଣ ଅନ୍ୟ ସବୁଜ ପରିବା ମଧ୍ୟ ନେଇପାରିବେ ।


୨. ତେବେ ଏହି ସବୁ ସାମଗ୍ରୀ ଗ୍ରାଇଣ୍ଡର ରେ ପକାଇବା ପରେ ସେଥିରେ ଅଳ୍ପ ପାଣି ଦେଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରନ୍ତୁ ଏବଂ ଗ୍ରୀନ ଜୁସ ପ୍ରସ୍ତୁତ କରନ୍ତୁ । କିଛି ସମୟ ପରେ ଆପଣଙ୍କ ଗ୍ରୀନ ଜୁସ ପ୍ରସ୍ତୁତ ହୋଇଯିବ ।


୩. ତେବେ ବନ୍ଧୁଗଣ ଏହି ଗ୍ରୀନ ଜୁସ କୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ୩୦୦ ମିଲି ଲିଟର ମାତ୍ରାରେ ପିଅନ୍ତୁ ଏବଂ ଏହି ଜୁସ କୁ ପିଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ବି ଖାଆନ୍ତୁ ନାହିଁ । ଏପରି ପ୍ରତିଦିନ ଏହି ଜୁସ କୁ ପିଅନ୍ତୁ । ଆପଣ ଦେଖିବେ ଯେ ଆପଣଙ୍କ ପେଟ ସଫା ରହିବ ଏବଂ ଲିବର ରେ କୌଣସି ପ୍ରକାର ରୋଗ ହେବ ନାହିଁ । ତେଣୁ ଲିବର ଜନିତ ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଏହି ଘରୋଇ ଉପଚାର ର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ ।

Leave a Reply

Your email address will not be published. Required fields are marked *