ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମେ ଆମର ମନୋରଞ୍ଜନ କରିବା ପାଇଁ କେତେକ ଫିଲ୍ମ ଓ ଟିଭି ଧାରାବାହିକ ଦେଖିଥାଉ । ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜର ଚରିତ୍ର କୁ ବହୁତ ଭଲ ଭାବରେ ପ୍ରଦର୍ଶନ କରିଥାନ୍ତି । ନିଜର ଚରିତ୍ର ରେ ସେମାନେ ଏପରି ଭାବରେ ପଶି ଯାଇଥାନ୍ତି ଯେ ଆମକୁ ଏହା ସତ୍ୟ ଲାଗିଥାଏ । ବର୍ତ୍ତମାନ ସମୟ ରେ ପ୍ରାୟତଃ ସମସ୍ତ ଲୋକ ବେଶୀ ଟିଭି ରେ ଦେଉଥିବା ଧାରାବାହିକ କୁ ଦେଖୁଛନ୍ତି । ସମସ୍ତ ଙ୍କ ଘରେ ଏହା ଏକ ସାଧାରଣ କଥା । ବର୍ତ୍ତମାନ ସମୟ ରେ ଟିଭି ରେ ଅନେକ ପ୍ରକାର ପ୍ରେମ ସମ୍ପର୍କରେ ଧାରାବାହିକ ପ୍ରସାରିତ ହେଉଛି । ଲୋକ ମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରୁଛନ୍ତି ।
କିନ୍ତୁ ଏମାନଙ୍କ ମଧ୍ୟରେ ଏପରି କିଛି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଧାରାବାହିକ ର ଅଭିନୟ କରୁ କରୁ ଅସଲ ରେ ମଧ୍ୟ ଉଭୟଙ୍କୁ ପ୍ରେମ କରି ବସିଥିଲେ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହିପରି କିଛି ଅଭିନେତା ଅଭିନେତ୍ରୀ ଙ୍କ ଵିଷୟ ରେ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଏହି ଵିଷୟ ରେ ଅଧିକ କିଛି ଜାଣିବା ।
ସୋହେବ ଇବ୍ରାହିମ ଓ ଦୀପିକା କକ୍କର-ଟିଭି ଇଣ୍ଡଷ୍ଟ୍ରୀ ର ସବୁଠାରୁ ସୁନ୍ଦର ଯୋଡି ହେଉଛି ସୋହେବ ଓ ଦୀପିକା ଙ୍କ ର ଯୋଡି । ୨୦୧୧ ମସିହା ରେ ପ୍ରସାରିତ “ସସୁରାଲ ସିବର କା” ରେ ପ୍ରେମ ଓ ସିବର ଙ୍କ ଭୂମିକା ରେ ସୋହେବ ଓ ଦୀପିକା ନଜର ଆସିଥିଲେ । ଏମାନେ ପରଦା ଉପରେ ଯେପରି ପରସ୍ପର କୁ ବହୁତ ଭଲ ପାଉଥିଲେ ଠିକ ସେହିପରି ନିଜର ଅସଲ ଜୀବନ ରେ ମଧ୍ୟ ଏମନଙ୍କ ମଧ୍ୟ ରେ ବହୁତ ପ୍ରେମ ଥିଲା । ଏହି ଧାରାବାହିକ ରେ କାମ କରିବା ସମୟ ରେ ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଦୁହେଁ ବହୁତ ଦିନ ପ୍ରେମ ସମ୍ପର୍କ ରେ ରହିବା ପରେ ୨୦୧୮ ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ନିଲ ଭଟ୍ଟ ଓ ଐଶ୍ୱର୍ଯ୍ୟା ଶର୍ମା-ବନ୍ଧୁଗଣ ଆପଣ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ । “ଗୁମ ହେ କିସୀକେ ପ୍ୟାର ମେ” ରେ ମୁଖ୍ୟ ଚରିତ୍ରରେ ନଜର ଆସୁଥିବା ଏହି ଯୋଡି ଅସଲ ଜୀବନ ରେ ମଧ୍ୟ ପରସ୍ପର କୁ ବହୁତ ଭଲ ପାଉଛନ୍ତି । ଏହି ଧାରାବାହିକ ଟି ୨୦୨୦ ମସିହା ରୁ ଟିଭି ରେ ପ୍ରସାରିତ ହୋଇ ଆସୁଛି । ଏହି ଧାରାବାହିକ ରେ ଅଭିନୟ କରୁ କରୁ ଉଭୟ ଙ୍କ ମଧ୍ୟରେ ବାସ୍ତବ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏମାନେ ଖୁବ ଶୀଘ୍ର ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ଯାଉଛନ୍ତି ।
ହେବା ନବାଵ ଓ ପୂର୍ଲଭି ପୁରୀ-ଧାରାବାହିକ “ନାଗିନ ୩” ରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ପୂର୍ଲଭି ପୁରୀ ଓ ଟିଭି ଦୁନିଆ ର ପ୍ରସିଦ୍ଧ ଅଭିନେତ୍ରୀ ହେବା ନବାଵ ମଧ୍ୟ ପରସ୍ପରକୁ ଅସଲ ଜୀବନ ରେ ବହୁତ ଭଲ ପାଉଛନ୍ତି । ୨୦୧୬ ମସିହା ରେ ପ୍ରସାରିତ ହୋଇଥିବା ଧାରାବାହିକ “ମେରେ ଶାଶୁ ମା” ରେ ଦୁହେଁ ମୁଖ୍ୟ ଚରିତ୍ର ରେ ନଜର ଆସିଥିଲେ । ଏହି ଧାରାବାହିକ ରେ କାମ କରୁ କରୁ କେତେ ବେଳେ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏହା ସେମାନେ ମଧ୍ୟ ଜାଣି ପାରି ନ ଥିଲେ । ଏମାନେ ଆଗାମୀ ସମୟ ରେ ପରସ୍ପର କୁ ବିବାହ ମଧ୍ୟ କରିବାକୁ ଯାଉଛନ୍ତି ।
ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।