ମୁଖ୍ୟମନ୍ତ୍ରୀ ହେବ ତ ଏମିତି ! ରାସ୍ତା ମଝିରେ ଗାଡି ଅଟକାଇ କଲେ କିଛି ଏମିତି କି ସମସ୍ତେ କରୁଛନ୍ତି ପ୍ରଶଂସା, ଦେଖନ୍ତୁ ଭାଇରାଲ Video

ବର୍ତ୍ତମାନ ସମୟ ହେଉଛି ରାଜନୀତି । ଚାରିଆଡେ ଆପଣଙ୍କୁ ରାଜନୀତି ହିଁ ରାଜନୀତି ନଜର ଆସିବ । କିନ୍ତୁ ଏହା ମଧ୍ୟରେ କିଛି ନେତା ଭଲ ପାଇଁ ରାଜନୀତି କରନ୍ତି ତ କିଛି ନେତାମାନେ ଖରାପ କାମ ପାଇଁ ରାଜନୀତି କରନ୍ତି । ଏହା ସହିତ କିଛି ରାଜନେତା ଏମିତି ଅଛନ୍ତି ଯେଉଁମାନେ କେବଳ ନିର୍ବାଚନ ସମୟରେ ଜନତାଙ୍କ ପାଖକୁ ଯାଆନ୍ତି ।

ସେହି ସମୟରେ ହିଁ କେବଳ ସେମାନଙ୍କର ଦୁଃଖ ଓ କଷ୍ଟକୁ ବୁଝନ୍ତି ଓ କିନ୍ତୁ ନିର୍ବାଚନ ଶେଷ ହେବା ପରେ ସବୁ କିଛି ଭୁଲି ଯାଆନ୍ତି । ଜନତାଙ୍କ କଷ୍ଟ କଣ ତାଙ୍କ ପାଖକୁ ବି ଯାଆନ୍ତି ନାହିଁ । କିନ୍ତୁ ଏହି ଦୁନିଆରେ ଏମିତି ବି କିଛି ରାଜନେତା ଅଛନ୍ତି ଯେଉଁମାନେ ସବୁବେଳେ ଜନତାଙ୍କ ଦୁଃଖ ଓ କଷ୍ଟକୁ ବୁଝୁଥାନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ଜଣେ ରାଜନେତାଙ୍କ ବିଷୟରେ କହିବୁ । ଯାହାଙ୍କର କାର୍ଯ୍ୟକୁ ଦେଖି ଆପଣ ବି ତାଙ୍କର ପ୍ରଶଂସା କରିବେ ।

ସେହି ରାଜେନତା ଆଉ କେହି ନୁହନ୍ତି ସେ ହେଉଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ । ଯାହାଙ୍କ ନାଁ ଏମ କେ ଷ୍ଟାଲିନ । ଯିଏକି ପ୍ରାୟତଃ ନିଜର ଉଦାରତା ମନଭାବ ଓ ଜନତାଙ୍କ ପ୍ରତି ନିଜର ଭାବନାକୁ ନେଇ ଚର୍ଚାରେ ଥାନ୍ତି । ବର୍ତ୍ତମାନ ଦିନରେ ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଯେଉଁଥିରେ ଦୃଶ୍ୟମାନେ ହେଉଛି ରାସ୍ତା ମଝିରେ ମୁଖ୍ୟମନ୍ତ୍ରୀ ନିଜର କାର ରଖିଲେ ଓ ରାସ୍ତାରେ ଛିଡା ହୋଇଥିବା ମହିଳାଙ୍କ ଅଭିଯୋଗ ଶୁଣିବା ପରେ କିଛି କଥା ହେଉଛନ୍ତି ଏହା ପରେ ସେ ଚାଲି ଯାଉଛନ୍ତି ।

ଏହି ଭିଡିଓକୁ ପୁରା ଦେଖିବା ପରେ ଆପଣଙ୍କ ମୁହଁରୁ ବି ଏହି ଶବ୍ଦ ଚାଲି ଆସିବ କି ନେତା ହବ ତ ଏମିତି । ଥରେ ଚିନ୍ତା କରନ୍ତୁ ଯଦି ଏହି ମୁଖ୍ୟ ମନ୍ତ୍ରୀଙ୍କ ଭଳି ଦେଶର ସବୁ ନେତା ଏହିଭଳି ହୋଇଯିବେ ଅର୍ଥାତ ଜନତାଙ୍କ କଷ୍ଟ ଓ ଦୁଃଖକୁ ବୁଝିବେ ତେବେ ସମସ୍ତଙ୍କର ସ୍ଥିତି ବଦଳି ଯାଇଥାନ୍ତା । ଆଜି ଆମ ଦେଶ ଅନ୍ୟ ଦେଶମାନଙ୍କ ତୁଳନାରେ ବହୁତ ଆଗରେ ଥାନ୍ତେ । ଏହି ଭିଡିଓରେ ନଜର ଆସୁଥିବା ନେତା ଜଣକ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଅଟନ୍ତି ।

କହିବାକୁ ଗଲେ ଭିଡିଓରେ ନଜର ଆସୁଥିବା ମହିଳା ଜାଣିବାକୁ ପାଇଲେ କି ମୁଖ୍ୟମନ୍ତ୍ରୀ ତାଙ୍କ ଘର ଦେଇ ଯିବେ । ସେ ବର୍ତ୍ତମାନ ଚଳିବା ପାଇଁ ଅସମର୍ଥ ଓ ନିଜର କଷ୍ଟ ବିଷୟରେ ସେ ଏକ କାଗଜରେ ଲେଖି ରାସ୍ତା କଢରେ ଛିଡା ହୋଇଥିଲେ । ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଗାଡି ସେହି ରାସ୍ତା ଦେଇ ଯାଉଥିଲା ତେବେ ସେହି ସମୟରେ ମହିଳା ଜଣଙ୍କୁ ଦେଖି ମୁଖ୍ୟ ମନ୍ତ୍ରୀ ନିଜ ଗାଡି ଅଟକାଇଲେ ଓ ମହିଳାଙ୍କର ଅଭିଯୋଗ ଶୁଣିଲେ ।

କାଗଜରେ ଦସ୍ତଖତ ମଧ୍ୟ କରିଲେ । ଏହା ପରେ ସେ ନିଜର ଗନ୍ତବ୍ୟ ସ୍ଥାନକୁ ଚାଲିଗଲେ । ଏହି ସମସ୍ତ ଘଟଣାକୁ ପାଖ ଛାତରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଶୁଟିଙ୍ଗ କରୁଥିଲା । ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖି ସମସ୍ତେ ଏହି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *