ଆସିଲା CBSE ଦ୍ଵାଦଶ ରେଜଲଟ ବାହାରିବାର ତାରିଖ, ଏହି ଦିନ ବାହାରିବ ଫଳାଫଳ…. କେଉଁ ପ୍ରକ୍ରିୟାରେ କରାଯିବ ମୂଲ୍ୟାୟନ ଜାଣନ୍ତୁ

CBSE ତରଫରୁ ବର୍ତ୍ତମାନ ଦ୍ଵାଦଶ ପରୀକ୍ଷାର ମୂଲ୍ୟାୟନକୁ ନେଇ ଏକ ବଡ ନିଷ୍ପତି ନିଆଯାଇଛି । ସୂଚନା ଅନୁସାରେ ଏହି ନିଷ୍ପତିରେ ୩୦ – ୩୦ – ୪୦ ଫର୍ମୁଲାରେ ମୂଲ୍ୟାୟନ କରିବା ପାଇଁ ସ୍ଥିର କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ସିବିଏସଇ ସୁପ୍ରିମ କୋର୍ଟକୁ ମଧ୍ୟ ଅବତଗ କରାଇଛି । ଯେଉଁଥିରେ କୁହାଯାଇଛି କି କେଉଁଭଳି ଭାବରେ ଛାତ୍ର ଛାତ୍ରୀମାନଙ୍କର ମୂଲ୍ୟାୟନ କରାଯିବ ।

ଦଶମରୁ ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଓ ଦ୍ଵାଦଶର ୪୦ ପ୍ରତିଶତ ହିସାବରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କର ମୂଲ୍ୟାୟନ କରାଯିବ । ଏହା ସହିତ ଜୁଲାଇ ୩୧ ମଧ୍ୟରେ ସମସ୍ତ ପରୀକ୍ଷା ଫଳାଫଳ ବାହାରିଯିବ ବୋଲି ସମୟ ନିର୍ଧାରିତ କରାଯାଇଛି । କୁହାଯାଇଛି କି ରେଜଲ୍ଟରେ ଯେଉଁମାନେ ସନ୍ତୁଷ୍ଟ ହେବେ ନାହିଁ ସେମାନେ ଆଉ ଥରେ ମଧ୍ୟ ପରୀକ୍ଷା ଦେଇ ପାରିବେ ।

ଦଶମରୁ ୩୦ ପ୍ରତିଶତ ମାର୍କ ନିଆଯିବ, କ୍ଳାସ ୧୧ ରୁ ୩୦ ପ୍ରତିଶତ ମାର୍କ ନିଆଯିବ, କ୍ଳାସ ୧୨ ରୁ ପ୍ରୀୟ ବୋର୍ଡ ପରୀକ୍ଷାରୁ ୪୦ ପ୍ରତିଶତ ମାର୍କ ଆଧାରରେ ଛାତ୍ର ଛାତ୍ରୀମାନଙ୍କର ମୂଲ୍ୟାୟନ କରାଯିବ । ଅର୍ଥାତ ଯେଉଁ ଛାତ୍ର ଛାତ୍ରୀମାନଙ୍କର ଦଶମରେ ଯାହା ମାର୍କ ରଖିଛନ୍ତି ସେଥିରୁ ୩୦ ପ୍ରତିଶତ ମାର୍କ ନିଆଯିବ, ଏକାଦଶ ଯାହା ମାର୍କ ରଖିଛନ୍ତି ସେଥିରୁ ୩୦ ପ୍ରତିଶତ ମାର୍କ ନିଆଯିବ ଓ ଆଉ ୬୦ ପ୍ରତିଶତ ମାର୍କ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରୁ ଯିବ ।

କହିବାକୁ ଗଲେ ପିଲାମାନଙ୍କ ମଧ୍ୟରେ ଯେମିତି ଗୋଟିଏ ପ୍ରକାରର ବାଲାନ୍ସ ରହିବ ଓ କାହାରି ମନରେ କୌଣସି ବି ପ୍ରକାରର କଷ୍ଟ ନ ରହିବ ଏହାକୁ ଦ୍ରୁଷ୍ଟିରେ ରଖି ଏହିଭଳି ନିଷ୍ପତି ନିଆଯାଇଛି । ଅନ୍ୟ ଏକ ବଡ ନିଷ୍ପତି ମଧ୍ୟ ନିଆଯାଇଛି ଯେଉଁଥିରେ କୁହାଯାଇଛି କି ଯଦି କୌଣସି ଛାତ୍ର କିମ୍ବା ଛାତ୍ରୀ ଏହି ମୂଲ୍ୟାୟନରେ ଖୁସି ନ ଥିବେ ତେବେ ଯେତେବେଳେ ସବୁ ପରିସ୍ଥିତି ଭଲ ହେବା ପରେ ସେହି ସମସ୍ତ ଛାତ୍ର ଛାତ୍ରୀମାନଙ୍କର ଅଫଲାଇନ ପରୀକ୍ଷା ମଧ୍ୟ କରାଯିବ ।

ଏହିଭଳି ନିଷ୍ପତି ଆସିବା ପରେ ସମସ୍ତ ଛାତ୍ର ଛାତ୍ରୀ ଓ ତାଙ୍କର ମାତା ପିତାଙ୍କୁ ଅଳ୍ପ ଆଶ୍ଵସ୍ତି ମିଳିଛି । କହିଦେଉଛୁ କି ଅନ୍ୟ ସମସ୍ତ ସିବିଏସଇ ଓ ଆଇସିଏସଇ ସ୍କୁଲ ଗୁଡିକ ନିଜର ଛାତ୍ର ଛାତ୍ରୀମାନଙ୍କର ସମସ୍ତ ପରୀକ୍ଷା କରାଇ ସାରିଛନ୍ତି । କିନ୍ତୁ ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ଥିବା କାରଣରୁ ସେହି ସମସ୍ତ ଅଞ୍ଚଳରେ ପରୀକ୍ଷା ହୋଇ ପାରି ନାହିଁ ।

କିନ୍ତୁ ଏହାକୁ ନେଇ CBSE ତରଫରୁ ସମସ୍ତ ସ୍କୁଲକୁ ନୋଟିସ କରି ଦିଆ ଯାଇଛି । ଯେଉଁଥିରେ କୁହାଯାଇଛି କି ଯେଉଁ ସବୁ ପିଲାମାନଙ୍କର ପରୀକ୍ଷା ହୋଇ ନାହିଁ ସେମାନଙ୍କର ଅନ୍ଲାଇନ ପରୀକ୍ଷା କରାଯାଉ । କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ଦ୍ରୁଷ୍ଟିରେ ଦଶମ ଓ ଦ୍ଵାଦଶ ପରୀକ୍ଷାକୁ ମଧ୍ୟ ଏହି ବର୍ଷ ମଧ୍ୟ ବନ୍ଦ କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *