ଲକଡାଉନ ଓ ସଟଦାଉନ କାରଣରୁ ପ୍ରାୟତଃ ଲୋକମାନେ ନିଜର ଜୀବିକା ହରାଇ ସାରିଛନ୍ତି । ଯଦି ଯାତ୍ରା କଳାକାରମାନଙ୍କ ବିଷୟରେ କହିବା ତେବେ ଏଠି ବି ଏହିଭଳି ପରିସ୍ଥିତି ଦେଖା ଦେଇଛି । କରୋନା ଯୋଗୁ ପାଖାପାଖି ୨ ବର୍ଷ ହେବ ଯାତ୍ରା ବନ୍ଦ ଅଛି । ଯାତ୍ରାରେ ଅଭିନୟ କରୁଥିବା କଳାକାରମାନେ ନିଜର ପେଟ ପାଇଁ ବିଭିନ୍ନ ପ୍ରକାରର ପନ୍ଥା ଆପଣାଇଛନ୍ତି ।
ପ୍ରାୟତଃ ସମସ୍ତେ ଛୋଟ ଛୋଟ ଦୋକାନ କରି ନିଜର ଭରଣ ପୋଷଣ କରୁଛନ୍ତି । ବର୍ତ୍ତମାନ ଏଥିରେ ଯାତ୍ରା ଜଗତର ଅଭିନେତା ବାପି ପଣ୍ଡା ବି ସାମିଲ ହୋଇ ଯାଇଛନ୍ତି । ବାପି ପଣ୍ଡା ପ୍ରାୟତଃ ଯାତ୍ରାରେ ମୁଖ୍ୟ ଅଭିନେତା ରୂପରେ ନଜର ଆସନ୍ତି । କିନ୍ତୁ ଯାତ୍ରା ପାଖାପାଖି ୨ ବର୍ଷ ବନ୍ଦ ହେବା କାରଣରୁ ବାପି ପଣ୍ଡା ନିଜର ରୋଜଗାରର ନୂଆ ପନ୍ଥା ଆପଣାଇଛନ୍ତି ।
ସେ ବର୍ତ୍ତମାନ ନିଜ ଘରେ ସୋରିଷ ତେଲ ପ୍ରସ୍ତୁତ କରୁଛନ୍ତି । ଏହାର ନାଁ ସେ ଦେଇଛନ୍ତି କି ଯାତ୍ରା କଳାକାର କର୍ମଚାରୀ ସଂଘ ଦ୍ଵାରା ପ୍ରସ୍ତୁତ ହେଉଥିବା ସୋରିଷ ତେଲ ପ୍ରଡକସନ ସେଣ୍ଟର । ବାପି ପଣ୍ଡା ଯିଏକି ଯାତ୍ରା ଜଗତର ଜଣେ ଜଣା ଶୁଣା କଳାକାର ଅଟନ୍ତି ସେ ବର୍ତ୍ତମାନ ନିଜର ଜୀବିକା ନିର୍ବାହ ପାଇଁ ଘରେ କଞ୍ଚା ସୋରିଷରୁ ସୋରିଷ ତେଲ ନିର୍ମାଣ କରିବାର ଏକ ମେସିନ ଆଣି ସେଥିରୁ ସୋରିଷ ତେଲ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ।
ବାପି ପଣ୍ଡାଙ୍କ ଅନୁସାରେ ସେ ସରକାରଙ୍କ ଠାରୁ ସମସ୍ତ ପ୍ରକାରର ଅନୁମତି ଆଣିବା ପରେ ସେ ଏହି କାମ ଆରମ୍ଭ କରିଛନ୍ତି । ବାପି ପଣ୍ଡା ଆଗକୁ କହିଲେ କି ପ୍ରାୟତଃ ସମସ୍ତେ ଲୋକମାନେ ଚାକିରି ପଛରେ ଦୌଡି ଥାନ୍ତି ।
କିନ୍ତୁ ଚାକିରି ପଛରେ ନ ଯାଇ ନିଜେ ଯଦି କୌଣସି ବିଜନେସ କରିବେ ତେବେ ଆମର ଉନ୍ନତି ସହ ଦେଶର ଉନ୍ନତି ମଧ୍ୟ ହେବ । କହିଦେଉଛୁ କି ବାପି ପଣ୍ଡା ନିଜର ସୋରିଷ ତେଲର ନାଁ JK 2 ଦେଇଛନ୍ତି । ଯାହାର ଅର୍ଥ ଯାତ୍ରା କଳାକାର । ଏହା ସହିତ ସେ ଅନ୍ୟ ସମସ୍ତଙ୍କୁ ମଧ୍ୟ ଏହିଭଳି ଘରେ କୌଣସି ବି ପ୍ରକାରର କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଛନ୍ତି ।
ବାପି ପଣ୍ଡା ଆଗକୁ କହିଲେ କି ସୁପ୍ରିମ କୋର୍ଟ କିଛି ଦିନ ତଳେ ମାର୍କେଟରେ ମିଶ୍ରିତ ତେଲ ବିକ୍ରି ହେବ ନାହିଁ । ଅର୍ଥାତ ମାର୍କେଟରେ ଏହିଭଳି ତେଲ ବିକ୍ରି ହେଉଥିଲା । ଏହା ପରେ ମୁଁ ଦେଖିଲି କି ଓଡିଶାରେ ବି ଏହିଭଳି ବହୁତ ସଂସ୍ଥା ଯେଉଁମାନେ ମିଶ୍ରିତ ତେଲ ବିକ୍ରି କରୁଥିଲେ ସେମାନଙ୍କୁ ପୋଲିସ ଗିରଫ କରିଛି ।
ମୁଁ ଏହିଭଳି ଏକ ବିଜନେସ ଆରମ୍ଭ କରିବା ପାଇଁ ନିଷ୍ପତି ନେଳି । ମୁଁ ସବୁବେଳେ ଗ୍ରାହାକମାନଙ୍କୁ ଭଲ ଜିନଷ ଦେବାକୁ ଦେବୁ । ଏହି ତେଲକୁ ସବୁ ବର୍ଗର ଲୋକମାନେ କିଣି ପାରିବେ । କହିଦେଉଛୁ କି ବାପି ପଣ୍ଡାଙ୍କ ଅନୁସାରେ ତାଙ୍କ ସହ ବର୍ତ୍ତମାନ ପର୍ଯ୍ୟନ୍ତ ୩୫୦୦ ଲୋକମାନେ ଯୋଡି ହୋଇ ସାରିଛନ୍ତି । ଏତିକି ନୁହେଁ ସେ ଫିନାଇଲ, ଧୂପକାଠି ଭଳି ଜିନିଷ ମଧ୍ୟ ତିଆରି କରୁଛନ୍ତି ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।