ଭାଇରାଲ Video: ଇଏ ସେହି ଝିଅ, ଯିଏ ୫ ବର୍ଷ ପୂର୍ବେ ମା’ଙ୍କ ମୃତଦେହ କାନ୍ଧରେ ଉଠାଇ ବାପା ସାଙ୍ଗରେ କାନ୍ଦି କାନ୍ଦି ଚାଲୁଥିଲେ… କିନ୍ତୁ ଆଜି ମାଟ୍ରିକ ପାସ ପରେ ଯାହା କହିଲା ଶୁଣି ଆପଣ ବି କାନ୍ଦି ପକାଇବେ

ଦାନମାଝି ଓ ଚାନ୍ଦିନୀଙ୍କ ଏହି ଫଟୋକୁ ଦେଖି ଆପଣ ତାଙ୍କ ବିଷୟରେ ସବୁ ଜାଣି ସାରିଥିବେ । ଗୋଟିଏ ଦିନ ଥିଲା ଯେତେବେଳେ ନିଜ ସ୍ତ୍ରୀର ମୃତ ଶରୀରକୁ ସ୍ଵାମୀ ଦାନମାଝି ନିଜ କାନ୍ଧରେ ବୋହି ବୋହି ରାସ୍ତାରେ ଚାଲି ଚାଲି ଘରକୁ ଫେରାଇ ଆଣୁଥିଲେ ଓ ସେହି ସମୟରେ ତାଙ୍କ ସହ ତାଙ୍କର ଝିଅ ବି ରାସ୍ତାରେ ଚାଲି ଚାଲି ଆସୁଥିଲେ ।

କାରଣ କୌଣସି ବି ଆମ୍ବୁଲାନ୍ସ ତାଙ୍କର ସାହାର୍ଯ୍ୟ ନିମନ୍ତେ ଆସି ନ ଥିଲା । ଏହା ଛଡା କୌଣସି ସରକାରୀ ସାହାର୍ଯ୍ୟ ମଧ୍ୟ ତାଙ୍କୁ ମିଳି ନ ଥିଲା ଓ କୌଣସି ଗାଡି ବି ତାଙ୍କୁ ତାଙ୍କର ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ରାଜି ହୋଇ ନ ଥିଲେ । ଶେଷରେ ଦାନମାଝୀ ନିଜର ସ୍ତ୍ରୀକୁ କପଡାରେ ବାନ୍ଧି ପାଖାପାଖି ୧୦ କିମି ଚାଲି ଚାଲି ନିଜେ ଏକୁଟିଆ ହିଁ ରାସ୍ତାରେ ଚାଲି ଚାଲି କାନ୍ଧରେ ବୋହି ଆଣି ନିଜର ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ ।

କିନ୍ତୁ ସେହି ସମୟରେ ଦାନମାଝି ଓ ତାଙ୍କ ଝିଅ ଚାନ୍ଦିନୀ କାନ୍ଦି କାନ୍ଦି ନିଜର ଦୁଃଖକୁ ନିଜ ମଧ୍ୟରେ ରଖିଥିଲେ । କିନ୍ତୁ ଆଜି ହେଉଛି ଖୁସିର ସମୟ । କାରଣ ଆଜି ଦାନମାଝିଙ୍କ ଝିଅ ମେଟ୍ରିକ ପାସ କରିଛି । ଚାନ୍ଦିନୀ ଚଳିତ ବର୍ଷ ମେଟ୍ରିକରେ ୨୮୦ ମାର୍କ ରଖି ପାସ ହୋଇଛନ୍ତି । ଏମିତିରେ ତାଙ୍କର ବାପାଙ୍କର ଖୁସିର କୌଣସି ସୀମା ନାହିଁ । ତାଙ୍କ ବାପାଙ୍କର ଇଚ୍ଛା କି ତାଙ୍କ ଝିଅ ଭଲ ପାଠ ପଢି ଭଲ ଚାକିରି କରୁ ।

କହିଦେଉଛୁ କି ୨୦୧୬ ମସିହା କଳାହାଣ୍ଡି ଜିଲ୍ଲାର ଥୁଆମୂଳା ରାମପୁର ବ୍ଲକ ନାକରୁଣ୍ଡି ମେଳଘରା ଗାଁର ଦାନମାଝି ହସ୍ପିଟାଲରେ ସ୍ତ୍ରୀଙ୍କ ମୃ-ତ୍ୟୁ ପରେ ଆମ୍ବୁଲାନ୍ସରେ ନିଜର ପତ୍ନୀଙ୍କ ଶବ ଆଣିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା ।

ଏମିତିରେ ଦାନମାଝି ନିଜ ସ୍ତ୍ରୀର ଶବକୁ କାନ୍ଧରେ କନ୍ଧେଇ ଘରକୁ ଆସିଥିଲେ । ମା କୁ ହରାଇଥିବା ଚାନ୍ଦିନୀ ବି ନିଜ ପିତାଙ୍କ ସହ ଚାଲି ଚାଲି ଆସୁଥିଲା । ପ୍ରାୟତଃ ୧୦ କିମି ଚାଲିବା ପରେ ସେ ସମସ୍ତଙ୍କ ନଜରକୁ ଆସିଥିଲେ ।

ଏହି ଖବର ପ୍ରଚାର ହେବାର ପରେ ରାଜ୍ୟ ତଥା ଦେଶର ଗରିବ କେଉଁଭଳି ସ୍ଥିତିରେ ରହୁଛନ୍ତି ଏହା ପୁରା ଦୁନିଆ ଦେଖିଥିଲା । ଏହା ପରେ ସରକାରୀ ଓ ଅନ୍ୟ କିଛି ଲୋକମାନଙ୍କ ସାହାର୍ଯ୍ୟ ପରେ ଦାନମାଝିଙ୍କ ଆର୍ଥିକ ସ୍ଥିତି ବଦଳି ଯାଇଥିଲା । ଏହି ଘଟଣା ପରେ ଦାନମାଝି ଓ ଚାନ୍ଦିନୀଙ୍କ ଭବିଷ୍ୟତ ବଦଳି ଯାଇଥିଲା ।

ଏ ଘରୋଇ ହସ୍ଟେଲରେ ରହି ଚାନ୍ଦିନୀ ପଢୁଥିଲେ ଓ ବର୍ତ୍ତମାନ ସେ ମେଟ୍ରିକ ପାସ କରିଛନ୍ତି । ପାସ ହେବା ପରେ ଦାନମାଝି ଓ ପୁରା ଗାଁ ଲୋକମାନେ ଖୁସିରେ କାନ୍ଦି ପକାଇଛନ୍ତି । କହିବାକୁ ଗଲେ ଦିନ ଥିଲା ଏହି ପରିବାରରେ ଦୁଃଖ ହିଁ ଦୁଃଖ ଥିଲା । କିନ୍ତୁ ଆଜି ଏହି ପରିବାରର ଖୁସିର କୌଣସି ଠିକଣା ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *