Suraଙ୍କ ଭୋଜିରେ ପୋଲିସ କଲେ ଚଢାଉ ତ Sura କଲେ କିଛି ଏମିତି… ଦେଖନ୍ତୁ Video

ପୁରା ଓଡିଶାରେ ବର୍ତ୍ତମାନ ୫ ଦିନିଆ ଲକଡାଉନ ଓ ୨ ଦିନିଆ ସଟଡାଉନ ଲାଗୁ ହୋଇଛି । ଏମିତିରେ ଏଥିରେ ଅଳ୍ପ କିଛି ଆବଶ୍ୟକୀୟ ଦୋକାନ ଗୁଡିକ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ତାହା ବି ପୁଣି ସକାଳ ୬ ରୁ ଦିନ ୧ ପର୍ଯ୍ୟନ୍ତ । ଏତଦ ବ୍ୟତୀତ ଅନ୍ୟ କୌଣସି ବି ଦୋକାନ, ମଳ, ରେଷ୍ଟୁରାଣ୍ଟ, ଇତ୍ୟାଦି ଖୋଲିବ ନାହିଁ ।

ଏହା ସହିତ ବାହାଘର, ବ୍ରତଘର, ସଭା ସମିତି ଇତ୍ୟାଦି ବି ଅନୁଷ୍ଠାନ ଆୟୋଜନ ଉପରେ କଟକଣା ଲାଗୁ କରାଯାଇଛି । କିନ୍ତୁ ଏହା ସତ୍ବେ ବି କିଛି ଅମାନିଆ ଲୋକ ଅଛନ୍ତି ଯେଉଁମାନ ଏହି ନିୟମକୁ ଉଲଂଘନ କରି ସଭା ସମିତି କିମ୍ବା କିଛି ଛୋଟ ବଡ ଅନୁଷ୍ଠାନର ଆୟୋଜନ କରୁଛନ୍ତି । ଏହା ମଧ୍ୟରେ କେତେକ ବାହାଘର ମଧ୍ୟ ହୋଇସାରିଛି । ଯେଉଁଠି ଲୋକମାନଙ୍କର ଭିଡ ଲାଗି ରହିଥିଲା ।

କିନ୍ତୁ ଏହି ସମସ୍ତ ସ୍ଥାନରେ ପୋଲିସ ସଠିକ ସମୟରେ ଚଢଉ କରି ସେହି ସମସ୍ତଙ୍କୁ ଉଚିତ ଶିକ୍ଷା ଦେଇଛି ଓ ଏହିଭଳି ଅନୁଷ୍ଠାନ ଉପରେ ରୋକ ମଧ୍ୟ ଲଗାଇଥିଲା ଓ ଫାଇନ ମଧ୍ୟ କାଟି ଥିଲା । କିନ୍ତୁ ଏହା ମଧ୍ୟରେ କିଛି ରାଜନେତା ବି ଅଛନ୍ତି ଯେଉଁମାନେ ନିଜ ପାୱରର ଭୁଲ ବ୍ୟବାହାର କରୁଛନ୍ତି । ଗତକାଲି ସୁର ମହାପାତ୍ର ଯିଏକି କଂଗ୍ରେସର ଜଣେ ବଡ ନେତା ଅଟନ୍ତି ସେ ଗତକାଲି ଏକ ସ୍ଥାନରେ ସଭା ସମିତି କରିଥିଲେ ।

ସେ ଏକ ଭୋଜିର ବି ଆୟଜନ କରିଥିଲେ । ଯେଉଁଠି ଶହ ଶହ ଲୋକମାନଙ୍କର ଭିଡ ମଧ୍ୟ ଲାଗିଥିଲା । କିନ୍ତୁ ସଠିକ ସମୟରେ ପୋଲିସ ଏହି ସ୍ଥାନକୁ ପହଞ୍ଚି ଯାଇଥିଲା । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ପୋଲିସ ଆସିବା ସତ୍ବେ ବି ଭୋଜି ସେହିଭଳି ପୂର୍ବ ଭଳି ଚାଲୁଥିଲା । କେହି ବି ପୋଲିସ କଥା ଶୁଣୁ ନ ଥିଲେ । ବିଶେଷ କରି ସୁର ମହାପାତ୍ର ଯିଏକି ପୋଲିସଙ୍କ ସାମ୍ନାରେ ହିଁ ନିଜର ସହଯୋଗୀମାନଙ୍କୁ ଯିବା ପାଇଁ ନ କହି ଓଲଟା ଖାଇବା ପାଇଁ କହୁଛନ୍ତି ।

ଖବର ପାଇ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସଙ୍କ ନେତୃତ୍ୱରେ କେତେ ଜଣ ପୋଲିସ କର୍ମୀ ଶହ ଏହି ଭୋଜି ଉପରେ ଚଢଉ ହୋଇଥିଲା । କିନ୍ତୁ ସବୁଠୁ ବଡ କଥା ହେଉଛି କି ପୋଲିସ ଆସିବା ସତ୍ବେ ବି ଏହି ଭୋଜି ବନ୍ଦ ହୋଇ ନ ଥିଲା । ଏହା ସହିତ କୁହାଯାଉଛି କି ପ୍ରଥମ ଥର ଯେତେବେଳେ ପୋଲିସ ଆସିଥିଲେ ସେହି ସମୟରେ ସେମାନେ ବୁଝାବୁଝି କରି ଚାଲି ଯାଇଥିଲେ ।

କିନ୍ତୁ ଏହା ସତ୍ବେ ବି କିଛି ସମୟ ପରେ ସେହି ସ୍ଥାନରେ ପୁଣି ଭିଡ ଜମା ହୋଇଥିଲା । ପୁଣି ଥରେ ପୋଲିସ ଏହି ସ୍ଥାନକୁ ଆସିଥିଲେ ତଥାପି ଲୋକମାନେ ବିନା ଡରି ଖାଇ ଚାଲିଛନ୍ତି । ଏହିଭଳି ରାଜେନତା କିଛି ଅଛନ୍ତି ଯେଉଁମାନେ ନିଜ ପାୱାରର ବ୍ୟବହାର କରୁଛନ୍ତି ଓ ପୋଲିସ ବି ତାଙ୍କର କିଛି କରି ପାରୁ ନାହିଁ ।

https://www.facebook.com/KanakNews/videos/2553029591672396/

Leave a Reply

Your email address will not be published. Required fields are marked *