ଓଲିଉଡ କୁଇନ Barsha ପୁଣି ଥରେ Anubhab ଙ୍କ ଘରକୁ ଫେରିଲେ ବୋହୁ ବେଶରେ

ଓଲିଉଡ ଜଗତର କଳାକାର ମାନେ ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହେବା ସହ ନିଜର ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଓଡିଆ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ହସ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ବିବାହ ବନ୍ଧନରୁ ସବୁ ଦିନ ପାଇଁ ଅଲଗା ହୋଇ ଯାଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅନୁଭବଙ୍କ ଘରକୁ ବର୍ଷା ପୁଣି ଥରେ ବୋହୁ ବେଶ ହୋଇ ଫେରୁଛନ୍ତି ଏହା ପଛରେ କଣ ରହିଛି ସତ୍ୟତା ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହିଙ୍କ ଯୋଡି ଓଡିଆ ଜଗତରେ ଯେତେ ଚର୍ଚ୍ଚା ରେ ରହିଛି ଠିକ ସେତିକି ରିୟଲ ଲାଇଫରେ ମଧ୍ୟ ରହିଛି । ତେବେ ଏହି ଦୁଇ ଯୋଡି ୨୦୧୪ ରେ ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

କିନ୍ତୁ ବିବାହର କିଛି ଦିନ ପରେ ପାରିବାରିକ କଳହ ଯୋଗୁ ଦୁହେଁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ସେଥିପାଇଁ ଦୁହେଁ କୋର୍ଟର ମଧ୍ୟ ଦ୍ଵାରସ୍ଥ ହୋଇଛନ୍ତି । କିନ୍ତୁ ଏ ଯାଏଁ ଦୁହିଙ୍କ କେସର କୌଣସି ସମାଧାନ ହୋଇନାହି ।

ବର୍ଷା ଅନୁଭବଙ୍କ ସହ ରହିବାକୁ ଚାହୁଁଥିବା ବେଳେ ଅନୁଭବ ବର୍ଷାଙ୍କ ସହ ରହିବାକୁ ମନା କରିଛନ୍ତି । ଏଭଳି ପରିସ୍ଥିତିରେ ବର୍ଷା କିଛି ଦିନ ହେବ ଅନୁଭବଙ୍କ ଠାରୁ ଅଲଗା ରହୁଛନ୍ତି । ଅନେକ ଦିନ ପରେ ବର୍ଷା ନୂଆ ଶାଢୀ ପିନ୍ଧି ସିନ୍ଦୁର ଲଗାଇ ବୋହୁ ଭାବେ ସଜବାଜ ହୋଇ ନିଜ ଫୋଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଯାହାକୁ ନେଇ ତାଙ୍କର ଫ୍ୟାନ୍ସ ମାନେ ଭାବିଛନ୍ତି ଯେ ବର୍ଷା ପୁଣି ଥରେ ଅନୁଭବଙ୍କ ଘକୁ ବୋହୁ ବେଶ ହୋଇ ଫେରୁଛନ୍ତି । କିନ୍ତୁ ପ୍ରକୃତ ସତ କଥା ହେଉଛି ବର୍ଷାଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ଯାହାର ନାଁ ରହିଛି “ବିଜୟନି” । ଏହି ଫିଲ୍ମରେ ବର୍ଷା ବୋହୁ ବେଶ ହୋଇ ଏକ ଚରିତ୍ରରେ ଅଭିନୟ କରିବାର ନଜର ଆସୁଛନ୍ତି । ସେଥିପାଇଁ ବର୍ଷା ବୋହୁ ବେଶରେ ଗେଟପ ନେଇଛନ୍ତି । କିଛି ଲୋକ ମାନେ ଭାବୁଛନ୍ତି ଯେ ବର୍ଷା ଓ ଅନୁଭବଙ୍କ ସମ୍ପର୍କରେ ସବୁ କିଛି ଠିକ ହୋଇଯିବ ।

କିନ୍ତୁ ଏପରି କିଛି ହେବାର ରାସ୍ତା ଦେଖାଯାଉ ନାହିଁ । ସୂଚନା ନୁସାରେ କୋର୍ଟରେ ବର୍ଷା ଓ ଅନୁଭବଙ୍କୁ ଅନେକ ବୁଝାମଣା ହୋଇଥିଲା । କିନ୍ତୁ ଅନୁଭବ ବର୍ଷା ଙ୍କ ସହ ଏକାଠି ରହିବାକୁ ରାଜି ହୋଇନଥିଲେ । ତେବେ ଆଗାମୀ ଦିନ ମାନଙ୍କରେ ଓଲିଉଡର ଏହି ଜବରଦସ୍ତ ଯୋଡି ନିଶ୍ଚିନ୍ତ ଭାବେ ଅଲଗା ହେବାକୁ ଯାଉଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *