Rainfall Alert: 7 ଜିଲ୍ଲାକୁ ଜାରି ହେଲା ରେଡ ୱାର୍ନିଙ୍ଗ

ଯେମିତି କି ଆପଣ ସମସ୍ତେ ଦେଖି ପାରୁଥିବେ କି ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । କେତେବେଳେ ବର୍ଷାର ପରିମାଣ ଅଧିକ ରହୁଛି ତ କେତେବେଳେ ବର୍ଷାର ପରିମାଣ କମି ଯାଉଛି । କେତେକ ସ୍ଥାନରେ ବର୍ଷା ହେଉଛି ତ କେତେକ ସ୍ଥାନରେ ବର୍ଷା ନାହିଁ । କହିବାକୁ ଗଲେ ଏହା ସବୁ ଲଘୁଚାପ କାରଣରୁ ହେଉଛି । ବେଳେବେଳେ ବର୍ଷା ଝିପିଝିପି ଲାଗି ରହୁଛି ।

ଯେଉଁ କାରଣରୁ କିଛି କାର୍ଯ୍ୟରେ ବାଧା ଆସୁଛି । କହିବାକୁ ଗଲେ ଭୁବନେଶ୍ଵର ପାଣି ପାଗ ବିଭାଗ ବର୍ଷାକୁ ନେଇ ପୁଣି ଥରେ ପୂର୍ବାନୁମାନ କରିଛି । ପାଣି ପାଗ ବିଭାଗ ଅନୁସାରେ ରାଜ୍ୟରେ ଲଘୁଚାପ କାରଣରୁ ବର୍ଷା ଲାଗି ରହିବ ।

କେତେକ ସ୍ଥାନରେ ଅଧିକ ମାତ୍ରାରେ ବର୍ଷା ହେବ ତ ଅନ୍ୟ କେତେକ ସ୍ଥାନରେ ବର୍ଷାର ମାତ୍ରା କମ ଦେଖାଯିବ । କେତେକ ସ୍ଥାନରେ ବିଜୁଳି ଓ ଘଡଘଡି ମାରିବାର ବି ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଭୁବନେଶ୍ଵର ପାଣି ପାଗ ବିଭାଗ ଜାରି କରିଥିବା ନିର୍ଦେଶ ଅନୁସାରେ ରାଜ୍ୟର ୭ ଟି ଜିଲ୍ଲାକୁ ରେଡ ୱାରିଙ୍ଗ ଜାରି କରାଯାଇଛି ।

ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ପୁରୀ, ଖୋର୍ଦ୍ଦା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ନୟାଗଡ । ପାଣି ପାଗ ବିଭାଗ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି । ରାଜ୍ୟର ଅନ୍ୟ ୮ ଟି ଜିଲ୍ଲାକୁ ୟେଲୋ ୱାରିଙ୍ଗ ଜାରି କରାଯାଇଛି । ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵର । ସେହିଭଳି ୬ ଟି ଜିଲ୍ଲାକୁ ଅରେଞ୍ଜ ବାରିଙ୍ଗ ଜାରି କରାଯାଇଛି ।

ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର, ଭଦ୍ରକକୁ ଅରେଞ୍ଜ ୱାରିଙ୍ଗ ଜାରି କରାଯାଇଛି । କେତେକ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ପାଣି ମଧ୍ୟ ଜମିପାରେ । ଏମିତିରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ଦେଖାଯିବ ।

Leave a Reply

Your email address will not be published. Required fields are marked *