Mahatma Gandhi ଙ୍କର ସତ୍ୟାଗ୍ରହ ଆନ୍ଦୋଳନ ସଫଳତା ପଛରେ କଣ ରହିଛି କାହାଣୀ ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଜାତିର ପିତା ହେଉଛନ୍ତି ମହାତ୍ମାଗାନ୍ଧୀ । ସେ ଥିଲେ ଭାରତୀୟ ସ୍ଵାଧୀନତା ଆଂଦୋଳନର ପ୍ରମୁଖ ରାଜନୈତିକ ଓ ଆଧାତ୍ମିକ ନେତା । ସେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢେଇ କରି ଭାରତୀୟ କୋଚ ଖାଇଥିଲେ ସ୍ଵାଧୀନତାର ସ୍ଵାଦ । ସାରା ବିଶ୍ବରେ ଜାତିର ପିତା ମହାତ୍ମାଗାନ୍ଧୀ କରିଥିବା ସତ୍ୟାଗ୍ରହ ବେଶ ପ୍ରଭାବ ପକାଇଛି । ସତ୍ୟାଗ୍ରହ ମାର୍ଗ ଆପଣେଇ ଆମ ଦେଶର ଜଣକ ମହାତ୍ମାଗାନ୍ଧୀ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଥିଲେ । ସେ ଏହାର ପ୍ରୟାସ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଆରମ୍ଭ କରିଥିଲେ ।

ଦକ୍ଷିଣ ଆଫ୍ରିକାର ଉପନିବେଶିକ ବ୍ରିଟିଶ ଶାସକଙ୍କୁ ଅହିଂସା ଉପାୟରେ ବିରୋଧ କରିବା ଦ୍ଵାରା ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସତ୍ୟ ଓ ଅହିଂସା ଦ୍ଵାରା ପରିଚାଳିତ କରିବା ହେଉଛି ସତ୍ୟାଗ୍ରହ ଆଂଦୋଳନର ମୂଳମନ୍ତ୍ର ବୋଲି ଗାଣ୍ଡିଜିଙ୍କ ମତ ଥିଲା । ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହର ସଫଳତା ପରେ ଏହାକୁ ଭାରତରେ ପ୍ରୟୋଗ କରିବା ପାଇଁ ଗାନ୍ଧୀଜୀ ଚେଷ୍ଟା କରିଥିଲେ । ପ୍ରଥମେ ଜାତୀୟ କଂଗ୍ରେସ ଗାନ୍ଧୀଜୀଙ୍କର ଏହି ସତ୍ୟାଗ୍ରହ ପନ୍ଥାକୁ ଆପଣେଇବା ପାଇଁ ଇଚ୍ଛୁକ ନ ଥିଲା । କିନ୍ତୁ ଗୋପାଳ କୃଷ୍ଣଙ୍କ ପ୍ରେଚେଷ୍ଟା ଫଳରେ ସମୟ ଅନୁସାରେ ଜାତୀୟ କଂଗ୍ରେସ ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ପନ୍ଥାକୁ ଆପଣେଇ ଥିଲା ।

ବିହାରର ଜଙ୍ଗରାଜ ଜିଲ୍ଲାରେ ସତ୍ୟାଗ୍ରହ ସଫଳତା ପରେ ଉଭୟ ଗାନ୍ଧୀଜୀ ଓ ସତ୍ୟାଗ୍ରହ ପ୍ରତି ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଲା । ଏହା ପରେ ଗୁଜୁରାଟରେ ଏହି ସତ୍ୟାଗରହକୁ ଆଧାର କରି ବ୍ରିଟିଶ ଶାସକଙ୍କୁ କର ବୃଦ୍ଧିକୁ ବିରୋଧ କରାଗଲା । ସମୟ କ୍ରମେ ଅସହଯୋଗ ଆଂଦୋଳନର ମୂଳମନ୍ତ୍ର ସାଜିଥିଲା ଗାନ୍ଧୀଜୀଙ୍କ ଏହି ମୂଳ ଅସ୍ତ୍ର ସତ୍ୟାଗ୍ରହ । ମାର୍ଚ୍ଚ ୧୨ ୧୯୩୦ରେ ଲବଣ ସତ୍ୟାଗ୍ରହ ବ୍ରିଟିଶ ଶାସକଙ୍କୁ ଦୋହଲାଇ ରଖିଦେଲା । ସରକାରୀ ଅନୁମତି ବିନା ମୂଳ ମରାଯାଇ ପାରିବ ନାହି ଏହିଭଳି ଆଇନର ବିରୋଧ କରିଲା ସାରା ଦେଶର ଜନତା ମାନେ । ଏହି ବିରୋଧର ଏକମାତ୍ର ମାଧ୍ୟମ ଥିଲା ସତ୍ୟାଗ୍ରହ ଆନ୍ଦୋଳନ ।

ପ୍ରଥମେ ବିଦେଶୀ ଗଣ ମାଧ୍ୟମ ଏହି ସତ୍ୟାଗ୍ରହ ପନ୍ଥାକୁ ସମାଲୋଚନା କରୁଥିଲେ । କିନ୍ତୁ ସମୟ କ୍ରମେ ବିଦେଶ ସରକାରଙ୍କ ପାଇଁ ଏହି ପନ୍ଥା ସଙ୍କଟ ସୃଷ୍ଟି କରିଥିଲା । ଭାରତ ଛାଡ ଆନ୍ଦୋଳନ ହେଉ ବା ଲବଣ ସତ୍ୟାଗ୍ରହ ଗାନ୍ଧୀଜୀଙ୍କ ମୂଳମନ୍ତ୍ର ଥିଲା ଅହିଂସା ଦ୍ଵାରା ସତ୍ୟାଗ୍ରହ କରିବା । ସ୍ଵାଧୀନତା ଆନ୍ଦୋଳା ସହ ଗାନ୍ଧୀଜୀ ସମଜାରେ ନିଶା ନିବରାନ, ଛୁଆଁ ଅଛୁଆଁ ଭେଦଭାବ ଆଦି କୁସଂସ୍କାର ଦୂର କରିବା ପାଇଁ ନିଜର ସଂଗ୍ରାମ ଜାରି ରଖିଥିଲେ । ଏହାର ପ୍ରଭାବ ସିଧା ସଳଖ ସମାଜ ଉପରେ ପଡୁଥିଲା । ସାଧାରଣ ଜନତା ମାନେ ଗାନ୍ଧୀଜୀଙ୍କର ସତ୍ୟାଗରହ ରେ ଅନୁପ୍ରାଣିତ ହେଉଥିଲେ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତି ଆଜି ବି ଦେଶବାସୀ ଙ୍କର ଶ୍ରଦ୍ଧା ଓ ସମ୍ମାନ ବଳବତ୍ତର ରହିଛି ।

ବନ୍ଧୁଗଣ ଆପଣ ମାନଙ୍କର ମହାତ୍ମାଗାନ୍ଧୀଙ୍କର ସତ୍ୟାଗ୍ରହ ଆନ୍ଦୋଳନ ବିଷୟରେ ମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *