Success Story: IPS ଅଫିସର Puja Jadavଙ୍କ ସଂଘର୍ଷର କାହାଣୀ, ଯିଏ ଦିନେ ଥିଲେ ରିସେପସନିଷ୍ଟ କିନ୍ତୁ ଆଜି IPS

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କୁ ଆପିଏସ ପୂଜା ଯାଦବ କିପରି ଭାବେ ଜୀବନରେ ସଂଘର୍ଷ କରି ଆପିଏସ ପଦ ହାସଲ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ୧୯୮୮ ସେପ୍ଟେମ୍ବର ୨୦ରେ ହରିୟାନାରେ ପୂଜା ଯାଦବ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପାଠ ପଢା ସ୍ଥାନୀୟ ସ୍କୁଲରେ ଶେଷ କରିବା ପରେ ବାୟୋ ଟେକ୍ନୋଲୋଜି ଓ ଫୃଟ ଟେକ୍ନୋଲୋଜିରେ MTECH କରିଥିଲେ । ଏହା ପରେ ତାଙ୍କୁ ଜର୍ମାନୀ ଓ କାନାଡାରେ ଚାକିରି ମିଳିଥିଲା । ପୂଜା ସେଠାରେ କିଛି ଦିନ ଚାକିରି କରି ବେଶ ଖୁସିରେ ରହିଥିଲେ । କିନ୍ତୁ ଚାକିରିରେ ଅଧିକ ଦିନ ଯାଏଁ ତାଙ୍କର ମନ ଲାଗି ନ ଥିଲା ।

ଦେଶ ପାଇଁ କିଛି କରିବାର ଯୁନୁନ ତାଙ୍କ ମନରେ ରହିଥିଲା । ଏହା ପରେ ସେ ଚାକିରି ଛାଡି ଭାରତ ଫେରି ଆସିଥିଲେ । ଘରକୁ ଆସିବା ପରେ ସେ ୟୁପିଏସୀ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ । କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ସମର୍ଥନ କରିଥିଲେ ମଧ୍ୟ ଟଣକ ପିତାଙ୍କର ଆର୍ଥିକ ସମ୍ବଳ ଏତେ ଠିକ ନ ଥିଲା । ଏଥିପାଇଁ ପୂଜା ପିଲାଙ୍କୁ ଟିଉସନ କରିବା ସହ ଏକ କମ୍ପାନୀରେ ରିପଶେସନରେ କାମ କରିବାକୁ ଲାଗିଲେ । ଏହି ସଂଘର୍ଷ ମୟ ଜୀବନରେ ୟୁପିଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଏକ ବଡ ଚ୍ୟାଲେଞ୍ଜ ଥିଲା ପୂଜାଙ୍କ ପାଇଁ । ଏତେ ସଂର୍ଷ କରିବା ପରେ ମଧ୍ୟ ପୂଜା ସଫଳତା ହାସଲ କରିଥିଲେ । ୨୦୧୭ରେ ପୂଜା ୟୁପିଏସ ପରୀକ୍ଷା ଦେଇଥିଲେ ।

ପ୍ରଥମ ଚେଷ୍ଟାରେ ସେ ବିଫଳ ହୋଇଥିଲେ ସତ କିନ୍ତୁ ପରେ ଦିତୀୟ ଚେଷ୍ଟାରେ ସଫଳ ହୋଇଥିଲେ । ଟ୍ରେନିଂ ପରେ ତାଙ୍କର ପୋଷ୍ଟିଂ ହୋଇଥିଲା ରାଜସ୍ଥାନର ଥରାଚ ସୀମାରେ । ଏହି ଜାଗାରେ ନିଜର ଡିୟୁଟି ଭଲ ଭାବେ ନିଭାଇଛନ୍ତି ଲେଡି ପୂଜା ଯାଦବ । ଗୁଜୁରାଟର ବନାଶ ଗାଠା ଜିଲ୍ଲାର ଥରାଚ ଏକ ଏପରି ଇଲାକା ଯେଉଁଠାରେ ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ଏକ ବଡ ଚ୍ୟାଲେଜ । କାରଣ ଏହାର ସୀମା ପାକିସ୍ତାନ ଓ ରାଜସ୍ଥାନକୁ ଲାଗି ରହିଛି । ଏଠାରେ ଅ-ପ-ରା-ଧୀଙ୍କ ମାମଲା ଅଧିକ ରହିଛି । କିନ୍ତୁ ଏଠିକାର ଅ-ପ-ରା-ଧୀଙ୍କୁ ମାତ ଦେବା କାମ ହେଉଛି ପୂଜା ଯାଦବଙ୍କର ।

୨୦୧୮ ବ୍ୟାଚର ଆପିଏସ ଅଫିସର ପୂଜା ଯାଦବ ଇଣ୍ଟରନ୍ୟାସନାଲ ଟେରଜିମର ଏହି କ୍ଷେତ୍ରରେ କାମ କରି ଅନେକ ଅଭିଜ୍ଞତା ହାସଲ କରିବାକୁ ଥରାଚରେ ନିଜର ପ୍ରଥମ ପୋଷ୍ଟିଂକୁ ନିଜର ଭାଗ୍ୟ ବୋଲି ମାନେ କରନ୍ତି । ପୂଜାଙ୍କ ଜନ୍ମସ୍ଥାନ ଏମିତି ଏକ ଜାଗା ଯେଉଁଠାରେ ପୁଅ ଓ ଝିଅ ମଧ୍ୟରେ ମତଭେଦ କରାଯାଏ । କିନ୍ତୁ ପୂଜାଙ୍କର ଏହି ସଫଳତାକୁ ନେଇ ହରିୟାନା ରାଜ୍ୟ ତାଙ୍କ ଉପରେ ଗର୍ବ ଅନୁଭବ କରୁଛି । ସାଧାରଣ ଜନତା ଓ ପୋଲିସ ମଧ୍ୟରେ ଥିବା ଦୂରତାକୁ ଦୂର କରିବା ପାଇଁ ପୂଜା ସର୍ବଦା ଲାଗି ରହିଥାନ୍ତି । ଚଳିତ ବର୍ଷ ୨୦୧୬ ବ୍ୟାଚର ଆଇଏସ ବିକଳ୍ପ ଭାରଦ୍ଵାଜଙ୍କ ସହ ପୂଜା ବିବାହ କରିଛନ୍ତି ।

ବନ୍ଧୁଗଣ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *