ଏସବିଆଇ ର ଏହିସବୁ ନିୟମ ବଦଳିଲା, ଏବେ ଏଟିଏମରୁ ଟଙ୍କା ଉଠେଇବା ପାଇଁ ହୋଇଛି ଏହି ନୂଆ ନିୟମ

ଆମ ଭାରତର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫ ରୁ ଆସିଛି ନୂଆ ନିୟମ । ଏହି ନିୟମ ଗୁଡିକ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି । ଏହି ନିୟମ ପାଇଁ ଗ୍ରାହକମାନଙ୍କୁ କିଛି ସର୍ଭିସ ଚାର୍ଜ ଦେବାକୁ ପଡିବ । ଏସବିଆଇ ତରଫରୁ ଆସିଥିବା ନୂଆ ନିୟମ ଅନୁସାରେ ମିନିମମ ବାଲାନ୍ସ ନ ରଖିଲେ କେତେ ଫାଇନ ଦବାକୁ ପଡିବ ସେଥେରେ ମଧ୍ୟ ନିୟମ ପରିବର୍ତ୍ତନ ହୋଇଛି ।

ଏଟିଏମରୁ ଟଙ୍କା ଉଠେଇବା ପାଇଁ ଅକ୍ଟୋବର ୧ରୁ ନୂଆ ନିୟମ ଗୁଡିକୁ ଲାଗୁ କରାଯାଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ।

ଯେଉଁ ଲୋକମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ହାରାହାରି ୨୫ ହଜାର ଟଙ୍କା ମାସିକ ବାଲାନ୍ସ ରହୁଥିବ ସେ ଲୋକମାନେ ୮ ରୁ ୧୦ ଥର ଫ୍ରୀ ଟ୍ରାଞ୍ଜାକ୍ସନ ପାଇଁ ଏସବିଆଇ ତରଫରୁ ନୂଆ ନିୟମ ଦ୍ଵାରା ଘୋଷଣା କରାଯାଇଛି । ଏହାପରେ ଯଦି କୌଣସି ବ୍ୟକ୍ତି ୨୫ହଜାର ରୁ ଅଧିକ ବାଲାନ୍ସ ରଖେ ତେବେ ସେହି ଆକାଉଣ୍ଟ ରେ ଅନଲିମିଟେଡ ଟ୍ରାଞ୍ଜାକ୍ସନ ସୁବିଧା ଦେବ ।

ଏସବିଆଇ କୁ ଛାଡି ଆପଣ ଅନ୍ୟ ଯେ କୌଣସି ବ୍ୟାଙ୍କ ଏଟିଏମ ରୁ ଉଠେଇବା ପାଇଁ ମେଟ୍ରୋ ସିଟିରେ ୩ ଟି  ଏବଂ ଅନ୍ୟ ସହରରେ ୫ ଟି ଟ୍ରାଞ୍ଜାକ୍ସନ ପାଇଁ ଅନୁମିତ ମିଳିବ । ଆପଣ ମାନେ ଯେବେ ଏଟିଏମରୁ ଫ୍ରୀ ଟ୍ରାଞ୍ଜାକ୍ସନ ଠାରୁ ବେସି ଥର ଟଙ୍କା ଉଠେଇବେ ସେମାନଙ୍କୁ ଉଠେଇବା ପିଛା ୫ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତ ଫି ଦେବାକୁ ପଡିବ ।

ତାହା ଉପରେ ମଧ୍ୟ ଜିଏସଟି ଲାଗୁ ହେବ ।  ଯଦି ଆପଣ ବିନା କାର୍ଡରେ ଏଟିଏମରୁ  ଟଙ୍କା ଉଠେଇଲେ ୨୨ଟଙ୍କା  ଚାର୍ଜ ସହିତ ଜିଏସଟି ମଧ୍ୟ ଦେବାକୁ ପଡିବ । ଯେଉଁ ମାନଙ୍କର ଷ୍ଟେଟ ବ୍ୟାଙ୍କରେ ଦରମା ଆକାଉଣ୍ଟ ଅଛି  ସେମାନେ ଅନଲିମିଟେଡ ଫ୍ରୀ ଟ୍ରାଞ୍ଜାକ୍ସନ ପାଇବେ ।


ଏସବିଆଇ ତରଫରୁ ମଧ୍ୟ ବ୍ୟାଙ୍କ ବ୍ରାଞ୍ଚରୁ ଟଙ୍କା ଉଠେଇବା ନିୟମରେ ପରିବର୍ତ୍ତନ ହୋଇଛି । ଯଦି ଆପଣଙ୍କର ମିନିମମ ବାଲାନ୍ସ  ୨୫ ହଜାର ଟଙ୍କା ରହୁଥିବ ତେବେ ଆପଣମାନେ ବିନା ଚାର୍ଜରେ ବ୍ରାଞ୍ଚରୁ ଟଙ୍କା ଉଠେଇପାରିବେ । ଯେଉଁ ମାନଙ୍କର ମିନିମମ ବାଲାନ୍ସ ୨୫ ହଜାର ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଥିବ ସେମାନେ ୧୦ ଥର ବିନା ଚାର୍ଜରେ ଟଙ୍କା ଉଠେଇବାକୁ ମିଳିବ ।

ଯେଉଁ ଲୋକମାନେ ଆକାଉଣ୍ଟ ରେ ୫୦ ହଜାର ରୁ ୧ ଲକ୍ଷ୍ୟ ପର୍ଯ୍ୟନ୍ତ ବାଲାନ୍ସ ଥିବ ସେହି ଲୋକମାନେ ୧୫ ଥର ବିନା ଚାର୍ଜ ରେ ଟଙ୍କା ଉଠେଇ ପାରିବେ । ଯେଉଁ ଲୋକମାନେ ୧ ଲକ୍ଷ୍ୟ ଟଙ୍କାରୁ ଅଧିକ ବାଲାନ୍ସ ରଖୁଥିବେ ସେମାନଙ୍କ ପକ୍ଷରେ କୌଣସି ଚାର୍ଜ ଲାଗିବା ନାହିଁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *