ଆପଣ ଜାଣିନଥିବେ ବାମ୍ଫ ନେଲେ ଏହି ୫ଟି ଫାଇଦା ହୋଇଥାଏ- ଜାଣିଲେ ଆଜିଠୁ ନେବା ଆରମ୍ଭ କରିବେ

ଯଦି ଆପଣ କିମ୍ବା ଆପଙ୍କର ଘରେ କାହାକୁ ଥଣ୍ଡା ହୋଇଥିବା ତାହେଲେ ଆପଣ ବାମ୍ଫ ନିହାତି ନେଇଥିବେ । ଥଣ୍ଡା ହେଉ ବା ଚେହେରାର ଦେଖାଶୁଣା କରିବା ପାଇଁ ବାମ୍ଫ ନେବା ଏକ ବହୁତ ଭଲ ପ୍ରକ୍ରିୟା ହୋଇଥାଏ । କୌଣସି ସାଇଡ ଇଫେକ୍ଟ ନଥାଏ । ବହୁତ ଶରୀରର ଫାଇଦା ପାଇବା ପାଇଁ ଆପଣଙ୍କୁ ନିହାତି ଜଣାଥିବା ଦରକାର ବାମ୍ଫ ନେବାର ଏହି ୫ଟି ଫାଇଦା । ତେବେ ଆସନ୍ତୁ ଜଣାଇବା ସେହି ଫାଇଦା ବିଷୟରେ ।

ଚେହେରାରେ ବାମ୍ଫ ନେଲେ କଣ ହୋଇଥାଏ

ଆପଣଙ୍କ ଚେହେରାକୁ ଆକର୍ଷିତ ଏବଂ ସୁସ୍ତ କରିବା ପାଇଁ ଏକ ଘରୋଇ ବିଧି ଯାହାକୁ ଆମେ ଚେହେରାରେ ବାମ୍ଫ ନେବା କହିଥାଉ । ଗୋଟେ ପାତ୍ରରେ ଗରମ ପାଣି ଆଣି କିଛି ସମୟ ପର୍ଯ୍ୟନ୍ତ ସେଥିରୁ ବାହାରୁ ଥିବା ବାମ୍ଫକୁ ନିଜର ଚେହେରାର ସମ୍ପର୍କରେ ରଖିବାକୁ ହେବ । ଏମିତି କରିବା ଦ୍ଵାରା ଗରମ ବାମ୍ଫକୁ ଆପଣଙ୍କ ତ୍ଵଚା ଅବଶୋଷିତ କରିନେଇଥାଏ । ନିଜ ଚେହେରାରେ ଅଧିକ ବାମ୍ଫ ନେବା ପାଇଁ କିଛି ଲୋକ ନିଜ ମୁଣ୍ଡକୁ ତଉଲିଆରେ ଘୋଡାଇ ରଖିଥାନ୍ତି ।

ବାମ୍ଫ ନେବାର ୫ଟି ଉପକାରିତା

-ଚେହେରାରେ ବାମ୍ଫ ନେବାଦ୍ବାରା ଚେହେରା ବହୁତ ତାଜା ଦେଖାଯାଇଥାଏ ,ଯାହାଦ୍ୱାରା ଆପଣ ତାଜା ଦେଖିବାକୁ ଲାଗିଥାନ୍ତି । ତ୍ଵଚାର ଆନ୍ଦ୍ରତା ବି ସ୍ତିର ରହିଥାଏ ।

-ଯଦି ଚେହେରାରେ ଦାଗ ହୋଇଥାଏ ତାହେଲେ ଡେରି ନକରି ଚେହେରାକୁ ବାମ୍ଫ ଦିଅନ୍ତୁ । ଏହାଦ୍ବାରା ରୁମ ଛିଦ୍ରରେ ଜମିଥିବା ମଇଳା ସହଜରେ ବାହାରି ଯାଇଥାଏ ଏବଂ ଆପଣଙ୍କ ଚେହେରା ସଫା ହୋଇଯିବ ।

-ଥଣ୍ଡା ଏବଂ କଫ ହେଲେ ବାମ୍ଫ ନେବା ବହୁତ ଭଲ ହୋଇଥାଏ । ବାମ୍ଫ ନେଲେ ନା ହିଁ କେବଳ ଆପଣଙ୍କର ଥଣ୍ଡା ଭଲ ହୋଇଯିବ ବରଂ ତଣ୍ଟି ରେ ଜମା ହୋଇଥିବା କଫ ବି ସହଜରେ ବାହାରି ପାରିଥାଏ ଏବଂ ଆପଣଙ୍କୁ କୌଣସି ପ୍ରକାର ଚିନ୍ତା ହେବ ନାହିଁ ।

-ଚେହେରାର ମଇଳାକୁ ହଟାଇ ଭିତର ପର୍ଯ୍ୟନ୍ତ ଚେହେରାର ସଫା କରିବା ପାଇଁ ଏବଂ ଚେହେରାକୁ ପ୍ରାକୃତିକ ଚମକ ପ୍ରଦାନ କରିବା ପାଇଁ ବାମ୍ଫ ନେବା ଏକ ଭଲ ଉପାୟ ହୋଇଥାଏ ।

-ଅସ୍ତମା ପରି ଶରୀର ସମସ୍ୟାରେ ବି ବାମ୍ଫ ନେବା ବହୁତ ଉପକାରୀ ବୋଲି ପ୍ରମାଣିତ ହୋଇଥାଏ । ଡାକ୍ତର ଏମିତି ପରିସ୍ତିତିରେ ବାମ୍ଫ ନେବା ପାଇ କହିଥାନ୍ତି ,ଯାହା ଫଳରେ କି ରୋଗୀକୁ ଜୀବନ ଶକ୍ତି ମିଳି ପାରିବ ।

Leave a Reply

Your email address will not be published. Required fields are marked *