କଣ ଆପଣ ଜାଣିଛନ୍ତି କାହିଁକି ବଧୁକୁ ପିନ୍ଧାଯାଏ ମଙ୍ଗଳସୂତ୍ର ? ଜାଣନ୍ତୁ ଏହାର କାରଣ

ବିବାହ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵ ପୂର୍ଣ୍ଣ ହୋଇଥାଏ । ଯେମିତି ବିବାହ ମହତ୍ଵ ହୋଇଥାଏ ସେହି ପରି ବିବାହ ପରେ ମଧ୍ୟ କିଛି ବିଧି ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ, ଯାହା ଏହାକୁ ସଂକେତ ଦେଇଥା କି ଆପଣ ବିବାହିତ ବୋଲି, ଏହା ଛଡା ଆହୁରି ବି କିଛି କଥା ଅଛି ଯାହା ଆମ ହିନ୍ଦୁ ମହିଳା ମାନଙ୍କ ପାଇଁ ବହୁତ ମହତ୍ବପୂର୍ଣ୍ଣ । ସେହି କଥାରେ ଗୋଟେ କଥା ଯୋଡି ହୋଇଛି ମଙ୍ଗଳ ସୂତ୍ରରେ ।

ବିବାହ ପରେ ମଙ୍ଗଳସୂତ୍ର ପିନ୍ଧିଲେ ମହିଳା ମାନେ ଯେତେ ସୁନ୍ଦର ଦେଖାଯାଆନ୍ତି ବିବାହ ପୂର୍ବରୁ ସେମାନେ ସେତିକି ସୁନ୍ଦର ଦେଖା ଯାଉ ନଥିବେ ।

ମଙ୍ଗଳସୂତ୍ର ପିନ୍ଧିବା ପଛରେ ବି କିଛି କାରଣ ରହିଥାଏ, ଆଜି ଆମେ ଆପଣଙ୍କୁ ସେହି କାରଣ ବିଷୟରେ କହିବୁ । ମଙ୍ଗଳସୂତ୍ର ସବୁ ବିବାହିତା ମହିଳା ମାନଙ୍କ ପାଇଁ ତାଙ୍କ ସୁହାଗର ପ୍ରତୀକ ହୋଇଥାଏ । ହିନ୍ଦୁ ଧର୍ମରେ କେତେକ ନିୟମ ଆନୁସାରେ ବିବାହ ପରେ ମହିଳାମାନଙ୍କୁ ବହୁତ ସଜବାଜ ହେବାକୁ ପଡିଥାଏ ଏବଂ ସେମାନେ ହେଉଛନ୍ତି ମଧ୍ୟ, କିଛିଟା ନିଜ ଇଚ୍ଛାରେ ଓ ଆଉ କିଛିଟା ପରମ୍ପରା ଆନୁସାରେ । ବିବାହ ପରେ କିଛି ଏମିତି ଗହଣା ଅଛି ଯାହା ପିନ୍ଧିବା ଅନିର୍ବାଜ୍ୟ ହୋଇଥାଏ ଏବଂ ସେଥି ମଧ୍ୟରୁ ଏକ ଗହଣା ହେଉଛି ମଙ୍ଗଳସୂତ୍ର ।

କିନ୍ତୁ ଆପଣ କେବେ ଭବିଛନ୍ତି କି ବିବାହ ପରେ ମଙ୍ଗଳସୂତ୍ର କଣ ପାଇଁ ପିନ୍ଧା ଯାଇଥାଏ, କଣ ପାଇଁ ମଙ୍ଗଳସୂତ୍ର ଏତେ ମହତ୍ବପୂର୍ଣ୍ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କଣ ପାଇ ମଙ୍ଗଳସୂତ୍ରକୁ ଏତେ ଖାସ ବୋଲି କୁହାଯାଇଥାଏ ।କୁହାଯାଏକି ବିବାହିତ ମହିଳା ମାନଙ୍କ ପାଇ ମଙ୍ଗଳସୂତ୍ର ପିନ୍ଧିବା ବହୁତ ଜରୂରୀ ହୋଇଥାଏ, ଏହାର ତୁଳନା ଅନ୍ୟ କୌଣସି ଗହଣା ସହିତ ତୁଳନା କରାଯାଇ ପାରିବ ନାହିଁ । ଆମ ହିନ୍ଦୁ ଧର୍ମରେ ବହୁ ପୂର୍ବରୁ ହିଁ ମଙ୍ଗଳସୂତ୍ରକୁ ବିବାହ ସମୟରେ ସ୍ଵାମୀ ତାର ହେବାକୁ ଥିବା ସ୍ତ୍ରୀ କୁ ପିନ୍ଧାଇ ଥାଏ ଏବଂ କୁହାଯାଏକି ଏହି ମଙ୍ଗଳସୂତ୍ର ସେତବେଳେ ବିବାହିତ ମହିଳା ମାନଙ୍କ ବେକରୁ କଢାଯାଏ ଯେତବେଳେ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇଥାଏ ।

ଏହାଛଡା ଯଦି କେବେ ମଙ୍ଗଳସୂତ୍ର ଛିଣ୍ଡିଯାଏ ତେବେ ଜ୍ୟୋତିଷ ଙ୍କ ଅନୁସାରେ ଏହାକୁ ଅଶୁଭ ବୋଲି କୁହାଯାଇଥାଏ । କୁହାଯାଏକି ସ୍ତ୍ରୀ ର ବେକରେ ରହିଥିବା ଏହି ମଙ୍ଗଳସୂତ୍ର ତାଙ୍କ ସ୍ଵାମୀ ସହିତ ବହୁତ ଗମ୍ଭୀର ସମ୍ପର୍କ ରହିଥାଏ, ଏହା ସ୍ଵାମୀ ମାନଙ୍କୁ ଭଲରେ ଥିବା ସହିତ ଯୋଡି କରି ଦେଖାଯାଇଥାଏ । ଏହି କାରଣରୁ ମଙ୍ଗଳସୂତ୍ର ପିନ୍ଧିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

Leave a Reply

Your email address will not be published. Required fields are marked *