ଜାଣନ୍ତୁ ଆପଣଙ୍କ ବିବାହ କେବେ ହେବ ଓ ଆପଣଙ୍କ ଜୀବନସାଥି କେମିତିକା ସ୍ଵଭାବର ହୋଇଥିବେ

ଆମେ ଯେବେ ବି ଜ୍ଯୋତିଷ ପାଖରେ ଗଲେ ସମସ୍ତେ ନିଜ ବିବାହ କଥା ପଚାରିଥାଉ । ତେବେ ବିବାହ ସମସ୍ତଙ୍କ ଜୀବନରେ ଗୋଟେ ବହୁତ ମହତ୍ଵପୂର୍ଣ ସମୟ ହୋଇଥାଏ ପୁଅ ଝିଅ ଦୁହିଙ୍କ ପାଇଁ ଏହା ଏମିତି ଗୋଟେ ଦିନ ହୋଇଥାଏ ଯାହା ପରେ ଦୁହିଙ୍କ ଜୀବନ ବଦଳିଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ହସ୍ତରେଖା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ନିଜେ ମଧ୍ୟ ଜାଣି ପାରିବେ ଯେ ଆପଣଙ୍କ ହାତରେ ଆପଣଙ୍କ ବିବାହ ରେଖା କଣ କହୁଛନ୍ତି ଓ ଆପଣଙ୍କ ବିବାହ କେତୋଟି ହବ ତାହା ମଧ୍ୟ କହିଥାଏ ।

Image Courtesy: Google

ତେବେ ଆସନ୍ତୁ ଜାଣିବା ଆମ ହାତରେ ପ୍ରାୟତଃ ତିନୋଟି ରେଖା ବହୁତ ଗଭୀର ହୋଇଥାଏ ତାହା ହେଉଛି ହୃଦୟ ରେଖା, ମାଇଣ୍ଡ ରେଖା ଓ ଜୀବନ ରେଖା ଏହି ତିନୋଟି ରେଖା ବହୁତ ଗଭୀର ହୋଇଥାଏ । ତେବେ ଆମେ ଯାହା ତଥ୍ୟ ଆପଣଙ୍କୁ କହିବାକୁ ଯାଉଛୁ ତାହା ଝିଅ ମାନେ ନିଜ ଡାହାଣ ହାତ ଦେଖନ୍ତୁ ଓ ପୁଅ ମାନେ ନିଜ ବାଁ ହାତ ଦେଖନ୍ତୁ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଆପଣଙ୍କ ସବା ସାନ ଆଙ୍ଗୁଳି ତଳ ରେଖା ଓ ହୃଦୟ ରେଖା ମଧ୍ୟରେ ଗୋଟେ ଲାମ୍ବା ଗାର ଦେଖା ଯାଇଥାଏ ଏହା ହେଉଛି ଆପଣଙ୍କ ୨୫ ବୟସ ରେଖା ତେବେ ଏହି ରେଖା ଓ ଆଙ୍ଗୁଳି ଅନ୍ତିମ ରେଖା ମଧ୍ୟରେ ଯଦି ଲମ୍ବା ଗାର ଅଛି ତେବେ ଆପଣଙ୍କ ବିବାହ ୨୫ ରୁ ଉପରେ ହବ ।

Image Courtesy: Google

ତେବେ ଯଦି ତା ମଧ୍ୟରେ ଛୋଟ ଛୋଟ କିଛି ରେଖା ଅଛନ୍ତି ତେବେ ଆପଣଙ୍କୁ ବିବାହ ପାଇଁ କିଛି ସମସ୍ଯା ଆସି ପାରେ ଯେମିତିକି ଋଜେକସନ ହୋଇପାରେ ଆପଣଙ୍କୁ ଅସୁବିଧା ସାମ୍ନା କରିବାକୁ ପଡିପାରେ ବା ଆପଣଙ୍କୁ ବିବାହ କରିବାର ଇଛା ହବ ନାହିଁ କୌଣସି ଭଲ ଖବର ଆପଣ ଶୁଣିବାକୁ ପାଇ ପାରନ୍ତି । ଯଦି ଆପଣଙ୍କ ୨୫ ବର୍ଷ ବୟସ ରେଖା ଓ ହୃଦୟ ରେଖା ମଧ୍ୟରେ ଲମ୍ବା ରେଖା ଅଛି ତେବେ ଆପଣଙ୍କ ବିବାହ ୨୦ରୁ ୨୫ ବର୍ଷ ବୟସ ମଧ୍ୟରେ ହବ ।

Image Courtesy: Google

ଯଦି ଏହା ମଝିରେ ମଧ୍ୟ ଛୋଟ ଛୋଟ ରେଖା ଅଛି ତେବେ ଆପଣଙ୍କୁ ଅସୁବିଧା ଦେଖିବାକୁ ମିଳି ପାରେ କିନ୍ତୁ ଯଦି ଆପଣଙ୍କ ଯୋଗ ହେଉଛି କିନ୍ତୁ ଆପଣ ବର୍ତମାନ ବିବାହ କରିବା ପାଇଁ ଚାହୁଁ ନାହାନ୍ତି ତେବେ ଆପଣଙ୍କୁ ବହୁତ ପ୍ରକାର ସମସ୍ଯା ଦେଖିବାକୁ ମିଳିପାରେ । ତେବେ ଆପଣଙ୍କ ଜୀବନସାଥୀ କେମିତିକା ହେବେ ତାହା ଆସନ୍ତୁ ଜାଣିବା ଯଦି ଆପଣଙ୍କ ବିବାହ ରେଖା ହୃଦୟ ରେଖା ଆଡୁକୁ ନଇକି ଅଛି ତେବେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ବୁଝିବ ଏବଂ ଆପଣଙ୍କୁ ବହୁତ ଭଲ ପାଇବେ କିନ୍ତୁ ଯଦି ଆପଣଙ୍କ ବିବାହ ରେଖା ସାନ ଆଙ୍ଗୁଳି ଅନ୍ତିମ ରେଖା ଆଡକୁ ନଇଛି ତେବେ ଆପଣଙ୍କୁ ନିଜ ଜୀବନ ରେ କିଛି କଥା ପାଇଁ ବୁଝାମଣା କରି ରହିବାକୁ ହବ ।

Leave a Reply

Your email address will not be published. Required fields are marked *