ଜାଣନ୍ତୁ ମୃତ୍ୟୁ ପୂର୍ବରୁ କେଉଁ ସଂକେତ ଦେଇଥାନ୍ତି ଯମରାଜ, ଯାହାକୁ ଆମେ ବୁଝି ପାରୁନା…

ଆପଣ ମାନେ ସମସ୍ତେ ଯମରାଜଙ୍କ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ ତେବେ ସନାତନ ଧର୍ମ ଅନୁଯାଇ ଯମରାଜଙ୍କୁ ମୃତ୍ୟୁ ଦେବତା କୁହାଯାଏ, ତାଙ୍କ କାମ ଆପଣଙ୍କୁ ଖରାପ ଲାଗି ପାରେ କିନ୍ତୁ ତାଙ୍କ କାର୍ଯ୍ୟ ଦ୍ଵାରା ଜୀବନ ସନ୍ତୁଳିତ ହୋଇ ରହିଛି । ତେବେ କଣ ଆପଣ ଜାଣିଛନ୍ତି ଯମରାଜଙ୍କ ବାପା ସୂର୍ଯ୍ୟ ଦେବ ଅଟନ୍ତି ଓ ତାଙ୍କ ମା ସନ୍ଧ୍ୟା ଅଟନ୍ତି ଓ ଯମୁନା ଓ ଶନିଦେବ ତାଙ୍କ ଭାଇ ଭଉଣୀ ଅଟନ୍ତି ଏହା ସବୁ ଶାସ୍ତ୍ରରେ ଉଲେଖ କରା ଯାଇଛି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଯମରାଜ ବ୍ୟକ୍ତି ଜୀବନ ନବା ଆଗରୁ ତାଙ୍କୁ ଦେଇଥାନ୍ତି ।

୧. ତେବେ ପ୍ରଥମ ସଂକେତ ଯାହା ଯମରାଜ ବ୍ୟକ୍ତି ମାନଙ୍କୁ ଦେଇଥାନ୍ତି ତାହା ହୋଇଥାଠେ ବୟସ ବଢିବା ସହ ଚୁଟି ପାଚିବା । ଯେତେବେଳେ କୌଣସି ମଣିଷ ଚୁଟି ପାଚିବାକୁ ଆରମ୍ଭ କରିଥାଏ ସେତେବେଳେ ଏହା ସଂକେତ ହୋଇଥାଏ ଯେ ଜୀବନ ଭଲ ସମୟ ସମାପ୍ତ ହେଲା ଏବେ ମୋହ ମାୟା ଛାଡ ।

୨. ଯେତେବେଳେ ମଣିଷ ଦାନ୍ତ ପ୍ପଡିଯାଏ ଓ ପାକୁ ପାକୁ ହୋଇଥାଏ ସେତେବେଳେ ଯମରାଜ ଏହା ସଂକେତ ଦେଇଥାନ୍ତି ଯେ ଖାଇବା ଉପରୁ ଲୋଭ ଛାଡ ଏବେ ତମକୁ ଆର ପାରି ଯିବାକୁ ହବ ।

Image Courtesy: Google

୩. ତୃତୀୟ ସଂକେତ ଯମରାଜ ଏହା ଦେଇଥାନ୍ତି ଯେତେବେଳେ ମଣିଷ ଜ୍ଞାନ ଇନ୍ଦ୍ରି ସବୁ ଦୁର୍ବଳ ହବାକୁ ଲାଗିଥାଏ ସେତେବେଳେ ଯମରାଜ କହିକଥାନ୍ତି ତମ ଯିବା ସମୟ ପାଖେଇ ଗଲାଣି ଏବେ ପର ପଞ୍ଚାୟତ ଛାଡ ଓ ଭଗବାନଙ୍କୁ ଧ୍ୟାନ କର ଯାହା ଫଳରେ ତମକୁ ମୁକ୍ତି ଶୀଘ୍ର ମିଳିବ ଓ ଶରୀର ତ୍ୟାଗ କଲା ବେଳେ କୌଣସି ପ୍ରକାର କଷ୍ଟ ତମକୁ ହବ ନାହିଁ । ତେବେ ଜ୍ଞାନ ଇନ୍ଦ୍ରି ଅର୍ଥ ଶୁଣିବା ବା ଦେଖିବା ବା ବୁଝିବା ଶକ୍ତି କମିଯିବା ।

Image Courtesy: Google

୪. ଚତୁର୍ଥ ସଂକେତ ଯେତେବେଳେ ମଣିଷ ଅଣ୍ଟା ନଇ ଯାଇଥାଏ ଓ ତାଙ୍କୁ ବାହାରି ସାହାରା ଆବଶ୍ୟକ ହୋଇଥାଏ ସେତେବେଳେ ଯମରାଜ ଏହା ସଂକେତ ଦେଇଥାନ୍ତି ଯେ ଅନ୍ୟ ସାହାରାରେ ରହିଲେ ତମକୁ ଆହୁରି କଷ୍ଟ ହବ ଓ ସେଥିପାଇଁ ଭଗବାନଙ୍କ ସାହାରା ନିଅନ୍ତୁ ଦେଖିବେ ଆପଣଙ୍କୁ ଶାନ୍ତି ସହ ସ୍ଵର୍ଗ ପ୍ରାପ୍ତ ହବ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଯେଉଁ ସଂକେତ ବିଷୟରେ କହିଲୁ ତାହା ଦେଖାଯିବା ପରେ ମଣିଷ ଉପରେ ଭରସା କରିବା ଉଚିତ ନୁହଁ କାହିଁକିନା କେତେବେଳେ ତାଙ୍କ ମୃତ୍ୟୁ ହୋଇଯିବ ଏହାର କିଛି ନିଶ୍ଚୟ ନଥାଏ ତେବେ ଏହି ଭଳି ବ୍ୟକ୍ତିଙ୍କ ସେବା କରନ୍ତୁ ଓ ବୁଢା ବୁଢୀ ବ୍ୟକ୍ତିଙ୍କୁ ନିଜ ଆଖ ପାଖ ଲୋକଙ୍କୁ କଷ୍ଟ ଦବା ବଦଳରେ ଭଲ ଜ୍ଞାନ ଦବା ଉଚିତ ଯାହା ଦ୍ଵାରା ସେ ସଂସାରକୁ କିଛି ଭଲ ଶିକ୍ଷା ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *