ତିତଲି ଗୋପାଳପୁର ଠାରୁ ଆଉ ରହିଲା ମାତ୍ର ୧୫୦କିମି – ୧୦୦ କିମିରୁ ଅଧିକ ବେଗରେ ବହୁଛି ପବନ – ଜାଣନ୍ତୁ କେତେ ଭୟଙ୍କର ତିତ୍‌ଲି

ଗୋପାଳପୁର ଠାରୁ ଆଉ ରହିଲା ମାତ୍ର ୧୫୦କିମି

ଓଡିଶା ଉପକୂଳ ଆଗକୁ ମାଡିଆସୁଛି ତିତଲି, ଗୋପାଳପୁର ଠାରୁ ମାତ୍ର ୧୫୦କିମି ଦୂରରେ ଅଛି କିନ୍ତୁ ଏବେ ଠାରୁ ସମୁଦ୍ର କୂଳ ଅଞ୍ଚଳରେ ୧୦୦ କିଲୋମିଟର ବେଗରେ ଆରମ୍ଭ ହେଲାଣି ପବନ। ଏହାଛଡା ପ୍ରବଳ ବର୍ଷା ମଧ୍ୟ ଗୋପାଳପୁର ଠାରେ ଆରମ୍ଭ ହୋଇଛି ।ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

୧୦୦ କିମିରୁ ଅଧିକ ବେଗରେ ବହୁଛି ପବନ

ଘଣ୍ଟାକୁ ୧୪ କିଲୋମିଟର ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ତିତଲି । ତେବେ ରାତି ୧୧.୩୦ ପରେ ଏହି ବାତ୍ୟାର ପ୍ରକୋପ ଅଧିକ ଅନୁଭୂତ ହେବ । ଏପ ରିକି ତିତଲି ଉପକୂଳ ଆଡକୁ ଯେତିକି ପାଖେଇ ଆସିବ ପବନ ଓ ବର୍ଷାର ପରିମାଣ ସେତିକି ଅଧିକ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଗୋପାଳପୁରରେ ଥିବା ଡପଲର ରାଡାର ରେଂଜରେ ରହିଛି ‘ତିତଲି’ । ତେବେ ଏହା ଆସନ୍ତାକାଲି ସକାଳ ୫ ଟାରୁ ୧୧.୩୦ଟା ମଧ୍ୟରେ ଉପକୂଳ ଛୁଇଁବ । ଆଉ ସ୍ଥଳଭାଗ ଛୁଇଁବା ପରେ ୪ ଘଣ୍ଟା ବାତ୍ୟାର ପ୍ରଭାବ ରହିବ ବୋଲି ସୂଚନା ମିଳିଛି ।

ଜାଣନ୍ତୁ କେତେ ଭୟଙ୍କର ତିତ୍‌ଲି

ଗୁରୁବାର ସକାଳ ୫.୩୦ରେ ସ୍ଥଳଭାଗ ଛୁଇଁବ ତିତଲି ।

ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ।

ଜଳ ଭାଗରେ ଅଧିକ ସମୟ ରହିବା ଦ୍ୱାରା ଅଧିକ ଶକ୍ତି ସଂଗ୍ରହ କରି ଆହୁରି ଭୟଙ୍କର ହେଉଛି।

ତିତ୍‌ଲି ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୬୫ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।

ସାମୁଦ୍ରିକ ଝଡ଼ ‘ତିତିଲି’ ଆଜି ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଅଭିମୁଖେ ଗତି କରୁଛି।

ସମୁଦ୍ରରେ ୧ ମିଟର ଉଚ୍ଚତାରେ ଢ଼େଉ ଆସିବ।

ଆଗାମୀ ୧୨ ତାରିଖ ଯାଏ ସମୁଦ୍ର ଭୟଙ୍କର ଭାବେ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି।

୪୮ ଘଣ୍ଟା ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

Leave a Reply

Your email address will not be published. Required fields are marked *