ବଡ ଖବର : ଦୋକାନ ଖୋଲିବା ସମୟ ବଢ଼ାଇଲେ ସରକାର

ବର୍ତ୍ତମାନ ବାତ୍ୟା ୟାସ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବ ଏହାର ସଠିକ ସୂଚନା ମିଳି ଯାଇଛି । କୁହାଯାଉଛି କି ଏହି ବାତ୍ୟାର ଅତି ଭୟଙ୍କର ଅଟେ ଓ ଏହା ସ୍ଥଳଭାଗ ଛୁଇଁବା ପରେ ଏହାର ରୂପ ଆହୁରି ଅଧିକ ଭୟଙ୍କର ହୋଇଯିବ । ଏମିତିରେ କରୋନା ଭଲି ପରିସ୍ଥି ତିରେ ଏହିଭଳି ବାତ୍ୟା ଯେମିତି ବୋଝ ଉପରେ ନଳିତା ବିଡା ।

ଲକଡାଉନ ଓ ସଟଡାଉନ କାରଣରୁ ପ୍ରାୟତଃ କେତେକ ଲୋକମାନଙ୍କର କାମ ସବୁ ବନ୍ଦ ହୋଇ ପଡିଛି । ଯେଉଁ କାରଣରୁ ସମସ୍ତଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ହେଉଛି । ପୁଣି ଏହା ମଧ୍ୟରେ ବାତ୍ୟା ଲୋକ ମାନଙ୍କ କଷ୍ଟକୁ ଦୁଇ ଗୁଣା ଅଧିକ କରିଦେଉଛି । ବାତ୍ୟା ‘ୟାସ’କୁ ଦେଖି ଦୋକାନ ରେ ବିକ୍ରି ସମୟକୁ ବୃଦ୍ଧି କରିଛନ୍ତି ସରକାର । ବିଶେଷ କରି ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୦ଟି ଜିଲ୍ଲାରେ କଟକଣା କୋହଳ କରାଯାଇଛି ।

ଏସବୁ ଜିଲ୍ଲାରେ ଆଜି ଓ ଆସନ୍ତା କାଲି ସାକଳ ୭ରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲା ରହିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପୂର୍ବରୁ ମାତ୍ର ୪ ଘଂଟା ପାଇଁ ଅର୍ଥାତ ସକାଳ ୭ଟାରୁ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ଅନୁମତି ରହିଥିଲା ।

ତେବେ ବାତ୍ୟା ଆସୁଥିବା ରୁ ଲୋକେ କମ ସମୟ ମଧ୍ୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଦୋକାନ ବଜାରରେ ଗହଳି କରିବା ଆଶଙ୍କା ରହିଥିଲା । ଯାହା କରୋନା ସଂକ୍ରମଣ ବୃଦ୍ଧିରେ ସହାୟତ ହୋଇଥାନ୍ତା । ବୋଧହୁଏ ଏହାକୁ ଦୃଷ୍ଟିରେ ରଖି ସରକାର ଦୁଇ ଦିନ ଦୋକନ ଖୋଲିବା ଅବଧିକୁ ବୃଦ୍ଧି କରିଛନ୍ତି । ୧୦ ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରିପୋର୍ଟ ଅନୁସା ରେ ଏହା ୨୬ ତାରିଖ ଦିନ ସନ୍ଧ୍ୟା ସମୟ ରେ ପାରାଦ୍ଵୀପ ଓ ସାଗର ଦ୍ଵିପ ମଧ୍ୟରେ ସ୍ଥଳଭାଗ ଦେଇ ଅତିକ୍ରମ କରିବ । ଯେଉଁ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବ ସେହି ସମୟ ରେ ବାତ୍ୟାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିମି ରହିବ । କିନ୍ତୁ ଏହି ବେଗ ୧୮୫ କିମି ପର୍ଯ୍ୟନ୍ତ ବି ପହଞ୍ଚି ପାରେ ।

Leave a Reply

Your email address will not be published. Required fields are marked *