ଚାଣକ୍ୟ ନୀତି ଅନୁସାରେ ଏମିତି ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କ ସର୍ବଦା ରୁହନ୍ତି ପ୍ରସନ୍ନ

ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କି ଯେଉଁଠି ମୂର୍ଖଙ୍କ ଠାରୁ ଜ୍ଞାନୀ ମାନଙ୍କ ସମ୍ମାନ କରାଯାଏ, ସେଠୀ ଧନ ସମ୍ପତି ର ସବୁବେଳେ ବୃଦ୍ଧି ହୋଇଥାଏ । ଏହିଭଳି ଯେଉଁଠି ଅନ୍ୟର ଦାନା ନଷ୍ଟ କରାଯାଏ ନାହିଁ, ସେଠାରେ ଲକ୍ଷ୍ମୀ ମାତାଙ୍କ କୃପା ସବୁବେଳେ ରହିଥାଏ । ରାଜନୀତି ଓ ଅର୍ଥଶାସ୍ତ୍ର ରେ ମହାନ ଜ୍ଞାନ ଚାଣକ୍ୟ ସମାଜର କଲ୍ୟାଣ ପାଇଁ କହିଛନ୍ତି । ଯାହାର ସଦୁପୋଯୋଗ କରି ବ୍ୟକ୍ତି ତା ଜୀବନରେ ସଫଳ ହୋଇ ପାରିବ ।

ତାଙ୍କ ଚାଣକ୍ୟ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କ ସବୁ ସଫଳତା ଲାଭ କରିଥିଲେ ଓ ଭାରତ ର ମହାନ ସମ୍ରାଟ ବନିଥିଲେ । ଚାଣକ୍ୟଙ୍କ ବହୁତ ଶ୍ଳୋକରେ ଏହା କୁହାଯାଇଛି କି କେମିତି ମଣିଷ ତା ଜୀବନରେ ସଫଳତା ପାଇପାରିବ । ଜାଣନ୍ତୁ ଧନକୁ ନେଇ ଚାଣକ୍ୟ ନୀତି କଣ କହୁଛି ।

Image Courtesy: Google

ମୂର୍ଖା ଯତ୍ର ନ ପୂଜ୍ଯନ୍ତେ ଧାନ୍ଯ ଯତ୍ର ସୁସଂଚିତମ୍ ।
ଦଂପତୋ: କଲହୋ ନାସ୍ତି ତତ୍ର ଶ୍ରୀ: ସ୍ୱୟମାଗତା॥

ଚାଣକ୍ୟ ନିଜ ନୀତିରେ କହିଛନ୍ତି କି ଯେଉଁଠି ମୂର୍ଖଙ୍କ ପରିବର୍ତେ ଜ୍ଞାନୀ ମାନଙ୍କ ସମ୍ମାନ ହୁଏ, ସେଠି ଧନ ସମ୍ପତିର ନିରନ୍ତର ବୃଦ୍ଧି ହୋଇଥାଏ । ଯେଉଁଠି ଜ୍ଞାନୀ ମାନଙ୍କୁ ପୂଜା କରାଯାଏ, ସେଠାରେ ବିପଦ ଦୂରରେ ରୁହେ । ସେହିଭଳି ଯେଉଁଠି ଅର୍ନ୍ନର ଗୋଟେ ଦାନା ନଷ୍ଟ କରାଯାଏ ନାହିଁ ଓ ଅର୍ଣ୍ଣ ର ସଂମ୍ମାନ କରାଯାଏ ,ସେଠାରେ ଲକ୍ଷ୍ମୀ ମାତାଙ୍କ ସବୁବେଳେ କୃପାରହିଥାଏ ।

Image Courtesy: Google

ଯେଉଁଠି ପତି-ପତ୍ନୀ ସମ୍ପର୍କକରେ କଟୁତା ନଥାଏ, ଯେଉଁଠି ପାରିବାରିକ କଳହ ନଥାଏ ସେଠି ମା ଲକ୍ଷ୍ମୀଙ୍କ ବାସ ହୁଏ । ଯେଉଁଠି ଧନର ସଞ୍ଚୟ ହୁଏନି, ଲୋକ ଭୁଲ କାମରେ ଧନ ଖର୍ଚ କରନ୍ତି, ସେଠି ସୁଖ ସମୃଦ୍ଧି ବେସୀ ସମୟ ପର୍ଯ୍ୟନ୍ତ ରୁହେନି । ସେଥିପାଇଁ ଆଚାର୍ଯ୍ୟ କହିଛନ୍ତି କି ଯଦି ସୁଖ ସମୃଦ୍ଧି ଚାହୁଁଛନ୍ତି ତ ଧନ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ ଓ ଧନର ଅପବ୍ୟୟ କରନ୍ତୁ ନାହିଁ ।

Image Courtesy: Google

କୁଚୈଲିନଂ ଦନ୍ତମଲୋପଧାରିଣଂ ବହ୍ୱାଶିନଂ ନିଷ୍ଠୁରଭାଷିଣଂ ଚ ।
ସୂର୍ଯୋଦଯେ ୱାଽସ୍ତମିତେ ଶଯାନଂ ୱିମୁଞ୍ଚତି ଶ୍ରୀର୍ଯଦି ଚକ୍ରପାଣି: ॥

ଏହି ଶ୍ଳୋକ ମାଧ୍ୟମରେ ଚାଣକ୍ୟ କହିଛନ୍ତି କି ଯେଉଁ ଲୋକ ଖରାପ ପୋଷାକ ପରିଧାନ କରନ୍ତି, ସଫା ସୁତୁରା ଜମାବି ରୁହନ୍ତି ନାହିଁ ,ତାଙ୍କୁ ମା ଲକ୍ଷ୍ମୀ ଛାଡି ପଳାନ୍ତି । ବଡ ଗୁରୁଜନ ମାନେ କହିଛନ୍ତି କି ଘର ଦ୍ଵାରା ସଫା ସୁତୁରା ରଖିଲେ ମା ଲକ୍ଷ୍ମୀ ଘରେ ବାସ କରନ୍ତି । ସେହିଭଳି ଯେଉଁ ଲୋକ ଦାନ୍ତ ଘସନ୍ତି ନାହିଁ ମା ଲକ୍ଷ୍ମୀ ଛାଡି ପଳାନ୍ତି, ସ୍ୱାସ୍ଥ୍ୟର ଭଲ ପାଇଁ ଦାନ୍ତ ଘଷିବା ନିହାତି ଜରୁରୀ ।

Image Courtesy: Google

ଯେଉଁ ବ୍ୟକ୍ତି ଆବଶ୍ୟକ ରୁ ଅଧିକ ଭୋଜନ କରେ, ଯାହାଙ୍କୁ ନିଜ ଖାଇବା ଉପରେ ଯମାବି କଣ୍ଟ୍ରୋଲ ନାହିଁ, ଯିଏ ସବୁସମୟରେ ଖାଇବା କଥା ଚିନ୍ତା କରେ ,ଏହିଭଳି ଲୋକଙ୍କ ପାଖରେ ଲକ୍ଷ୍ମୀ ବାସ କରନ୍ତି ନହିଁ । ଆବଶ୍ୟକ ଠାରୁ ଅଧିକ ଖାଇବା ଭଲ ନୁହେଁ, ଶେଷରେ ଚାଣକ୍ୟ ଶ୍ଳୋକରେ କହିଛନ୍ତି କି ସୂର୍ଯ୍ୟଊଦୟ କି ସୂର୍ଯ୍ୟଅସ୍ତ ସମୟରେ ସୋଇଲେ ମା ଲକ୍ଷ୍ମୀ ସେଠାରେ ବାସ କରନ୍ତି ନାହିଁ । ଏହି ସମୟରେ ଦେବୀ ଦେବତାଙ୍କ ପୂଜା କରିବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *